ଯେଉଁ ସ୍ଥାନ ହୁରି ବୋବାଳିରେ ଫାଟି ପଡ଼ୁଥିଲା, ସେଠି ଝିପି ଝିପି ବର୍ଷା ଭିତରେ ବି ଅସମ୍ଭବ ନିରବତା

ହସ୍ପିଟାଲ ଓ ଶବଗୃହ ପାଖରେ ଅତି କରୁଣ ପରିବେଶ। ଏହି ଘଟଣାରେ ଏବେବି ପ୍ରାୟ ୩୦ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି।

ଯେଉଁ ସ୍ଥାନ ହୁରି ବୋବାଳିରେ ଫାଟି ପଡ଼ୁଥିଲା, ସେଠି ଝିପି ଝିପି ବର୍ଷା ଭିତରେ ବି ଅସମ୍ଭବ ନିରବତା

ଉତ୍ତରପ୍ରଦେଶ ହଥରାସରେ କାଲି ହୋଇଥିଲା ମର୍ମନ୍ତୁଦ ଦଳାଚକଟା। ଆଉ ଶତାଧିକ ମୃତକଙ୍କ ଭିତରେ ଥିଲେ ଅଧିକାଂଶ ମହିଳା ଓ ଅବୋଧ ଶିଶୁ। ଏବେ ହାଥରସକୁ ଖାଲି ବର୍ଷା ଭିଜାଉନି । ଭିଜାଉଛି-କାଲିଠୁ ବାହୁନି ବାହୁନି କାନ୍ଦୁଥିବା ଅନେକ ହତଭାଗାଙ୍କ ଲୁହ । ହସ୍ପିଟାଲ ଓ ଶବଗୃହ ପାଖରେ ଅତି କରୁଣ ପରିବେଶ। ଏହି ଘଟଣାରେ ଏବେବି ପ୍ରାୟ ୩୦ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି।