ଯୁବ ଇଞ୍ଜିନିୟରଙ୍କ ନିଆରା ପ୍ରୟାସ । ଖୋର୍ଦ୍ଧାରେ କାଶ୍ମୀର କେଶର ଚାଷ ।
କନକ ବ୍ୟୁରୋ: କେଶର ଯାହାକି ସବୁଠାରୁ ଦାମୀ ଜିନିଷ । ପୁଣି ତାହା ଥଣ୍ଡା ଜଳ ବାୟୁରେ ହୋଇଥାଏ । ବିଶେଷ ଭାବରେ କାଶ୍ମୀରରେ ଦେଖିବାକୁ ମିଳିଥାଏ ଏହି କେଶର ଫୁଲ । ଏବେ ଏହି ଫୁଲ ବା ଏଥିରୁ ମିଳୁଥିବା କେଶର ପାଇଁ ଆଉ କାଶ୍ମୀର ଉପରେ ନିର୍ଭର କରିବାକୁ ପଡ଼ିବନି । ଖୋର୍ଦ୍ଧାରେ ମିଳିବ କେଶର । ଖୋର୍ଦ୍ଧା ଭଲିଆବାଡିର ଦୁଇ ଭାଇ କେଶର ଚାଷ କରି ସଫଳ ହୋଇଛନ୍ତି । ପେଶାରେ ଉଭୟ କମ୍ପୁଟର ଇଞ୍ଜିନିୟର । ହେଲେ ନିଶା ତାଙ୍କର ଚାଷ କ୍ଷେତ୍ରରେ ନୂଆ କିଛି କରି କରିବା । ୧୦ ଡିଗ୍ରୀରୁ କମ୍ ତାପମାତ୍ରା ଆବଶ୍ୟକ ଥିବା ଏହି ଚାଷ ପାଇଁ ସେମାନଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଛି । ୧୦ ଫୁଟରେ ୧୦ ଫୁଟ୍ ବିଶିଷ୍ଟ ଏକ ରୁମକୁ ଥର୍ମକୁଲରେ ଆବଦ୍ଧ କରି ଏସି ସଂଯୋଗ କରିଛନ୍ତି । ୟୁଟ୍ୟୁବ୍ ଦେଖି ଏଭଳି ଏକ ଇନଡୋର ଚାଷ କରିବାକୁ ମନ ବଳାଇଥିଲେ ଦୁଇ ଭାଇ । ଆଉ ଆରମ୍ଭ କରିଥିଲେ ସେମାନଙ୍କର ପ୍ରୟୋଗଶାଳା । ଯେଉଁଥିରେ ତାଙ୍କର ବନ୍ଧୁ ସୌମ୍ୟରଞ୍ଜନ ମହାପାତ୍ର ସହଯୋଗ କରିଛନ୍ତି । ଯିଏ କି ଜଣେ ଚଟାର୍ଡ ଆକାଉଣ୍ଟାଣ୍ଟ ପେଶାରେ ଜଣେ ଚଟାର୍ଡ ଆକାଉଣ୍ଟାଣ୍ଟ । ଦୁଇ ଭାଇ କାଶ୍ମୀରରୁ ଏହାର ମଞ୍ଜି ମଗାଇ ଏହି ଚାଷ କରିଛନ୍ତି । ଯାହାର ଦାମ କିଲୋ ପ୍ରତି ୧୫୦୦ ଟଙ୍କାରେ କିଣିବାକୁ ପଡ଼ିଛି । ନିଜ ପେଶା ସହ ଗୋଟିଏ ଘରେ କିପରି ଏହି ଚାଷ ହୋଇପାରିବ ସେଥିପାଇଁ ସେମାନେ ଉଦ୍ୟମ ଆରମ୍ଭ କରିଥିଲେ । ପପ୍ ପ୍ୟାନେଲରେ ହେବାକୁ ଥିବା ଏହି କୋଲଡ଼ ରୁ

କନକ ବ୍ୟୁରୋ: କେଶର ଯାହାକି ସବୁଠାରୁ ଦାମୀ ଜିନିଷ । ପୁଣି ତାହା ଥଣ୍ଡା ଜଳ ବାୟୁରେ ହୋଇଥାଏ । ବିଶେଷ ଭାବରେ କାଶ୍ମୀରରେ ଦେଖିବାକୁ ମିଳିଥାଏ ଏହି କେଶର ଫୁଲ । ଏବେ ଏହି ଫୁଲ ବା ଏଥିରୁ ମିଳୁଥିବା କେଶର ପାଇଁ ଆଉ କାଶ୍ମୀର ଉପରେ ନିର୍ଭର କରିବାକୁ ପଡ଼ିବନି । ଖୋର୍ଦ୍ଧାରେ ମିଳିବ କେଶର ।
ଖୋର୍ଦ୍ଧା ଭଲିଆବାଡିର ଦୁଇ ଭାଇ କେଶର ଚାଷ କରି ସଫଳ ହୋଇଛନ୍ତି । ପେଶାରେ ଉଭୟ କମ୍ପୁଟର ଇଞ୍ଜିନିୟର । ହେଲେ ନିଶା ତାଙ୍କର ଚାଷ କ୍ଷେତ୍ରରେ ନୂଆ କିଛି କରି କରିବା । ୧୦ ଡିଗ୍ରୀରୁ କମ୍ ତାପମାତ୍ରା ଆବଶ୍ୟକ ଥିବା ଏହି ଚାଷ ପାଇଁ ସେମାନଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଛି । ୧୦ ଫୁଟରେ ୧୦ ଫୁଟ୍ ବିଶିଷ୍ଟ ଏକ ରୁମକୁ ଥର୍ମକୁଲରେ ଆବଦ୍ଧ କରି ଏସି ସଂଯୋଗ କରିଛନ୍ତି । ୟୁଟ୍ୟୁବ୍ ଦେଖି ଏଭଳି ଏକ ଇନଡୋର ଚାଷ କରିବାକୁ ମନ ବଳାଇଥିଲେ ଦୁଇ ଭାଇ । ଆଉ ଆରମ୍ଭ କରିଥିଲେ ସେମାନଙ୍କର ପ୍ରୟୋଗଶାଳା । ଯେଉଁଥିରେ ତାଙ୍କର ବନ୍ଧୁ ସୌମ୍ୟରଞ୍ଜନ ମହାପାତ୍ର ସହଯୋଗ କରିଛନ୍ତି । ଯିଏ କି ଜଣେ ଚଟାର୍ଡ ଆକାଉଣ୍ଟାଣ୍ଟ ପେଶାରେ ଜଣେ ଚଟାର୍ଡ ଆକାଉଣ୍ଟାଣ୍ଟ । ଦୁଇ ଭାଇ କାଶ୍ମୀରରୁ ଏହାର ମଞ୍ଜି ମଗାଇ ଏହି ଚାଷ କରିଛନ୍ତି । ଯାହାର ଦାମ କିଲୋ ପ୍ରତି ୧୫୦୦ ଟଙ୍କାରେ କିଣିବାକୁ ପଡ଼ିଛି ।
ନିଜ ପେଶା ସହ ଗୋଟିଏ ଘରେ କିପରି ଏହି ଚାଷ ହୋଇପାରିବ ସେଥିପାଇଁ ସେମାନେ ଉଦ୍ୟମ ଆରମ୍ଭ କରିଥିଲେ । ପପ୍ ପ୍ୟାନେଲରେ ହେବାକୁ ଥିବା ଏହି କୋଲଡ଼ ରୁମ ପାଇଁ ସାଢ଼େ ୪ ଲକ୍ଷରୁ ୫ ଲକ୍ଷ ଖର୍ଚ୍ଚ ହୋଇଥାଆନ୍ତା । କିନ୍ତୁ ଥର୍ମୋକୁଲ ବ୍ୟବହାର କରି ମାତ୍ର ୫୦ ହଜାର ଟଙ୍କାରେ ଏହାକୁ ସୀମିତ ରଖିପାରିଛନ୍ତି । ସେହିପରି ଲଗାତାର ଇଉ ବ୍ୟବହାର ନକରି ମଧ୍ୟ ୫ ରୁ ୬ ଘଣ୍ଟା ଅନ୍ତରାଳରେ ଏସସି ଲଗାଉଛନ୍ତି । ପ୍ରଥମ ପର୍ୟ୍ୟାୟରେ ସେମାନେ ୧୦୦ କେଜି ମଞ୍ଜି ଲଗାଇଛନ୍ତି । ଏସି ରୁମରେ ୧ରୁ ୧୦ ଡିଗ୍ରୀ ତାପମାତ୍ରା ରଖି ରାକରେ ଥାକ ଥାକ କରି ମଞ୍ଜି ପକାଇଛନ୍ତି । ଯେଉଁଥିରେ ଭଲ ଫୁଲ ଆସିଛି । ଭଲ ରୋଜଗାର ହେବାର ଆଶା ମଧ୍ୟ ରହିଛି । ଆଗକୁ ଆହୁରି ୨୦୦ କେଜି ମଞ୍ଜି ପକାଇବା ପାଇଁ ସେମାନେ ଯୋଜନା କରିଛନ୍ତି ।
କେଶରର ଦାମ ବେଶ ଅଧିକା । ସ୍ୱାସ୍ଥ୍ୟ ପାଇଁ ଏହା ବହୁତ ମୂଲ୍ୟ ରଖେ । ଯାହାର ବଜାର ଦର ଏକ ଗ୍ରାମ ପିଛା ୫୦୦ ଟଙ୍କାରୁ ଅଧିକ । କେବଳ କେଶର ନୁହେଁ ଏହି ଫୁଲର ପାଖୁଡା ବି ବହୁ ଦାମରେ ବିକ୍ରି ହୁଏ । ବିୟୁଟି ପାର୍ଲରରେ ଏହାର ପାଖୁଡା ବ୍ୟବହାର କରାଯାଏ । ବିଭିନ୍ନ ଖାଦ୍ୟପେୟ ଏପରିକି ଫାଷ୍ଟ ଫୁଡ଼ରେ ବ୍ୟବହାର ହୋଇଥାଏ। ଆଶିଷଙ୍କ ମତରେ ୧୦୦ କେଜିରୁ ପାଖାପାଖି ୩୦୦ ଗ୍ରାମ କେଶର ମିଳିଥାଏ । ଥରେ ଅମଳ ପାଇଁ ୩ରୁ ୪ ମାସ ସମୟ ଲାଗିଥାଏ ।
କେଶର ମଞ୍ଜି ପାଇଁ ଆଉ କାଶ୍ମୀର ଉପରେ ନିର୍ଭର ନକରି ନିଜେ ଉତ୍ପାଦନ ଦିଗରେ ତାଙ୍କର ପ୍ରୟାସ ଆରମ୍ଭ କରିଛନ୍ତି । ଯୁବପିଢ଼ି ହୁଅନ୍ତୁ ଅବା ଅନ୍ୟ ଚାଷୀଙ୍କ ପାଇଁ କେଶର ଚାଷର ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି ଦୁଇ ଯୁବ ଇଞ୍ଜିନିୟର ।