ଯୁବକଙ୍କୁ ପନିକିରେ ହାଣିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ପୁରୁଷ ଓ ମହିଳା ଆକ୍ରମଣ କରିଥିବା ଅଭିଯୋଗ
ଭଦ୍ରକ: ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ପନିକିରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ଧାମନଗର ଥାନା ଚୁଡାକୁଟି ପଂଚାୟତ ସୋରିଷଡିହ ଗାଁରେ ସଂଘବଦ୍ଧ ଆକ୍ରମଣ ହୋଇଛି । ଗୁରୁତର ଯୁବକ ହେଲେ ଧର୍ମେନ୍ଦ୍ର ସାହୁ। ତାଙ୍କ ହାତରେ ଆଘାତ ଲାଗିଛି । ଗାଁର ପ୍ରାୟ ୨୦ରୁ ଅଧିକ ପୁରୁଷ ଓ ମହିଳା ଆକ୍ରମଣ କରିଥିଲେ ।ବିମାନରେ ଠାକୁରଙ୍କ ଗ୍ରାମ ପରିକ୍ରମା ଚାଲିଥିବା ବେଳେ ଏଭଳି ଘଟଣା ଘଟିଛି । ଦଇପୁର ପଞ୍ଚାୟତ ତାଳସିଠା ଗ୍ରାମର କିଛି […] The post ଯୁବକଙ୍କୁ ପନିକିରେ ହାଣିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ପୁରୁଷ ଓ ମହିଳା ଆକ୍ରମଣ କରିଥିବା ଅଭିଯୋଗ appeared first on KNews Odisha.

ଭଦ୍ରକ: ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ପନିକିରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ଧାମନଗର ଥାନା ଚୁଡାକୁଟି ପଂଚାୟତ ସୋରିଷଡିହ ଗାଁରେ ସଂଘବଦ୍ଧ ଆକ୍ରମଣ ହୋଇଛି । ଗୁରୁତର ଯୁବକ ହେଲେ ଧର୍ମେନ୍ଦ୍ର ସାହୁ। ତାଙ୍କ ହାତରେ ଆଘାତ ଲାଗିଛି । ଗାଁର ପ୍ରାୟ ୨୦ରୁ ଅଧିକ ପୁରୁଷ ଓ ମହିଳା ଆକ୍ରମଣ କରିଥିଲେ ।ବିମାନରେ ଠାକୁରଙ୍କ ଗ୍ରାମ ପରିକ୍ରମା ଚାଲିଥିବା ବେଳେ ଏଭଳି ଘଟଣା ଘଟିଛି ।
ଦଇପୁର ପଞ୍ଚାୟତ ତାଳସିଠା ଗ୍ରାମର କିଛି ଯୁବକ ହାଣିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣ ହୋଇଥିବା ପନିକି ଜବତ କରିବା ସହ ଆକ୍ରମଣ କରିଥିବା ଯୁବକ ମଧ୍ୟରୁ ଜଣକ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି । ତେବେ ଏଭଳି ମରଣାନ୍ତକ ଆକ୍ରମଣ ପଛରେ କାରଣ କଣ ତାହା ଜଣା ପଡିନି । ଗୁରୁତର ଯୁବକଙ୍କୁ କଟକ ସ୍ତନତାରିତ କରାଯାଇଛି ।
ଆହୁରି ପଢ଼ନ୍ତୁ : ହୋଲିରେ ଭୁବନେଶ୍ୱରରେ ଡବଲ ମର୍ଡର, ପୋଲିସ ତଦନ୍ତ ଜାରି
The post ଯୁବକଙ୍କୁ ପନିକିରେ ହାଣିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ପୁରୁଷ ଓ ମହିଳା ଆକ୍ରମଣ କରିଥିବା ଅଭିଯୋଗ appeared first on KNews Odisha.