ଯୁବ ଉଦ୍ୟୋଗୀ ଚନ୍ଦନଙ୍କ ବଡ଼ ପ୍ରୟାସ; କର୍ମଚାରୀଙ୍କ ସୁରକ୍ଷା ପାଇଁ ଡେଭଲପ୍ କଲେ ଆପ୍

କର୍ମକ୍ଷେତ୍ରରେ କର୍ମଚାରୀଙ୍କୁ ସୁରକ୍ଷା ଲାଗି ବିକଶିତ ହୋଇଛି ଏକ ସ୍ବତନ୍ତ୍ର ଆପ୍। ଏହି ଆପ ଡେଭଲପ କରିଛନ୍ତି ବ୍ରହ୍ମପୁରର ଯୁବ ଉଦ୍ୟୋଗୀ ଚନ୍ଦନ ରାଉତ ।

ଯୁବ ଉଦ୍ୟୋଗୀ ଚନ୍ଦନଙ୍କ ବଡ଼ ପ୍ରୟାସ; କର୍ମଚାରୀଙ୍କ ସୁରକ୍ଷା ପାଇଁ ଡେଭଲପ୍ କଲେ ଆପ୍

କୋଲକତା ଅଭୟା କାଣ୍ଡ ପରେ କର୍ମକ୍ଷେତ୍ରରେ କର୍ମଚାରୀଙ୍କୁ ସୁରକ୍ଷା ଲାଗି ବିକଶିତ ହୋଇଛି ଏକ ସ୍ବତନ୍ତ୍ର ଆପ୍। ଏହି ଆପ ଡେଭଲପ କରିଛନ୍ତି ବ୍ରହ୍ମପୁରର ଯୁବ ଉଦ୍ୟୋଗୀ ଚନ୍ଦନ ରାଉତ ।  'ପ୍ରକ୍ରିକା' ନାମରେ ଏହି ଆପ୍ ମାନବ ସମ୍ବଳ ପରିଚାଳନାରେ ସହାୟତା କରିବ । ତା' ସହିତ କର୍ମଚାରୀଙ୍କ ସୁରକ୍ଷାକୁ ମଧ୍ୟ ସୁନିଶ୍ଚିତ କରିବ । 

ତେବେ ଏହି ଆପ କିଭଳି କାମ କରୁଛି। ଏହା ଯୋଗୁଁ କଣ ଫାଇଦା ମିଳିବ, ଏନେଇ ଚନ୍ଦନ ରାଉତଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ପ୍ରତିନିଧି । 

ଏପଟେ ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆରଜି କର ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ହେପାଜତକୁ ନେଲା ସିବିଆଇ। ସନ୍ଦୀପଙ୍କ ସହ ଟାଲା ଥାନା ଅଫିସର ଇନଚାର୍ଜ ଅଭିଜିତ୍ ମଣ୍ଡଳଙ୍କୁ ବି ସିବିଆଇ ହେପାଜତକୁ ନେଇଛି। କେନ୍ଦ୍ରୀୟ ତଦନ୍ତ ଏଜେନ୍ସୀ ଉଭୟଙ୍କୁ କୋର୍ଟରେ ହାଜର କରିଥିଲେ। ପରେ ଉଭୟଙ୍କୁ ତିନି ଦିନ ପାଇଁ ହେପାଜତକୁ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି। ଏହି ସମୟରେ ସିବିଆଇ ଉଭୟଙ୍କୁ ସାମ୍ନାସାମ୍ନି ଜେରା କରିବା ସମ୍ଭାବନା ରହିଛି।

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ସନ୍ଦୀପ ଘୋଷଙ୍କୁ ଗିରଫ କରିଥିଲା। ପୂର୍ବରୁ ବି ସେ ଆରଜି କର ମେଡିକାଲରେ ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ। ସେପଟେ ଅଭିଜିତ ମଣ୍ଡଳ ହେଉଛନ୍ତି ସେହି ପୋଲିସ ଅଧିକାରୀ, ଯିଏ ପୀଡ଼ିତାଙ୍କ ମୃତଦେହ ଉଦ୍ଧାର ପରେ ପ୍ରଥମେ ଘଟଣାର ଛାନଭିନ ଆରମ୍ଭ କରିଥିଲେ। ତେବେ ତଦନ୍ତକୁ ଭ୍ରମିତ କରିବା, ବିଳମ୍ବରେ ଏତଲା ଗ୍ରହଣ, ପ୍ରମାଣ ନଷ୍ଟ ଓ ପ୍ରମାଣ ଲୁଚାଇବା ଅଭିଯୋଗରେ ସିବିଆଇ ଅଭିଜିତ୍ ଙ୍କୁ ଗିରଫ କରିଛି। ଆର ଜି କର ଏକ୍ସ-ପ୍ରିନ୍ସିପାଲ ସନ୍ଦୀପ ଘୋଷ ବି ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରିଥିଲେ ବୋଲି ଦର୍ଶାଇ ତାଙ୍କୁ ପୁଣିଥରେ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।