ଯୁବକଙ୍କ ସହ ମହିଳାଙ୍କର ଚାଲିଥିଲା ଲୁଚାଚୋରା ପ୍ରେମ, ଦୁହେଁ ଗୋଟିଏ ଘର ଭିତରେ ଥିବାବେଳେ, ଗ୍ରାମବାସୀ ପହଞ୍ଚି…
ଆନନ୍ଦପୁର,୧୨ା୫(ସୁଶାନ୍ତ କୁମାର ସାହୁ): କଥାରେ ଅଛି, ପ୍ରେମ ଅନ୍ଧ। ଯେତେବେଳେ ପ୍ରେମ ହୁଏ ସେତେବେଳେ ଜଣେ ସବୁ କିଛି ଭୁଲିଯାଏ। ପୁଅ, ଝିଅ, ବାପା, ମା’ , ଘର, ପରିବାର ସବୁ କିଛ। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅକରୁଆ ଗ୍ରାମରେ। ଇନ୍ଷ୍ଟାଗ୍ରାମରୁ ପ୍ରେମ କରିବା ମହଙ୍ଗା ପଡ଼ିଛି ଜଣେ ଯୁବକଙ୍କ ପାଇଁ। ରାତିସାରା ଯୁବକଙ୍କୁ ଅଟକ ରଖି ଗାଁରେ ବସିଲା ପଞ୍ଚାୟତ। ଖବର ପାଇ ପହଞ୍ଚିଲା ପୋଲିସ। ପଞ୍ଚାୟତରୁ […] The post ଯୁବକଙ୍କ ସହ ମହିଳାଙ୍କର ଚାଲିଥିଲା ଲୁଚାଚୋରା ପ୍ରେମ, ଦୁହେଁ ଗୋଟିଏ ଘର ଭିତରେ ଥିବାବେଳେ, ଗ୍ରାମବାସୀ ପହଞ୍ଚି… appeared first on Dharitri Odia News.
ଆନନ୍ଦପୁର,୧୨ା୫(ସୁଶାନ୍ତ କୁମାର ସାହୁ): କଥାରେ ଅଛି, ପ୍ରେମ ଅନ୍ଧ। ଯେତେବେଳେ ପ୍ରେମ ହୁଏ ସେତେବେଳେ ଜଣେ ସବୁ କିଛି ଭୁଲିଯାଏ। ପୁଅ, ଝିଅ, ବାପା, ମା’ , ଘର, ପରିବାର ସବୁ କିଛ। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅକରୁଆ ଗ୍ରାମରେ। ଇନ୍ଷ୍ଟାଗ୍ରାମରୁ ପ୍ରେମ କରିବା ମହଙ୍ଗା ପଡ଼ିଛି ଜଣେ ଯୁବକଙ୍କ ପାଇଁ। ରାତିସାରା ଯୁବକଙ୍କୁ ଅଟକ ରଖି ଗାଁରେ ବସିଲା ପଞ୍ଚାୟତ। ଖବର ପାଇ ପହଞ୍ଚିଲା ପୋଲିସ। ପଞ୍ଚାୟତରୁ ଯୁବକ ଓ ମହିଳାଙ୍କୁ ଉଠାଇ ନେବାକୁ ପୋଲିସ ଉଦ୍ୟମ କରିବାରୁ ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସ ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ହାଟଡିହି ବ୍ଲକ ଆନନ୍ଦପୁର ଥାନା ଅକରୁଆ ଗ୍ରାମରେ। ଗ୍ରାମର ଜଣେ ମହିଳା ୭ ବର୍ଷ ପୂର୍ବେ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ୫ବର୍ଷର ପୁଅ ଅଛି। ଦୁଇ ବର୍ଷ ତଳେ ସୋସୋ ଥାନା ବିଦ୍ୟାଧରପୁର ଗ୍ରାମର ମାନସ ଦେହୁରୀ ନାମକ ଜଣେ ଯୁବକ ସହିତ ଇନ୍ଷ୍ଟାଗ୍ରାମ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ମହିଳା ସ୍ବାମୀଙ୍କ ଅଜାଣତରେ ବିଭିନ୍ନ ବାହାନା କହି ବନ୍ଧୁଘର ବୁଲିଯିବା ବାହାନାରେ ଯୁବକଙ୍କ ପାଖକୁ ଯାଇ ଶାରୀରିକ ସମ୍ପର୍କ ରଖୁଥିଲେ। ଯୁବକ ଜଣକ ମଧ୍ୟ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ଭାଇରାଲ କରିବାର ଭୟ ଦେଖାଇ ମହିଳାଙ୍କୁ ବିଭିନ୍ନ ସ୍ଥାନକୁ ଡକାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ରବିବାର ମହିଳା ଜଣଙ୍କ କଟକ ଯାଇ ଯୁବକଙ୍କ ସହିତ ମିଶିବା ପରେ ରାତିରେ ଯୁବକଙ୍କ ସହିତ ଘରକୁ ଫେରିଥିଲେ। ଘର ଭିତରେ ଉଭୟ କଥାବାର୍ତ୍ତା ହେଉଥିବା ସମୟରେ ପରିବାର ଲୋକେ ବାହାରପଟୁ କବାଟ ବନ୍ଦ କରି ଗାଁ ଲୋକଙ୍କୁ ଡାକିଥିଲେ। ଏନେଇ ରାତିସାରା ଗାଁରେ ପଞ୍ଚାୟତ ବସିଥିଲା। ଯୁବକଙ୍କ ପରିବାର ଲୋକେ ପୋଲିସକୁ ଖବର ଦେଇ ତାଙ୍କ ପୁଅକୁ ଉଦ୍ଧାର କରିବା ପାଇଁ କହିଥିଲେ। ପୋଲିସ ପହଞ୍ଚି ପଞ୍ଚାୟତ ଭିତରେ ବସିଥିବା ମହିଳା ଓ ଯୁବକଙ୍କୁ ଉଠାଇ ଆଣିବାରୁ ଉତ୍ତେଜନା ପ୍ରକାଶ ପାଇବା ସହ ଗାଁ ଲୋକେ ପୋଲିସ ଗାଡ଼ିକୁ ଛାଡ଼ି ନ ଥିଲେ। ରାତି ପାହିବା ପରେ ପୋଲିସ ବାଧ୍ୟ ହୋଇ ଫେରିଯାଇଥିଲା। ମହିଳା ଜଣକ ସ୍ବାମୀ ସହିତ ନ ରହି ପ୍ରେମିକଙ୍କ ପାଖରେ ରହିବେ ବୋଲି କହିବା ପରେ ଚୁକ୍ତିନାମା ଲେଖି ଗ୍ରାମବାସୀ ଯୁବକ ଓ ମହିଳାଙ୍କୁ ଛଡ଼ାଯାଇଛି ବୋଲି ଗ୍ରାମର ମାନସ ମହାଳିକ, ପର୍ଶୁରାମ ମହାଳିକ କହିଛନ୍ତି l
The post ଯୁବକଙ୍କ ସହ ମହିଳାଙ୍କର ଚାଲିଥିଲା ଲୁଚାଚୋରା ପ୍ରେମ, ଦୁହେଁ ଗୋଟିଏ ଘର ଭିତରେ ଥିବାବେଳେ, ଗ୍ରାମବାସୀ ପହଞ୍ଚି… appeared first on Dharitri Odia News.