ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା; ଶରୀରକୁ ୩୦ ଖଣ୍ଡ କରି ଫ୍ରିଜ୍‌ରେ ରଖିଥିଲା ଦୁର୍ବୃତ୍ତ

ଜଣେ ଯୁବତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ସହ ତାଙ୍କ ଶରୀରକୁ ୩୦ ଖଣ୍ଡ କରି ୧୬୫ ଲିଟର୍ ସିଙ୍ଗିଲ୍ ଡୋର୍ ବାଲା ଫ୍ରିଜରେ ରଖିଥିଲା ଦୁର୍ବୃତ୍ତ।

ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା; ଶରୀରକୁ ୩୦ ଖଣ୍ଡ କରି ଫ୍ରିଜ୍‌ରେ ରଖିଥିଲା ଦୁର୍ବୃତ୍ତ

ଚର୍ଚ୍ଚିତ ଶ୍ରଦ୍ଧା ୱାକର୍ ଷ୍ଟାଇଲରେ ଆଉ ଜଣେ ଯୁବତୀଙ୍କୁ ହତ୍ୟା। କର୍ଣ୍ଣାଟକର ବେଙ୍ଗାଲୁରୁରେ ସାମ୍ନାକୁ ଆସିଛି ଏଭଳି ଏକ ସମ୍ବେଦନଶୀଳ ମାମଲା। ଜଣେ ଯୁବତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ସହ ତାଙ୍କ ଶରୀରକୁ ୩୦ ଖଣ୍ଡ କରି ୧୬୫ ଲିଟର୍ ସିଙ୍ଗିଲ୍ ଡୋର୍ ବାଲା ଫ୍ରିଜରେ ରଖିଥିଲା ଦୁର୍ବୃତ୍ତ।

ମୃତକ ୨୬ ବର୍ଷୀୟା ମହାଲକ୍ଷ୍ମୀ ବୋଲି ଜଣାପଡିଛି। ବେଙ୍ଗାଲୁରୁର ମାଲଲେଶ୍ୱରାମର ବ୍ୟାଲିକାବଲ ଆବାସିକ ଅଞ୍ଚଳର ଏକ ଫ୍ଲାଟରେ ଘଟିଛି। ଏହି ଘଟଣା ତିନି ମହଲା ବିଶିଷ୍ଟ ଘରର ପ୍ରଥମ ମହଲାରେ ଘଟିଥିଲା। 

ପ୍ରେମ ସମ୍ପର୍କ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି। ଏହି ଘଟଣା ଦିଲ୍ଲୀରେ ୨୦୨୨ର ଶ୍ରଦ୍ଧା ୱାକର୍ ହତ୍ୟାକାଣ୍ଡକୁ ମନେପକାଇଦେଲା। ଯେଉଁଠି ପ୍ରେମିକ ଅଫତାଫ୍ ପୁନାୱାଲା ଶ୍ରଦ୍ଧାଙ୍କ ଶରୀରକୁ ୩୫ ଖଣ୍ଡ କରି ପ୍ରମାଣ ଲୁଚାଇବାକୁ ଯାଇ ଖଣ୍ଡେ ଖଣ୍ଡେ ଫିଙ୍ଗିଚାଲିଥିଲା ଜଙ୍ଗଲ ଅଞ୍ଚଳରେ।