ଯୁବକଙ୍କୁ କଚାଡ଼ି ପାଦରେ ଦଳି ଦେଇଥିଲା ଦନ୍ତା
ବଣାଇଁ,୧୪ା୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ ସୋଲ ରେଞ୍ଚ ଅନ୍ତର୍ଗତ ଟୁକୁଡ଼ା ଗ୍ରାମରେ ଶନିବାର ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଜେଶ ମୁଣ୍ଡା (୪୩)। ବନ ବିଭାଗ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟର ମର୍ଗ ହାଉସରେ ରଖିଛି। ବନ ବିଭାଗ ପକ୍ଷରୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ବନାଞ୍ଚଳ ଅଧିକାରୀ କୈଳାସ କିଷାନ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଜେଶ ପ୍ରତ୍ୟୁଷରୁ […] The post ଯୁବକଙ୍କୁ କଚାଡ଼ି ପାଦରେ ଦଳି ଦେଇଥିଲା ଦନ୍ତା appeared first on Dharitri Odia News.
ବଣାଇଁ,୧୪ା୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ ସୋଲ ରେଞ୍ଚ ଅନ୍ତର୍ଗତ ଟୁକୁଡ଼ା ଗ୍ରାମରେ ଶନିବାର ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଜେଶ ମୁଣ୍ଡା (୪୩)। ବନ ବିଭାଗ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟର ମର୍ଗ ହାଉସରେ ରଖିଛି। ବନ ବିଭାଗ ପକ୍ଷରୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ବନାଞ୍ଚଳ ଅଧିକାରୀ କୈଳାସ କିଷାନ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରାଜେଶ ପ୍ରତ୍ୟୁଷରୁ କୌଣସି କାମରେ ଘରୁ ବାହାରକୁ ଯାଇଥିଲେ। ହଠାତ୍ ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡିଦେବା ପରେ ପାଦରେ ଦଳି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସେହିଭଳି ଶୁକ୍ରବାର ତାମଡା ରେଞ୍ଜ ଅଧୀନ ରୁଷିମଠ ଜଙ୍ଗଲରେ ହାତୀ ଟ୍ରାକିଂ କାର୍ଯ୍ୟରେ ନିୟୋଜିତ ବନ କର୍ମଚାରୀ ଟ୍ରାକିଂ କରୁଥିବା ସମୟରେ ହଠାତ୍ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଜୀବନ ବିକଳରେ ଯିଏ ଯୁଆଡ଼େ ଦୌଡ଼ି ପଳାଇଯାଇଥିଲେ। ହେଲେ ଜଣେ ପାରା କର୍ମଚାରୀ ଲୁଧିଆ ସିଂ ହାତୀ ହାବୁଡ଼ରେ ପଡି ଆକ୍ରମଣର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିନକୁ ଦିନ ବଣାଇଁ ବନଖଣ୍ଡରେ ହାତୀ ଉପଦ୍ରବ ବୃଦ୍ଧିପାଉଛି। କେଉଁଠି ହାତୀ ସହରରେ ପଶି ଆତଙ୍କ ଖେଳାଉଛି ତ ଅନ୍ୟ କେଉଁଠି ହତୀ ଆକ୍ରମଣରେ ଜୀବନ ଯାଉଛି।
The post ଯୁବକଙ୍କୁ କଚାଡ଼ି ପାଦରେ ଦଳି ଦେଇଥିଲା ଦନ୍ତା appeared first on Dharitri Odia News.