ଯେଉଁଠି ମହାପ୍ରଭୁ ଜଗନ୍ନାଥ ସେଇଠି ପ୍ରଭୁ ଶ୍ରୀରାମ: ବୌଦ୍ଧରେ ନୂଆ କରି ପ୍ରତିଷ୍ଠା ହୋଇଛି ଯୁଗ୍ମ ମନ୍ଦିର
କନକ ବ୍ୟୁରୋ: ଇଶ୍ୱର ଏକ ଓ ଅଭିନ୍ନ। ନାମ ଖାଲି ଯାହା ଭିନ୍ନଭିନ୍ନ। ସେ ତ୍ରେତୟା ଯୁଗର ପୁରୁଷୋତ୍ତମ ଶ୍ରୀରାମ ହୁଅନ୍ତୁ ବା ଦ୍ୱାପରର ଶ୍ରୀକୃଷ୍ଣ। ଆଉ ବର୍ତ୍ତମାନ ଅର୍ଥାତ୍ କଳିଯୁଗର ପ୍ରଭୁ ଜଗନ୍ନାଥ। ପ୍ରତି ଓଡ଼ିଆଙ୍କ ଆରାଧ୍ୟ। ସନାତନ ଧର୍ମୀ ୩୩ କୋଟି ଦେବତାଙ୍କୁ ବିଶ୍ୱାସ କରନ୍ତି। ଆଉ ଭଗବାନଙ୍କ ଭିନ୍ନଭିନ୍ନ ରୂପକୁ ପୂଜାର୍ଚ୍ଚନା କରିଥାନ୍ତି। ସୁଖରେ ହେଉ ବା ଦୁଃଖରେ ମନ୍ଦିର ଯାଆନ୍ତି। ଠାକୁରଙ୍କୁ ସୁଖ ଦୁଃଖ ସବୁ ଜଣାଇଥାନ୍ତି। ଗୋଟିଏ ମୁଖଶାଳା। ସମାନ୍ତାରଳ ଢଙ୍ଗରେ ଠିଆ ହୋଇଛି ଦୁଇଟି ମନ୍ଦିର। ବୌଦ୍ଧରେ ପ୍ରଭୁ ଶ୍ରୀରାମ ଓ ପ୍ରଭୁ ଜଗନ୍ନାଥଙ୍କ ଯୁଗ୍ମମନ୍ଦିର ପ୍ରତିଷ୍ଠା ହୋଇଛି। ମୁଖ୍ୟ ମନ୍ଦିରରେ ପୂଜା ପାଉଛନ୍ତି ମର୍ୟ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ର ଓ ମହାପ୍ରଭୁ ଜଗନ୍ନାଥ। ଉଭୟ ଠାକୁରଙ୍କୁ ଏକାଠି ପୂଜା କରିବାର ସୌଭାଗ୍ୟ ଲାଭ କରୁଛନ୍ତି ଭକ୍ତ। ଜିଲ୍ଲାର କୋଣ ଅନୁକୋଣ ସମେତ ପଡ଼ୋଶୀ ଜିଲ୍ଲାରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ସବୁଆଡ଼େ ଆଧ୍ୟାତ୍ମିକ ପରିବେଶ। ଭଜନ କୀର୍ତ୍ତନରେ କମ୍ପୁଛି ମନ୍ଦିର ପ୍ରାଙ୍ଗଣ। ବୌଦ୍ଧ ଜିଲ୍ଲା ନାରାୟଣନଗର ଗ୍ରାମ ଠାରେ ପ୍ରତିଷ୍ଠା ହୋଇଛି ଏହି ବହୁ ପ୍ରତୀକ୍ଷିତ ଯୁଗ୍ମ ମନ୍ଦିର। ଏଥିପାଇଁ ପ୍ରାୟ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିଲା ନିର୍ମାଣ କାର୍ୟ୍ୟ। ୧୧ ଦିନ ଧରି ଚାଲିଥିଲା ବିଗ୍ରହ ପ୍ରତିଷ୍ଠା ଉତ୍ସବ।

କନକ ବ୍ୟୁରୋ: ଇଶ୍ୱର ଏକ ଓ ଅଭିନ୍ନ। ନାମ ଖାଲି ଯାହା ଭିନ୍ନଭିନ୍ନ। ସେ ତ୍ରେତୟା ଯୁଗର ପୁରୁଷୋତ୍ତମ ଶ୍ରୀରାମ ହୁଅନ୍ତୁ ବା ଦ୍ୱାପରର ଶ୍ରୀକୃଷ୍ଣ। ଆଉ ବର୍ତ୍ତମାନ ଅର୍ଥାତ୍ କଳିଯୁଗର ପ୍ରଭୁ ଜଗନ୍ନାଥ। ପ୍ରତି ଓଡ଼ିଆଙ୍କ ଆରାଧ୍ୟ। ସନାତନ ଧର୍ମୀ ୩୩ କୋଟି ଦେବତାଙ୍କୁ ବିଶ୍ୱାସ କରନ୍ତି। ଆଉ ଭଗବାନଙ୍କ ଭିନ୍ନଭିନ୍ନ ରୂପକୁ ପୂଜାର୍ଚ୍ଚନା କରିଥାନ୍ତି। ସୁଖରେ ହେଉ ବା ଦୁଃଖରେ ମନ୍ଦିର ଯାଆନ୍ତି। ଠାକୁରଙ୍କୁ ସୁଖ ଦୁଃଖ ସବୁ ଜଣାଇଥାନ୍ତି।
ଗୋଟିଏ ମୁଖଶାଳା। ସମାନ୍ତାରଳ ଢଙ୍ଗରେ ଠିଆ ହୋଇଛି ଦୁଇଟି ମନ୍ଦିର। ବୌଦ୍ଧରେ ପ୍ରଭୁ ଶ୍ରୀରାମ ଓ ପ୍ରଭୁ ଜଗନ୍ନାଥଙ୍କ ଯୁଗ୍ମମନ୍ଦିର ପ୍ରତିଷ୍ଠା ହୋଇଛି। ମୁଖ୍ୟ ମନ୍ଦିରରେ ପୂଜା ପାଉଛନ୍ତି ମର୍ୟ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ର ଓ ମହାପ୍ରଭୁ ଜଗନ୍ନାଥ। ଉଭୟ ଠାକୁରଙ୍କୁ ଏକାଠି ପୂଜା କରିବାର ସୌଭାଗ୍ୟ ଲାଭ କରୁଛନ୍ତି ଭକ୍ତ। ଜିଲ୍ଲାର କୋଣ ଅନୁକୋଣ ସମେତ ପଡ଼ୋଶୀ ଜିଲ୍ଲାରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ସବୁଆଡ଼େ ଆଧ୍ୟାତ୍ମିକ ପରିବେଶ। ଭଜନ କୀର୍ତ୍ତନରେ କମ୍ପୁଛି ମନ୍ଦିର ପ୍ରାଙ୍ଗଣ।
ବୌଦ୍ଧ ଜିଲ୍ଲା ନାରାୟଣନଗର ଗ୍ରାମ ଠାରେ ପ୍ରତିଷ୍ଠା ହୋଇଛି ଏହି ବହୁ ପ୍ରତୀକ୍ଷିତ ଯୁଗ୍ମ ମନ୍ଦିର। ଏଥିପାଇଁ ପ୍ରାୟ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିଲା ନିର୍ମାଣ କାର୍ୟ୍ୟ। ୧୧ ଦିନ ଧରି ଚାଲିଥିଲା ବିଗ୍ରହ ପ୍ରତିଷ୍ଠା ଉତ୍ସବ।