ଯୁବକଙ୍କ ଆତ୍ମହତ୍ୟା, ମଶାଣିରୁ ମୃତଦେହ ଜବତ କଲା ପୁଲିସ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବାହାରେନସିଲେଡ଼ ଗାଁ ଜଣେ ୧୮ବର୍ଷ ର ଯୁବକ ଗତକାଲି ରାତିରେ ପରିବାର ଲୋକେ ଶୋଇଥିବା ଅବସ୍ଥା ରେ ନିଜ ବେକରେ ରସି ଲଗାଇ ଆତ୍ମ ହତ୍ୟା କରିଥିବା ପରିବାର ସୂତ୍ରରୁ ଜଣାପଡିଛି। ଯୁବକ ଜଣକଙ୍କ ପରିଚୟ  ବିନୋଦ ଚିରାଗୁନ, ସେ ମାନସିକ ବିକାରଗ୍ରସ୍ତ ଥିବା ବାପା ଶିବା ଚିରାଗୁନ ପୁଲିସ ଆଗରେ ତଦନ୍ତ ବେଳେ ପ୍ରକାଶ କରିଥିବା ସୂଚନା ମିଳିଛି।  ପରିବାର ଲୋକେ ଭୋର ସମୟରେ ଉଠିବା ସମୟରେ ବିନୋଦ ଆତ୍ମ […]

 ଯୁବକଙ୍କ ଆତ୍ମହତ୍ୟା, ମଶାଣିରୁ ମୃତଦେହ ଜବତ କଲା ପୁଲିସ
dead body
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବାହାରେନସିଲେଡ଼ ଗାଁ ଜଣେ ୧୮ବର୍ଷ ର ଯୁବକ ଗତକାଲି ରାତିରେ ପରିବାର ଲୋକେ ଶୋଇଥିବା ଅବସ୍ଥା ରେ ନିଜ ବେକରେ ରସି ଲଗାଇ ଆତ୍ମ ହତ୍ୟା କରିଥିବା ପରିବାର ସୂତ୍ରରୁ ଜଣାପଡିଛି। ଯୁବକ ଜଣକଙ୍କ ପରିଚୟ  ବିନୋଦ ଚିରାଗୁନ, ସେ ମାନସିକ ବିକାରଗ୍ରସ୍ତ ଥିବା ବାପା ଶିବା ଚିରାଗୁନ ପୁଲିସ ଆଗରେ ତଦନ୍ତ ବେଳେ ପ୍ରକାଶ କରିଥିବା ସୂଚନା ମିଳିଛି।  ପରିବାର ଲୋକେ ଭୋର ସମୟରେ ଉଠିବା ସମୟରେ ବିନୋଦ ଆତ୍ମ ହତ୍ୟା କରିଥିବା ଜାଣିବାକୁ ପାଇଥିଲେ।
କିନ୍ତୁ ଶୋକାକୁଳ ପରିବାର ପୁଲିସକୁ ଖବର ଦେବା ପୂର୍ବରୁ ଶବଦାହ ପାଇଁ ଗାଁ ପାଖ ମଶାଣିଙ୍କୁ ନେଇଥିଲେ। ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ସ୍ଥାନୀୟ ଡାକ୍ତର ଖାନରେ ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ପୁଲିସ ତଦନ୍ତ ଜାରି ରଖିଥିବା ବେଳେ, ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିତା ବେହେରା ସୂଚନା ଦେଇଛନ୍ତି।