ଯୌତୁକ ପାଇଁ ୟୁଏଇରେ କେରଳ ମହିଳାଙ୍କୁ ହତ୍ୟା !
ନୂଆଦିଲ୍ଲୀ : କେରଳର କୋଲ୍ଲମ ଜିଲ୍ଲାର ଜଣେ ୨୯ ବର୍ଷୀୟା ମହିଳାଙ୍କର ୟୁଏଇ ସ୍ଥିତ ଆପାର୍ଟମେଣ୍ଟ ଫ୍ଲାଟ୍ରୁ ମୃତଦେହ ମିଳିଛି। ମହିଳାଙ୍କୁ ତାଙ୍କ ସ୍ବାମୀ ଯୌତୁକ ପାଇଁ ନିର୍ଯାତନା ଦେଇଥିବା ତାଙ୍କ ବାପ ଘର ଲୋକ ଅଭିଯୋଗ କରିଛନ୍ତି। ଉକ୍ତ ମହିଳାଙ୍କ ନାଁ ଅଥୁଲ୍ୟା ଶେଖର । ୨୦୧୪ରେ କୋଲ୍ଲମ ବାସିନ୍ଦା ସତୀଶଙ୍କୁ ସେ ବିବାହ କରିଥିଲେ। ଅଥୁଲ୍ୟାଙ୍କ ମା’ ଅଭିଯୋଗ କରିଛନ୍ତି ଯେ ସତୀଶ ଜୁଲାଇ ୧୮ରୁ ୧୯ ମଧ୍ୟରେ ତାଙ୍କ ଝିଅର ତଣ୍ଟିକୁ ଚିପି […]

ନୂଆଦିଲ୍ଲୀ : କେରଳର କୋଲ୍ଲମ ଜିଲ୍ଲାର ଜଣେ ୨୯ ବର୍ଷୀୟା ମହିଳାଙ୍କର ୟୁଏଇ ସ୍ଥିତ ଆପାର୍ଟମେଣ୍ଟ ଫ୍ଲାଟ୍ରୁ ମୃତଦେହ ମିଳିଛି। ମହିଳାଙ୍କୁ ତାଙ୍କ ସ୍ବାମୀ ଯୌତୁକ ପାଇଁ ନିର୍ଯାତନା ଦେଇଥିବା ତାଙ୍କ ବାପ ଘର ଲୋକ ଅଭିଯୋଗ କରିଛନ୍ତି। ଉକ୍ତ ମହିଳାଙ୍କ ନାଁ ଅଥୁଲ୍ୟା ଶେଖର । ୨୦୧୪ରେ କୋଲ୍ଲମ ବାସିନ୍ଦା ସତୀଶଙ୍କୁ ସେ ବିବାହ କରିଥିଲେ। ଅଥୁଲ୍ୟାଙ୍କ ମା’ ଅଭିଯୋଗ କରିଛନ୍ତି ଯେ ସତୀଶ ଜୁଲାଇ ୧୮ରୁ ୧୯ ମଧ୍ୟରେ ତାଙ୍କ ଝିଅର ତଣ୍ଟିକୁ ଚିପି ଦେଇଥିଲେ ଏବଂ ପେଟକୁ ଗୋଇଠା ମାରିବା ସହ ମୁଣ୍ଡରେ ଶକ୍ତ ପ୍ରହାର ଦେଇଥିଲେ । ଫଳରେ ଏହି ଘଟଣାରେ ଅଥୁଲ୍ୟାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ମା’ ଅଭିଯୋଗ କରିଛନ୍ତି। ଅଥୁଲ୍ୟା ବିବାହ ଦିନଠାରୁ ଯୌତୁକ ନିର୍ଯାତନାର ଶିକାର ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ତଳେ କେରଳରୁ ଅନ୍ୟ ଜଣେ ମହିଳା ମଧ୍ୟ ଯୌତୁକ ନିର୍ଯାତନା ସହି ନପାରି ଆତ୍ମହତ୍ୟା କରିଦେଇଥିଲେ। କୋଲ୍ଲମ ଜିଲ୍ଲାର ବିପଞ୍ଚିକା ମନିୟାନ ଗତ ଜୁଲାଇ ୮ ତାରିଖରେ ଆତ୍ମହତ୍ୟା କରିଦେଇଥିଲେ।