ଯୁବକକଙ୍କୁ ଗୋଡାଇ ହାଣିଲେ, ବାଇକ୍ ପୋଡ଼ି ଦେଲେ
ବ୍ରହ୍ମପୁର/ଗୋପାଳପୁର,(ନବୀନ ରାଜ ଆଚାରୀ)୧୬।୩: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନ ରାଳବ ଗାଁରେ ଆତଙ୍କ ଖେଳାଇଛନ୍ତି ୫ରୁ ୬ଜଣ ଯୁବକ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁରେ ଖଣ୍ଡା ବୁଲିବା ସହ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରାଯାଇଛି। ଫଳରେ ଯୁବକ ଜଣକ ଗୁରୁତର ଅବସ୍ଥାରେ ଏମ୍କେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେ ହେଲେ ବି.ସନ୍ତୋଷ ପାତ୍ର। ମିଳିଥିବା ସୂଚନା ମୁତାବକ, ସନ୍ତୋଷଙ୍କ ସହିତ ଗାଁର କେତେଜଣ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ଏହାକୁ […] The post ଯୁବକକଙ୍କୁ ଗୋଡାଇ ହାଣିଲେ, ବାଇକ୍ ପୋଡ଼ି ଦେଲେ appeared first on Dharitri Odia News.
ବ୍ରହ୍ମପୁର/ଗୋପାଳପୁର,(ନବୀନ ରାଜ ଆଚାରୀ)୧୬।୩: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନ ରାଳବ ଗାଁରେ ଆତଙ୍କ ଖେଳାଇଛନ୍ତି ୫ରୁ ୬ଜଣ ଯୁବକ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁରେ ଖଣ୍ଡା ବୁଲିବା ସହ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରାଯାଇଛି। ଫଳରେ ଯୁବକ ଜଣକ ଗୁରୁତର ଅବସ୍ଥାରେ ଏମ୍କେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେ ହେଲେ ବି.ସନ୍ତୋଷ ପାତ୍ର।
ମିଳିଥିବା ସୂଚନା ମୁତାବକ, ସନ୍ତୋଷଙ୍କ ସହିତ ଗାଁର କେତେଜଣ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ଗ୍ରାମର ୫ରୁ ୬ଜଣ ଯୁବକ ଶୁକ୍ରବାର ରାତିରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଥିଲେ। ଫଳରେ ସନ୍ତୋଷଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏହି ଘଟଣା ପରେ ଏକ ଗୋଷ୍ଠୀ ଅଭିଯୁକ୍ତମାନଙ୍କ ଏକ ବାଇକ୍ ପୋଡ଼ି ଦେଇଛନ୍ତି। ଅନ୍ୟପକ୍ଷେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
The post ଯୁବକକଙ୍କୁ ଗୋଡାଇ ହାଣିଲେ, ବାଇକ୍ ପୋଡ଼ି ଦେଲେ appeared first on Dharitri Odia News.