ଯୁବପିଢିଙ୍କ ପାଇଁ ବଡ ଘୋଷଣା, ଛାତ୍ରଛାତ୍ରୀଙ୍କ ପାଇଁ ଆସିବ ୟୁଥ ବଜେଟ୍

ଭୁବନେଶ୍ବର: ଯୁବଶକ୍ତି ଆଗେଇଲେ ଆଗେଇବ ଦେଶ। ପ୍ରତିଟି ଦେଶ ତଥା ରାଜ୍ୟର ପ୍ରଗତି ପଛରେ ରହୁଛି ଯୁବଶକ୍ତିଙ୍କ ବଡ ଭୂମିକା। ସାରା ବିଶ୍ୱକୁ ଯୁବଶକ୍ତିଙ୍କ ସାମର୍ଥ୍ୟ ଦେଖାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଆଜି ନୂଆ-ଓ ସ୍କଲାରସିପ୍‌ ପ୍ରଦାନ ଉତ୍ସବରେ ଯୁବପିଢିଙ୍କ ପାଇଁ ବଡ ଘୋଷଣା କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ। ପ୍ରଥମ ଥର ପାଇଁ ୟୁଥ୍‌ ବଜେଟ୍‌ ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ଯାହା ରାଜ୍ୟର ଯୁବପିଢିଙ୍କ ସ୍ୱପ୍ନ […]

ଯୁବପିଢିଙ୍କ ପାଇଁ ବଡ ଘୋଷଣା, ଛାତ୍ରଛାତ୍ରୀଙ୍କ ପାଇଁ ଆସିବ ୟୁଥ ବଜେଟ୍
youth-budget

ଭୁବନେଶ୍ବର: ଯୁବଶକ୍ତି ଆଗେଇଲେ ଆଗେଇବ ଦେଶ। ପ୍ରତିଟି ଦେଶ ତଥା ରାଜ୍ୟର ପ୍ରଗତି ପଛରେ ରହୁଛି ଯୁବଶକ୍ତିଙ୍କ ବଡ ଭୂମିକା। ସାରା ବିଶ୍ୱକୁ ଯୁବଶକ୍ତିଙ୍କ ସାମର୍ଥ୍ୟ ଦେଖାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଆଜି ନୂଆ-ଓ ସ୍କଲାରସିପ୍‌ ପ୍ରଦାନ ଉତ୍ସବରେ ଯୁବପିଢିଙ୍କ ପାଇଁ ବଡ ଘୋଷଣା କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ। ପ୍ରଥମ ଥର ପାଇଁ ୟୁଥ୍‌ ବଜେଟ୍‌ ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ଯାହା ରାଜ୍ୟର ଯୁବପିଢିଙ୍କ ସ୍ୱପ୍ନ ପୂରଣ କରିବା ସହ ସେମାନଙ୍କୁ ସଶକ୍ତ କରିବା ଦିଗରେ ଖର୍ଚ୍ଚ କରାଯିବ। ଏହି ୟୁଥ୍‌ ବଜେଟ୍‌ ପ୍ରସ୍ତୁତ କରିବାରେ ସାରା ବିଶ୍ୱରେ ଓଡିଶା ହେବ ପ୍ରଥମ ରାଜ୍ୟ। ସ୍କଲାରସିପ୍‌ ସହିତ ଆଗକୁ ଛାତ୍ରଛାତ୍ରୀଙ୍କୁ ମିଳିବ ଏକ ମ୍ୟାଜିକ କାର୍ଡ। ଆଉ ଏହି ମ୍ୟାଜିକ କାର୍ଡରେ ଯୁବଶକ୍ତିକୁ ମିଳିବାକୁ ଥିବା ଅନୁସଙ୍ଗିକ ସୁବିଧା ପାଇଁ ଯେଉଁ ଅର୍ଥ ବ୍ୟୟବରାଦ କରାଯିବ ତାହା ହିଁ ହେବ ୟୁଥ୍‌ ବଜେଟ୍‌।

ଏହା ପୂର୍ବରୁ ଗତ ଶନିବାର ଭୁବନେଶ୍ୱର ଠାରେ ଇଣ୍ଡିଆ ଟୁଡେ ପକ୍ଷରୁ ଆୟୋଜିତ ଏକ କନକ୍ଲେଭରେ ମଧ୍ୟ ୟୁଥ୍‌ ବଜେଟ୍‌ ଉପରେ ଆଲୋକପାତ କରିଥିଲେ ୫-ଟି ଅଧ୍ୟକ୍ଷ। ଆଗାମୀ ଦିନରେ ଦୁଇ ହଜାର କୋଟି ଟଙ୍କାର ୟୁଥ୍‌ ବଜେଟ କରାଯିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଦେଶର ଏକାଧିକ ରାଜ୍ୟରେ ମହିଳାଙ୍କ ପାଇଁ ବଜେଟ୍‌ ହେଉଛି, ସେହିଭଳି କ୍ଲାଇମେଟ୍‌ ଚେଂଜ ଏବଂ ଏଗ୍ରିକଲଚର୍‌ ପାଇଁ ମଧ୍ୟ ବଜେଟ୍‌ କରାଯାଉଛି। ହେଲେ ପ୍ରଥମ ଥର ପାଇଁ ଓଡିଶାରେ ୟୁଥ୍‌ ବଜେଟ୍‌ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ଯୁବଶକ୍ତିକୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କ ସୁନେଲି ସ୍ୱପ୍ନ ପୂରଣ କରିବା ପାଇଁ ବଳ ଯୋଗାଇବ ଏହି ୟୁଥ୍‌ ବଜେଟ୍‌।

ରାଜ୍ୟର ଯୁବକ, ଯୁବତୀ ମାନଙ୍କୁ ସଶକ୍ତ ଏବଂ ସ୍ୱାବଲମ୍ବୀ କରିବା ପାଇଁ ଛାତ୍ରଛାତ୍ରୀ ଏବଂ ଯୁବବର୍ଗଙ୍କ ବିକାଶ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ସରକାରୀ ସ୍କୁଲରେ ଶିକ୍ଷାଦାନରେ ବୈପ୍ଲବିକ ପରିବର୍ତନ ଆଣିବା ପାଇଁ ରାଜ୍ୟର ୬,୮୫୦ ହାଇସ୍କୁଲର ରୂପାନ୍ତରଣ କରାଯାଇଛି। ସ୍ମାର୍ଟ କ୍ଲାସରୁମ୍‌ ସହିତ ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷାଦାନ କରାଯାଉଛି। ଯୁବ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ପାଇଁ ନିକଟରେ ସ୍ୱୟମ୍‌ ଯୋଜନା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ଏବେ ପ୍ରଦାନ କରାଯାଉଥିବା ନୂଆ-ଓ ସ୍କଲାରସିପ୍‌ ପାଇଁ ଆସିବାକୁ ଯାଉଛି ୟୁଥ୍‌ ବଜେଟ୍‌। ଯାହା ଯୁବବର୍ଗଙ୍କୁ ଆଗକୁ ବଢିବା ଦିଗରେ ସହାୟକ ହେବ ।