ଯୁବକଙ୍କ ଜୀବନ ନେଲା ଅନ୍ଲାଇନ୍ ଗେମ୍
ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍ଲାଇନ ଗେମ୍ ଖେଳରୁ ରଶି ଦେଇ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହେଲେ ସରୋଜ ବାଘ(୨୨)। ସରୋଜ, ସ୍ତ୍ରୀ ସନ୍ତୋଷୀ ଓ ଦୁଇ ସନ୍ତାନଙ୍କୁ ନେଇ ହସଖୁସିରେ ପରିବାର ଚଳୁଥିଲା। ପୁରୁଣା ବାକି ଶୁଝିବା ପାଇଁ ଶୁକ୍ରବାର ଗ୍ରୁପ୍ରୁ ଋଣ କରିଥିଲେ। ଲୋକଙ୍କ ବାକି ଶୁଝିବା ପରେ ବଳକା ଟଙ୍କା ନିଜ ଆକାଉଣ୍ଟରେ ରଖିଥିଲେ। ପରେ ମୋବାଇଲରେ ଅନ୍ଲାଇନ […] The post ଯୁବକଙ୍କ ଜୀବନ ନେଲା ଅନ୍ଲାଇନ୍ ଗେମ୍ appeared first on Dharitri Odia News.
ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍ଲାଇନ ଗେମ୍ ଖେଳରୁ ରଶି ଦେଇ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହେଲେ ସରୋଜ ବାଘ(୨୨)। ସରୋଜ, ସ୍ତ୍ରୀ ସନ୍ତୋଷୀ ଓ ଦୁଇ ସନ୍ତାନଙ୍କୁ ନେଇ ହସଖୁସିରେ ପରିବାର ଚଳୁଥିଲା। ପୁରୁଣା ବାକି ଶୁଝିବା ପାଇଁ ଶୁକ୍ରବାର ଗ୍ରୁପ୍ରୁ ଋଣ କରିଥିଲେ। ଲୋକଙ୍କ ବାକି ଶୁଝିବା ପରେ ବଳକା ଟଙ୍କା ନିଜ ଆକାଉଣ୍ଟରେ ରଖିଥିଲେ। ପରେ ମୋବାଇଲରେ ଅନ୍ଲାଇନ ଗେମ୍ ଖେଳି ଆକାଉଣ୍ଟରେ ଥିବା ସବୁ ଟଙ୍କା ହାରି ଯାଇଥିଲେ। ଶନିବାର ସକାଳେ ସ୍ତ୍ରୀ ସନ୍ତୋଷୀ କାମ କରିବା ପାଇଁ ଘରୁ ବାହାରକୁ ଯାଇଥିଲେ। ସରୋଜଙ୍କ ମା’ ଦିନ ୧୦ଟାରେ ବାରଣ୍ଡାରେ ରୋଷେଇ କରୁଥିଲେ। ସନ୍ତୋଷୀ କାମରୁ ଫେରି ଘର କବାଟ ଭିତରୁ ବନ୍ଦ ଥିବା ଦେଖି ମା’ଙ୍କୁ ଜଣାଇଥିଲେ। ପରେ ଅନ୍ୟମାନଙ୍କ ସହାୟତାରେ କବାଟ ଭାଙ୍ଗି ଭିତରେ ପଶି ଦେଖିବାବେଳକୁ ସରୋଜ ଘର ଛାତରେ ଥିବା ଲୁହା ପାଇପ୍ରେ ପ୍ଲାଷ୍ଟିକ ଦଉଡ଼ିରେ ଝୁଲୁଥିଲେ। ସାହି ଲୋକେ ସରୋଜଙ୍କୁ ଉଦ୍ଧାର କରି ବାଲିମେଳା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଓର୍କେଲ ପୋଲିସ କେସ୍ ନଂ ୧୨/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
The post ଯୁବକଙ୍କ ଜୀବନ ନେଲା ଅନ୍ଲାଇନ୍ ଗେମ୍ appeared first on Dharitri Odia News.