ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା: ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୬।୩(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ଗ୍ରାମର କିରଣ ଦାସ ନାମକ ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ ସେହି ଗ୍ରାମର ଚନ୍ଦନ ରଣାଙ୍କୁ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ.ଆଇ ଜଗବନ୍ଧୁ ବାର୍ଲା ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ହତ୍ୟା ଉଦ୍ୟମ ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ଠେଙ୍ଗା, ଲୁହାଛଡ଼ ଜବତ କରାଯାଇଛି। ଥାନା ମାମଲା ନଂ.୭୭/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି […] The post ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା: ଜେଲ୍‌ ଗଲେ ଅଭିଯୁକ୍ତ appeared first on Dharitri Odia News.

ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା: ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୬।୩(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ଗ୍ରାମର କିରଣ ଦାସ ନାମକ ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ ସେହି ଗ୍ରାମର ଚନ୍ଦନ ରଣାଙ୍କୁ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ.ଆଇ ଜଗବନ୍ଧୁ ବାର୍ଲା ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ହତ୍ୟା ଉଦ୍ୟମ ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ଠେଙ୍ଗା, ଲୁହାଛଡ଼ ଜବତ କରାଯାଇଛି। ଥାନା ମାମଲା ନଂ.୭୭/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ୨୬ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ କିରଣ ତାଙ୍କ ଗ୍ରାମର ବୁଢ଼ୀଘାଇ ବନ୍ଧ ନିକଟ ରେଷ୍ଟ ସେଡରେ ବସିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ଏକ ନିକାଞ୍ଚନ ସ୍ଥାନକୁ ନେଇ ଠେଙ୍ଗା ଓ ଲୁହା ଛଡ଼ ରେ ନିସ୍ତୁକ ମାଡ଼ ମାରିଥିଲେ। ସେମାନଙ୍କ ମାଡ଼ରେ କିରଣଙ୍କ ମୁଣ୍ଡ ଫାଟିବା ସହ ୪ ଟି ଦାନ୍ତ ଭାଙ୍ଗି ଯାଇଥିଲା। ସେ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଯିବାରୁ ଉଭୟେ ତାଙ୍କୁ ଟେକି ନେଇ ନିକଟସ୍ଥ ଏକ ଚାଷଜମିରେ ଫୋପାଡି ଚାଲି ଯାଇଥିଲେ। ରାତି ପ୍ରାୟ ସାଢ଼େ ୧୦ ଟାରେ କିରଣଙ୍କ ଚେତା ଫେରିବା ପରେ ସେ ତାଙ୍କ ମା’ଙ୍କୁ ଘଟଣା ଜଣାଇଥିଲେ।
ମା ଝୁମୁରି ଗାଁ ୟର କିଛି ଲୋକଙ୍କ ସହ ଘଟଣାସ୍ଥଳରେ ପହଞ୍ଚି କିରଣଙ୍କୁ ଉଦ୍ଧାର କରି ନୂଆପଡ଼ା ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ପରେ ତାଙ୍କୁ ବମକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ କିରଣଙ୍କ ମା’ ଝୁମୁରିି କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ମକଦ୍ଦମା ରୁଜୁ କରି ନୂଆପଡ଼ା ଫାଣ୍ଡି ଅଧିକାରୀ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

The post ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା: ଜେଲ୍‌ ଗଲେ ଅଭିଯୁକ୍ତ appeared first on Dharitri Odia News.