ଯୁବକଙ୍କ ଔଦ୍ଧତ୍ୟ! ଠେଙ୍ଗାରେ ମୁଖ୍ୟମନ୍ତ୍ରୀ ବସକୁ ପିଟିଲା
ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବସ୍ଟି ଆଜି ରାମଚନ୍ଦ୍ରପୁରରୁ ଦେଓଗାଁ ବ୍ଲକ ଆସୁଥିଲା। ତେବେ ଫେରିଲା ବେଳେ ବାଇକ୍ ଚାଳକ ପ୍ରମୋଦ ବଗର୍ତ୍ତିଙ୍କୁ ବସ୍ ସାଇଡ୍ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ଉତ୍କ୍ଷିପ୍ତ ହୋଇ ଶ୍ରୀ ବଗର୍ତ୍ତି ଓଭରଟେକ୍ କରି ପିପଲପଦରଠାରେ ବସ୍କୁ ଅଟକାଇ ଥିଲେ।
ଯୁବକଙ୍କ ଔଦ୍ଧତ୍ୟ! ସାଇଡ୍ ମାରିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ବସ୍ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଅଭଦ୍ର ଭାଷାରେ ଗାଳି ଦେଲା। ଅଧା ରାସ୍ତାରେ ବସ୍କୁ ଅଟକାଇ ଠେଙ୍ଗାରେ ପିଟିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲାରୁ।
ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବସ୍ଟି ଆଜି ରାମଚନ୍ଦ୍ରପୁରରୁ ଦେଓଗାଁ ବ୍ଲକ ଆସୁଥିଲା। ତେବେ ଫେରିଲା ବେଳେ ବାଇକ୍ ଚାଳକ ପ୍ରମୋଦ ବଗର୍ତ୍ତିଙ୍କୁ ବସ୍ ସାଇଡ୍ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ଉତ୍କ୍ଷିପ୍ତ ହୋଇ ଶ୍ରୀ ବଗର୍ତ୍ତି ଓଭରଟେକ୍ କରି ପିପଲପଦରଠାରେ ବସ୍କୁ ଅଟକାଇ ଥିଲେ। ତା’ପରେ ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ସହିତ ଯୁକ୍ତିତର୍କ କରିଥିଲା। ପରେ ସେ ଏକ ଠେଙ୍ଗାରେ ବସରେ ଭଙ୍ଗାରୁଜା କରିଥିଲା। ଏପରିକି ବସ୍ ଡ୍ରାଇଭର ଓ କଣ୍ଟକ୍ଟରଙ୍କୁ ଅଭଦ୍ର ଭାଷାରେ ଗାଳି ଦେଇଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ରେକର୍ଡ ହୋଇଛି।
ଏ ନେଇ କଣ୍ଡକ୍ଟର ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ଘଟଣାର ତଦନ୍ତ ଚଳାଇଛି। ସେପଟେ ପ୍ରମୋଦ ପାଲଟା ଅଭିଯୋଗ କରିଛନ୍ତି। ବସ୍ କର୍ମଚାରୀମାନେ ମାଡ଼ ମାରିଥିବା ତାଙ୍କୁ ଅଭିଯୋଗ କରିଛନ୍ତି।
ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର