ଯୁବକଙ୍କୁ ଭଙ୍ଗା କାଚ ବୋତଲରେ ଆକ୍ରମଣ: ଅଭିଯୁକ୍ତ ଗିରଫ

ହିଞ୍ଜିଳିକାଟୁ, ୧୩।୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଖଣ୍ଡରା ଗାଁରେ ଗୁରୁବାର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଭଙ୍ଗା କାଚ ବୋତଲରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ନିଳାଞ୍ଚଳ ଗୈାଡ (୨୨)। ଏହି ଘଟଣାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଖଣ୍ଡରା ଗ୍ରାମର ରାମଚନ୍ଦ୍ର ଗୈାଡ (୩୫)ଙ୍କୁ ଗିରଫ କରିଛି। ପ୍ରକାଶ ଯେ, […] The post ଯୁବକଙ୍କୁ ଭଙ୍ଗା କାଚ ବୋତଲରେ ଆକ୍ରମଣ: ଅଭିଯୁକ୍ତ ଗିରଫ appeared first on Dharitri Odia News.

ଯୁବକଙ୍କୁ ଭଙ୍ଗା କାଚ ବୋତଲରେ ଆକ୍ରମଣ: ଅଭିଯୁକ୍ତ ଗିରଫ

ହିଞ୍ଜିଳିକାଟୁ, ୧୩।୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଖଣ୍ଡରା ଗାଁରେ ଗୁରୁବାର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଭଙ୍ଗା କାଚ ବୋତଲରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ନିଳାଞ୍ଚଳ ଗୈାଡ (୨୨)। ଏହି ଘଟଣାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଖଣ୍ଡରା ଗ୍ରାମର ରାମଚନ୍ଦ୍ର ଗୈାଡ (୩୫)ଙ୍କୁ ଗିରଫ କରିଛି।
ପ୍ରକାଶ ଯେ, ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମରେ ଗୁରୁବାର ରାମଚନ୍ଦ୍ର ଗୈାଡ ଓ ନିଳାଞ୍ଚଳ ଗୌଡ ଙ୍କ ମଧ୍ୟରେ କୌଣସି ଘଟଣା ନେଇ ପାଟିତୁଣ୍ଡ ହୋଇଥିଲା। ରାମଚନ୍ଦ୍ର ହଠାତ ଉତକ୍ଷିପ୍ତ ହୋଇ ଏକ ଭଙ୍ଗା କାଚ ବୋତଲରେ ନିଳାଞ୍ଚଳଙ୍କ ପେଟକୁ ଭୁଷି ଦେଇଥିଲେ। ଘଟଣା ପରେ ରାମଚନ୍ଦ୍ର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଆହତ ନିଳାଞ୍ଚଳଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫେରାର ହେବାକୁ ଉଦ୍ୟମ କରୁଥିବା ରାମଚନ୍ଦ୍ରଙ୍କୁ ଗିରଫ କରିଥିଲା। ଆହତଙ୍କ ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୧୧/୨୫ ରେ ଏକ ମାମଲା ରୁଜୁ କରି ଆକ୍ରମଣକାରୀ ରାମଚନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

The post ଯୁବକଙ୍କୁ ଭଙ୍ଗା କାଚ ବୋତଲରେ ଆକ୍ରମଣ: ଅଭିଯୁକ୍ତ ଗିରଫ appeared first on Dharitri Odia News.