‘ଯେତେ ମୁଣ୍ଡ ଯାଉଛି ଯାଉ କମ୍ପାନୀ ହାତରେ କୁଟ୍ରୁ ମାଳି ଟେକି ଦେବୁ ନାହିଁ’
ଥୁଆମୂଳ ରାମପୁର,୧୬।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ କେରପାଇ ପଞ୍ଚାୟତ କୁଟ୍ରୁ ମାଳି ପାହାଡ଼ରେ ରବିବାର ଏକ ସଂଗ୍ରାମୀ ସଭା ଅନୁଷ୍ଠିତ ହୋଇଯାଇଛି l ସଭାକୁ ହୀରାମଲ ନାଏକ ଓ ପୂଜାରୀ ମାଝୀ ଆୟୋଜନ କରିଥିବା ବେଳେ କାନ୍ତିଲାଲ ନାଏକ ଓ ଜଳେଶ୍ୱର ନାଏକ ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ନିୟମଗିରୀ ସଂଘଠନର ସଦସ୍ୟ ରାଜକିଶୋର ସୁନାନୀ ଓ ଛଦ୍ମବିର ଉପେନ୍ଦ୍ର ଦ୍ରାବିଡ଼ ପ୍ରମୁଖ ଯୋଗ ଦେଇଥିଲେ। ସଭାରେ […] The post ‘ଯେତେ ମୁଣ୍ଡ ଯାଉଛି ଯାଉ କମ୍ପାନୀ ହାତରେ କୁଟ୍ରୁ ମାଳି ଟେକି ଦେବୁ ନାହିଁ’ appeared first on Dharitri Odia News.
ଥୁଆମୂଳ ରାମପୁର,୧୬।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ କେରପାଇ ପଞ୍ଚାୟତ କୁଟ୍ରୁ ମାଳି ପାହାଡ଼ରେ ରବିବାର ଏକ ସଂଗ୍ରାମୀ ସଭା ଅନୁଷ୍ଠିତ ହୋଇଯାଇଛି l ସଭାକୁ ହୀରାମଲ ନାଏକ ଓ ପୂଜାରୀ ମାଝୀ ଆୟୋଜନ କରିଥିବା ବେଳେ କାନ୍ତିଲାଲ ନାଏକ ଓ ଜଳେଶ୍ୱର ନାଏକ ପ୍ରମୁଖ ସହଯୋଗ କରିଥିଲେ।
ଏଥିରେ ମୁଖ୍ୟ ଅତିଥି ଭାବେ ନିୟମଗିରୀ ସଂଘଠନର ସଦସ୍ୟ ରାଜକିଶୋର ସୁନାନୀ ଓ ଛଦ୍ମବିର ଉପେନ୍ଦ୍ର ଦ୍ରାବିଡ଼ ପ୍ରମୁଖ ଯୋଗ ଦେଇଥିଲେ। ସଭାରେ ପ୍ରାୟ ୧୫ଶହରୁ ଊର୍ଦ୍ଧ କୁଟ୍ରୁମାଳି, ମାଞ୍ଜୀଙ୍ଗ ମାଳି, ସିଜି ମାଳି ପ୍ରଭାବିତ ଅଞ୍ଚଳବାସୀ ଓ ସଂଗ୍ରାମୀ ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ। ପବିତ୍ର ରଜ ଉତ୍ସବର ଶେଷ ଦିନରେ ସମସ୍ତେ ଏକାଠି ହୋଇ ମା’ ମାଟିର ରକ୍ଷା କରିବାକୁ ଶପଥ ନେଇଥିଲେ। ଏଥିରେ ମା’ ମାଟି ସୁରକ୍ଷା ମଞ୍ଚ, କଳାହାଣ୍ଡି ଓ ରାୟଗଡ଼ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଆଲୋଚନାରେ ଆଦାନୀ ହେଉକି ଅମ୍ବାନୀ କୌଣସି କମ୍ପାନୀ ହାତରେ ଭିଟା ମାଟିକୁ ଟେକି ଦେବୁ ନାହିଁ କି ଅଞ୍ଚଳରେ ପୂରାଇ ଦେବୁ ନାହିଁ ବୋଲି ମତପ୍ରକାଶ ପାଇଥିଲା।
ସୂଚନା ଯୋଗ୍ୟ, ରବିବାର ଆଦାନୀ କମ୍ପାନୀର କର୍ମଚାରୀ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରି ସର୍ଭେ କାମ କରିବା ସହ ଭୂମି ପୂଜନ କାମ କରିବ ବୋଲି ଖବର ମିଳିଥିଲା। ଏହାକୁ ବିରୋଧ କରି ସଂଗ୍ରାମୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ‘ଯେତେ ମୁଣ୍ଡ ଯାଉଛି ଯାଉ କମ୍ପାନୀ ହାତରେ କୁଟ୍ରୁ ମାଳି ଟେକି ଦେବୁ ନାହିଁ’ ବୋଲି ସଭାରେ ଉପସ୍ଥିତି ଜନସାଧାରଣ ରଣହୁଙ୍କାର ଦେଇଥିଲେ।
The post ‘ଯେତେ ମୁଣ୍ଡ ଯାଉଛି ଯାଉ କମ୍ପାନୀ ହାତରେ କୁଟ୍ରୁ ମାଳି ଟେକି ଦେବୁ ନାହିଁ’ appeared first on Dharitri Odia News.