ଯୁବ ଗବେଷକଙ୍କୁ ଉତ୍ସାହିତ କରିବା ଲାଗି ପ୍ରୟାସ

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ)-ଘୁମୁସର ଗବେଷଣା ପ୍ରତିଷ୍ଠାନ (ଜିଜିପି) ତାର ୫ମ ବାର୍ଷିକ ଅଧିବେଶନ ମେ’ ଶେଷ ସପ୍ତାହରେ ପାଳନ କରିବ । ତେଣୁ ଏନେଇ ସୋମବାର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ଡ. ସନ୍ତୋଷ କୁମାର ଆପଟ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ତପନ କୁମାର ମିଶ୍ର ବିବରଣୀ ପଠନ କରିଥିଲେ। ଆଲୋଚନାରେ ଡ ଶ୍ୟାମା ପ୍ରସାଦ ମିଶ୍ର, ଡ ଦାମୋଦର ଷଡ଼ଙ୍ଗୀ, ଡ ଶିରିଷ କୁମାର ଷଡଙ୍ଗୀ, ଡ ଜୟଦେବ ଗୌଡ, […] The post ଯୁବ ଗବେଷକଙ୍କୁ ଉତ୍ସାହିତ କରିବା ଲାଗି ପ୍ରୟାସ appeared first on Dharitri Odia News.

ଯୁବ ଗବେଷକଙ୍କୁ ଉତ୍ସାହିତ କରିବା ଲାଗି ପ୍ରୟାସ

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ)-ଘୁମୁସର ଗବେଷଣା ପ୍ରତିଷ୍ଠାନ (ଜିଜିପି) ତାର ୫ମ ବାର୍ଷିକ ଅଧିବେଶନ ମେ’ ଶେଷ ସପ୍ତାହରେ ପାଳନ କରିବ । ତେଣୁ ଏନେଇ ସୋମବାର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ଡ. ସନ୍ତୋଷ କୁମାର ଆପଟ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ତପନ କୁମାର ମିଶ୍ର ବିବରଣୀ ପଠନ କରିଥିଲେ।

ଆଲୋଚନାରେ ଡ ଶ୍ୟାମା ପ୍ରସାଦ ମିଶ୍ର, ଡ ଦାମୋଦର ଷଡ଼ଙ୍ଗୀ, ଡ ଶିରିଷ କୁମାର ଷଡଙ୍ଗୀ, ଡ ଜୟଦେବ ଗୌଡ, ଡ ଦେବେନ୍ଦ୍ର ନାଥ ରଥ, ସନ୍ତୋଷ ଜେନା, ଜଗବନ୍ଧୁ ଜେନା, ଅଧ୍ୟାପକ ଲୋକନାଥ ମହାନ୍ତି, ଅଧ୍ୟାପକ ଅଶୋକ ସ୍ବାଇଁ, ନେତାଜୀ ବିଷୋୟୀ, ଡ ରବିନ୍ଦ୍ର କୁମାର ମିଶ୍ର, ଅଧ୍ୟାପକ ଅଜୟ କୁମାର ବିଶ୍ୱାଳ ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜ ନିଜର ମତ ରଖିଥିଲେ। ବାର୍ଷିକ ଉତ୍ସବରେ ଅନୁଷ୍ଠାନର ଗବେଷଣା ଧର୍ମୀ ଗ୍ରନ୍ଥ ଉନ୍ମୋଚିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିସହ ଭାଷା ଆନ୍ଦୋଳନ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ସ୍ବାଗତ ସଙ୍ଗୀତ ଲୋକନାଥ ମହାନ୍ତି, ଅଶୋକ ସ୍ବାଇଁ ଗାନ କରିଥିଲେ। ନେତାଜୀ ବିଷୋୟୀ, ଚକରା ବିଷୋୟୀଙ୍କ ବିରତ୍ୱ ଉପରେ କବିତା ପାଠ କରିଥିଲେ। ଅବସରପ୍ରାପ୍ତ ପ୍ରଫେସର ଡ ବିଷ୍ଣୁ ଚରଣ ଚୌଧୁରୀଙ୍କୁ ବାର୍ଷିକ ଅଧିବେଶନରେ ସମ୍ବର୍ଦ୍ଧିତ କରିବା ପାଇଁ ସଭାରେ ନିଷ୍ପତ୍ତି ହୋଇଥିଲା। ଏଥିସହ ଅନୁଷ୍ଠାନର ପଞ୍ଜିକରଣ ଉପରେ ଆଲୋଚନା ହୋଇଥିଲା। ଶେଷରେ ଘୁମୁସର ସଂସ୍କୃତି, ଇତିହାସ ଏବଂ ପରମ୍ପରା ଉପରେ ଗବେଷଣାଧର୍ମି ପ୍ରବନ୍ଧ ପ୍ରକାଶନ ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିରେ ଯୁବ ଗବେଷକଙ୍କୁ ଉତ୍ସାହିତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।

The post ଯୁବ ଗବେଷକଙ୍କୁ ଉତ୍ସାହିତ କରିବା ଲାଗି ପ୍ରୟାସ appeared first on Dharitri Odia News.