ଯୁବକମାନଙ୍କ ପାଖରେ ନାହିଁ ଖେଳ ସାମଗ୍ରୀ
ନୂଆଗାଁ,୧୮ା୧(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକର ଯୁବକମାନଙ୍କ ପାଖରେ ଖେଳିବା ପାଇଁ ଆବଶ୍ୟକ ସରଞାମ ନାହିଁ। ତେଣୁ ଯୁବକମାନେ କ୍ରିକେଟ ଖେଳିବା ସମୟରେ କିଛି ଇଟା ଓ କାଠିକୁ ଉଇକେଟ୍ ଭାବେ ବ୍ୟବହାର କରି ଖେଳୁଥିବା ଅଭିଯୋଗ ହେଉଛି। କ୍ରୀଡା କ୍ଷେତ୍ରରେ ବିକାଶ ଆଣିବା ସହ ଯୁବତୀଯୁବକମାନଙ୍କ ଶାରିରୀକ ବିକାଶ ପାଇଁ ସରକାର କ୍ରୀଡ଼ା ପ୍ରତି ଗୁରୁତ୍ୱ ଦେଉଛନ୍ତି। ବିଭିନ୍ନ ଯୋଜନା ମାଧ୍ୟମରେ କ୍ରୀଡ଼ାର ବିକାଶ ପାଇଁ ଅନୁଦାନ ଦିଆଯାଉଛି। ସରକାର କ୍ରୀଡ଼ା ପାଇଁ ବହୁ ପରିମାଣର […] The post ଯୁବକମାନଙ୍କ ପାଖରେ ନାହିଁ ଖେଳ ସାମଗ୍ରୀ appeared first on Dharitri Odia News.
ନୂଆଗାଁ,୧୮ା୧(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକର ଯୁବକମାନଙ୍କ ପାଖରେ ଖେଳିବା ପାଇଁ ଆବଶ୍ୟକ ସରଞାମ ନାହିଁ। ତେଣୁ ଯୁବକମାନେ କ୍ରିକେଟ ଖେଳିବା ସମୟରେ କିଛି ଇଟା ଓ କାଠିକୁ ଉଇକେଟ୍ ଭାବେ ବ୍ୟବହାର କରି ଖେଳୁଥିବା ଅଭିଯୋଗ ହେଉଛି।
କ୍ରୀଡା କ୍ଷେତ୍ରରେ ବିକାଶ ଆଣିବା ସହ ଯୁବତୀଯୁବକମାନଙ୍କ ଶାରିରୀକ ବିକାଶ ପାଇଁ ସରକାର କ୍ରୀଡ଼ା ପ୍ରତି ଗୁରୁତ୍ୱ ଦେଉଛନ୍ତି। ବିଭିନ୍ନ ଯୋଜନା ମାଧ୍ୟମରେ କ୍ରୀଡ଼ାର ବିକାଶ ପାଇଁ ଅନୁଦାନ ଦିଆଯାଉଛି। ସରକାର କ୍ରୀଡ଼ା ପାଇଁ ବହୁ ପରିମାଣର ଅର୍ଥ ବ୍ୟୟ କରୁଥିଲେ ମଧ୍ୟ ତାହା ଲୋକଙ୍କ ପାଖରେ ପହଞ୍ଚତ୍ ପାରୁ ନାହିଁ କିମ୍ବା ଯୁବତୀ ଯୁବକମାନେ ତାହାର ସୁଫଳ ପାଇ ପାରୁ ନ ଥିବା ଅଭିଯୋଗ ହେଉଛି। ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ କ୍ରୀଡା ନିମନ୍ତେ ପ୍ରତି କଲେଜକୁ ୩ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି। ସେହିପରି ବ୍ଲକସ୍ତରରେ କ୍ରୀଡ଼ା ପ୍ରତିଯୋଗିତା ନିମନ୍ତେ ପ୍ରତି ବ୍ଲକକୁ ୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପଞ୍ଚାୟତସ୍ତରରେ କ୍ରୀଡା ସାମଗ୍ରୀ କିଣିବା ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ୨.୫୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି। ହେଲେ ଏତେ ସବୁ ଅନୁଦାନ ଦେଲା ପରେ ମଧ୍ୟ ନୁଆଗାଁ ଯୁବକମାନଙ୍କ ପାଖରେ ଖେଳ ସାମଗ୍ରୀର ଅଭାବ ଯୋଗୁ ସେମାନେ ଇଟା ଓ କାଠିକୁ ଉଇକେଟ୍ କରି କ୍ରିକେଟ ଖେଳୁଛନ୍ତି। ସେହିପରି ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଫୁଟବଲ ଖେଳ ଅଭ୍ୟାସ କରିବା ନିମନ୍ତେ ଆବଶ୍ୟକ ସରଞ୍ଜାମ ଜୋତା, ନେଟ, ବଲ୍ ଆଦି ନ ଥିବାରୁ ସେମାନେ ନିଜକୁ ପ୍ରସ୍ତୁତ କରି ପାରି ନ ଥିବା ଅଭିଯୋଗ କରିଛନ୍ତି। ଏପରିକି ଖେଳ ସାମଗ୍ରୀ ଅଭାବରୁ ନୂଆଗାଁ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ନିମନ୍ତେ ହକି, ମହିଳା ଖୋଖୋ ପାଇଁ ଟିମ୍ ହୋଇ ପାରି ନ ଥିଲା। ନୂଆଗାଁ ବ୍ଲକରେ ଅକ୍ଟୋବର ୧୩ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରି ୧୧ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ। ସେଥିମଧ୍ୟରୁ ପ୍ରତି ପଞ୍ଚାୟତକୁ ୨.୫୦ ଲକ୍ଷ ଭାବେ ମୋଟ ୫୫ ଲକ୍ଷ ଟଙ୍କା ଅନୁଦାନ ଘୋଷଣା ହୋଇଥିଲେ ମଧ୍ୟ ଅଦ୍ୟାବଧି କ୍ରୀଡା ସାମଗ୍ରୀ କିଣା ଯାଇନାହିଁ। ଯାହାକୁ ନେଇ ଯୁବକମାନଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଯୋଗାଇ ଦେବାକୁ ଥିବା ଖେଳ ସାମଗ୍ରୀ ନ ଦେବା ବାବଦରେ ନୂଆଗାଁ ବିଡିଓ ବାସୁଦେବ ନାୟକଙ୍କୁ ପଚାରିବାରେ ଯୁବକମାନଙ୍କ ପାଇଁ କ୍ରୀଡା ଓ କ୍ରୀଡା ସାମଗ୍ରୀ ଅତ୍ୟନ୍ତ ଜରୁରୀ। ତେଣୁ ଯଥାଶୀଘ୍ର ଖେଳ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ବିଡିଓ ନାୟକ କହିଛନ୍ତି।
The post ଯୁବକମାନଙ୍କ ପାଖରେ ନାହିଁ ଖେଳ ସାମଗ୍ରୀ appeared first on Dharitri Odia News.