ଯେଉଁଠି ଖସିଥିଲା ଇରାନୀ ରାଷ୍ଟ୍ରପତିଙ୍କ ହେଲିକପ୍ଟର, ସେଇଠୁ ମିଳିଲା ଖାସ୍ ଜିନିଷ
ନୂଆଦିଲ୍ଲୀ ୨୧/୦୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସୀ ଏବଂ ବିଦେଶ ମନ୍ତ୍ରୀ ସମେତ ୯ ଲୋକଙ୍କ ଜୀବନ ଯାଇଛି । ୧୯ ମେ ରେ ଘଟିଥିଲା ଏହି ଦୁର୍ଘଟଣା । ତେବେ ଏହି ଦୁର୍ଘଟଣା ପରେ ୧୭ ଘଣ୍ଚା ଧରି ଚାଲିଥିଲା ରେସ୍କ୍ୟୁ ଅପରେସନ । ତେବେ ଅପରେସନ ପରେ ରାଷ୍ଟ୍ରପତିଙ୍କ ଜୀବିତ ଥିବାର ଆଶଙ୍କା କମ୍ ଥିଲା । ଏହାପରେ ତାଙ୍କ ମୃତ୍ୟୁ ନେଇ ଖବର ଆସିଥିଲା । ତେବେ କ୍ରାସ୍ ସାଇଟ୍ରୁ ହେଲିକପ୍ଟରର ଅନେକ ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଥିଲା । ଯେଉଁଥିରେ ହେଲିକପ୍ଟରର ଟିକି ଟିକି ଭଗ୍ନାବଶେଷ ଦେଖିବାକୁ ମିଳିଥିଲା । ନିଆଁର ପୋଡି ପାଉଁଶ ଗୁଣ୍ଡ ବି ତଳେ ପଡିଥିଲା । ତେବେ କ୍ରାସ୍ ସାଇଟ୍ରୁ ଗୋଟିଏ ଖାସ୍ ଜିନିଷ ମିଳିଛି । ଯାହା ସୋସିାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କହିବାକୁ ଗଲେ କ୍ରାସ୍ ସାଇଟ୍ରୁ ରାଷ୍ଟ୍ରପତି ଇବ୍ରାହିମ୍ ରଇସୀଙ୍କ ମୁଦ୍ରିକା ମିଳିଛି । ଯାହାକୁ ସେ ସର୍ବଦା ପିନ୍ଧିଥିବାର ନଜର ଆସନ୍ତି । କାରଣ ଏହି ମୁଦ୍ରିକାଟି ଥିଲା ତାଙ୍କ ପାଇଁ ବେଶ୍ ଖାସ୍ । କ୍ରାନ୍ତି ସଂଗ୍ରାମୀ ଋହୋଲ୍ଲା ଖମୌନୀ ଏହି ମୁଦିଟିକୁ ରଇସୀଙ୍କୁ ଉପହାର ସ୍ୱରୂପ ଦେଇଥିଲେ । ଏହି ଦୁର୍ଘଟଣା ପରେ ଇରାନରେ ଶୋକ ପାଳନ ହେଉଛି ।
ନୂଆଦିଲ୍ଲୀ ୨୧/୦୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସୀ ଏବଂ ବିଦେଶ ମନ୍ତ୍ରୀ ସମେତ ୯ ଲୋକଙ୍କ ଜୀବନ ଯାଇଛି । ୧୯ ମେ ରେ ଘଟିଥିଲା ଏହି ଦୁର୍ଘଟଣା । ତେବେ ଏହି ଦୁର୍ଘଟଣା ପରେ ୧୭ ଘଣ୍ଚା ଧରି ଚାଲିଥିଲା ରେସ୍କ୍ୟୁ ଅପରେସନ ।
ତେବେ ଅପରେସନ ପରେ ରାଷ୍ଟ୍ରପତିଙ୍କ ଜୀବିତ ଥିବାର ଆଶଙ୍କା କମ୍ ଥିଲା । ଏହାପରେ ତାଙ୍କ ମୃତ୍ୟୁ ନେଇ ଖବର ଆସିଥିଲା । ତେବେ କ୍ରାସ୍ ସାଇଟ୍ରୁ ହେଲିକପ୍ଟରର ଅନେକ ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଥିଲା । ଯେଉଁଥିରେ ହେଲିକପ୍ଟରର ଟିକି ଟିକି ଭଗ୍ନାବଶେଷ ଦେଖିବାକୁ ମିଳିଥିଲା । ନିଆଁର ପୋଡି ପାଉଁଶ ଗୁଣ୍ଡ ବି ତଳେ ପଡିଥିଲା ।

ତେବେ କ୍ରାସ୍ ସାଇଟ୍ରୁ ଗୋଟିଏ ଖାସ୍ ଜିନିଷ ମିଳିଛି । ଯାହା ସୋସିାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କହିବାକୁ ଗଲେ କ୍ରାସ୍ ସାଇଟ୍ରୁ ରାଷ୍ଟ୍ରପତି ଇବ୍ରାହିମ୍ ରଇସୀଙ୍କ ମୁଦ୍ରିକା ମିଳିଛି । ଯାହାକୁ ସେ ସର୍ବଦା ପିନ୍ଧିଥିବାର ନଜର ଆସନ୍ତି । କାରଣ ଏହି ମୁଦ୍ରିକାଟି ଥିଲା ତାଙ୍କ ପାଇଁ ବେଶ୍ ଖାସ୍ । କ୍ରାନ୍ତି ସଂଗ୍ରାମୀ ଋହୋଲ୍ଲା ଖମୌନୀ ଏହି ମୁଦିଟିକୁ ରଇସୀଙ୍କୁ ଉପହାର ସ୍ୱରୂପ ଦେଇଥିଲେ । ଏହି ଦୁର୍ଘଟଣା ପରେ ଇରାନରେ ଶୋକ ପାଳନ ହେଉଛି ।