ଯୁବତୀଙ୍କୁ ସ୍କୁଟି ଚଳାଉଥିବା ଦେଖି ହାତୀ ବି ଡରିଗଲା, ବାଟେ ବାଟେ ଜଙ୍ଗଲକୁ ଧାଇଁଲା…
ପୃଥିବୀପୃଷ୍ଠର ବିଶାଳକାୟ ପଶୁଙ୍କ ମଧ୍ୟରୁ ହାତୀ ଅନ୍ୟତମ। ଜଙ୍ଗଲର ରାଜା ସିଂହ ବି ଏହାର ସାମ୍ନାକୁ ଆସିବାକୁ ସାହସ କରନ୍ତି ନାହିଁ। ହେଲେ ଯଦି କେବେ ହାତୀ ସ୍କୁଟିରେ ଯାଉଥିବା ଯୁବତୀକୁ ଦେଖି ଡରିଯାଏ, ଆପଣ ବିଶ୍ୱାସ କରିବେ ତ। ଏବେ ଚକିତ କଲାଭଳି ଏଭଳି ଭିଡ଼ିଓ ସାମ୍ନାକୁ ଆସିଛି। ଭିଡିଓ ଏତେ ମଜାଦାର ହୋଇଛି ଯେ ହସ ରୋକିବା କଷ୍ଟକର ହୋଇଯିବ। ସ୍କୁଟିରେ ଯାଉଥିବା ଯୁବତୀଙ୍କୁ ଦେଖି ହାତୀ ଦୌଡ଼ି ପଳାଇବାର ଭିଡିଓ ଏଯାବତ ହଜାର […] The post ଯୁବତୀଙ୍କୁ ସ୍କୁଟି ଚଳାଉଥିବା ଦେଖି ହାତୀ ବି ଡରିଗଲା, ବାଟେ ବାଟେ ଜଙ୍ଗଲକୁ ଧାଇଁଲା… appeared first on Dharitri Odia News.
ପୃଥିବୀପୃଷ୍ଠର ବିଶାଳକାୟ ପଶୁଙ୍କ ମଧ୍ୟରୁ ହାତୀ ଅନ୍ୟତମ। ଜଙ୍ଗଲର ରାଜା ସିଂହ ବି ଏହାର ସାମ୍ନାକୁ ଆସିବାକୁ ସାହସ କରନ୍ତି ନାହିଁ। ହେଲେ ଯଦି କେବେ ହାତୀ ସ୍କୁଟିରେ ଯାଉଥିବା ଯୁବତୀକୁ ଦେଖି ଡରିଯାଏ, ଆପଣ ବିଶ୍ୱାସ କରିବେ ତ। ଏବେ ଚକିତ କଲାଭଳି ଏଭଳି ଭିଡ଼ିଓ ସାମ୍ନାକୁ ଆସିଛି। ଭିଡିଓ ଏତେ ମଜାଦାର ହୋଇଛି ଯେ ହସ ରୋକିବା କଷ୍ଟକର ହୋଇଯିବ। ସ୍କୁଟିରେ ଯାଉଥିବା ଯୁବତୀଙ୍କୁ ଦେଖି ହାତୀ ଦୌଡ଼ି ପଳାଇବାର ଭିଡିଓ ଏଯାବତ ହଜାର ହଜାର ସଂଖ୍ୟାରେ ଲୋକ ଦେଖିସାରିଲେଣି।
ସାମ୍ନାକୁ ଆସିଥିବା କିଛି ସେକେଣ୍ଡର ଭିଡିଓରେ ଦେଖିବେ କି ଜଙ୍ଗଲର ରାଜା ହାତୀ ଜଙ୍ଗଲ ମଝି ଦେଇ ଯାଉଛି। ସେହି ରାସ୍ତା ଦେଇ ଏକ ସ୍କୁଟିରେ ଜଣେ ଯୁବତୀ ଯାଉଛନ୍ତି। ସେ ଦ୍ରୁତଗତିରେ ଗାଡ଼ି ଚଳାଉଛନ୍ତି। ହାତୀକୁ ଦେଖି ଯୁବତୀଜଣଙ୍କ ସନ୍ତୁଳନ ହରାଇ ବସୁଛନ୍ତି। ପରେ ସ୍କୁଟିଟି ହାତୀଆଡ଼କୁ ମାଡ଼ି ଚାଲୁଛି। ତାହା ଦେଖି ହାତୀ ଡରିଯାଇ ଜଙ୍ଗଲକୁ ଦୌଡ଼ୁଛି। ଏହି ଦୃଶ୍ୟ ବେଶ ମଜାଦାର ହୋଇଛି।
The post ଯୁବତୀଙ୍କୁ ସ୍କୁଟି ଚଳାଉଥିବା ଦେଖି ହାତୀ ବି ଡରିଗଲା, ବାଟେ ବାଟେ ଜଙ୍ଗଲକୁ ଧାଇଁଲା… appeared first on Dharitri Odia News.