ଯୁବକଙ୍କ ସନ୍ଦେହଜନକ ମୃତଦେହ ଠାବ, ପୋଲିସ ଖୋଜୁଛି କାରଣ
ଭଦ୍ରକ ୦୨।୦୧ : ଯୁବକଙ୍କ ସନ୍ଦେହଜନକ ମୃତଦେହ ଠାବ । ବର୍ତ୍ତମା ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ସାନ ଶାସନ ଓ ମଞ୍ଜୁରୀ ରୋଡ ରାସ୍ତାର କଣ୍ଟାପଡ଼ା ନିକଟରେ ଠାବ ହୋଇଛି ମୃତଦେହ । ସେହିପରି ମୃତଦେହ ନିକଟରେ ଏକ ମୋଟର ସାଇକେଲ୍ ପଡିଛି । ମୃତ ଯୁବକଙ୍କ ନାମ ଅରୁଣ ଓଝା ବୋଲି ଜଣାପଡିଛି । ତେବେ ମୃତ ଯୁବକଙ୍କ ଘର କେନ୍ଦୁଆପଦା ପଞ୍ଚାୟତ ମୁଗଗଡ଼ିଆ ଗାଁରେ ହୋଇଥିବା ସୂଚନା ମିଳିଛି । ଯାଜପୁର ରୋଡରୁ ଫେରୁଥିବା ବେଳେ ଅଜଣା ବାଲି ଟ୍ରକ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି ।