ଯୁବ ଅଭିନେତା ସୋହମ ସିଂଙ୍କ ହୃଦଘାତ, ଆଇସିୟୁରେ ଭର୍ତ୍ତି
ଭୁବନେଶ୍ବର : ଯୁବ ଅଭିନେତା ତଥା ଗାୟକ ସୋହମ ସିଂ ଙ୍କର ହୃଦଘାତ ହୋଇଥିବାବେଳେ ସେ ଏବେ ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି ଏବଂ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡିଛି। ଆଗକୁ ତାଙ୍କର ଏକ ବଡ଼ ବଜେଟର ଆକ୍ସନ ସିନେମା ଆସୁଛି ଯାହାର ନାଁ ରଖିଛନ୍ତି ଆଲ୍ଲୀ ବଜରଙ୍ଗୱାଲି । ବର୍ତ୍ତମାନ ତାଙ୍କର ହାର୍ଟ ଟୁ ହାର୍ଟ ତରଙ୍ଗ ଟିଭିରେ ଗୋଟିଏ ଅଧ୍ୟାୟ ଚାଲିଛି ଏବଂ ଲୋକପ୍ରିୟତା ସାଉଣ୍ଟୁଛି । ଓଡ଼ିଆ ଚଳଚ୍ଚିତ୍ର ଜଗତର […]

ଭୁବନେଶ୍ବର : ଯୁବ ଅଭିନେତା ତଥା ଗାୟକ ସୋହମ ସିଂ ଙ୍କର ହୃଦଘାତ ହୋଇଥିବାବେଳେ ସେ ଏବେ ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି ଏବଂ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡିଛି। ଆଗକୁ ତାଙ୍କର ଏକ ବଡ଼ ବଜେଟର ଆକ୍ସନ ସିନେମା ଆସୁଛି ଯାହାର ନାଁ ରଖିଛନ୍ତି ଆଲ୍ଲୀ ବଜରଙ୍ଗୱାଲି । ବର୍ତ୍ତମାନ ତାଙ୍କର ହାର୍ଟ ଟୁ ହାର୍ଟ ତରଙ୍ଗ ଟିଭିରେ ଗୋଟିଏ ଅଧ୍ୟାୟ ଚାଲିଛି ଏବଂ ଲୋକପ୍ରିୟତା ସାଉଣ୍ଟୁଛି । ଓଡ଼ିଆ ଚଳଚ୍ଚିତ୍ର ଜଗତର ସେ ଜଣେ ଚର୍ଚ୍ଚିତ ଚେହେରା । ତାଙ୍କ ପ୍ରଯୋଜନାରେ ଅନେକ କଳାକାର, ଟେକ୍ନିସିଆନ କାମ କରି ନିଜ ପରିବାର ପୋଷଣ କରନ୍ତି । ସେ ଖୁବ ଶୀଘ୍ର ସୁସ୍ଥ ହୋଇ ଇଣ୍ଡଷ୍ଟ୍ରିରେ ପାଦ ରଖନ୍ତୁ ଏଥି ପାଇଁ ଓଲିଉଡ଼ର ସମସ୍ତେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ଜଣାଇଛନ୍ତି ।