ଯୋଗ ପରିବାର ପକ୍ଷରୁ ସଦଭାବ ନିରାମୟ କାର୍ଯ୍ୟକ୍ରମ
ସମ୍ବଲପୁର:ଯୋଗ ପରିବାର ପକ୍ଷରୁ ଜେଲ ଛକ ନିକଟସ୍ଥ ଗୁରୁ ସତ୍ୟ ନାରାୟଣ ସମ୍ବଲପୁରୀ ଡେରା ରେ ମଙ୍ଗଳବାର ସନ୍ଧ୍ୟାରେ ସଦଭାବ ନିରାମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁଧୀର ମିଶ୍ରଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ସମ୍ବଲପୁରୀ ପ୍ରଚାରକ ଗୁରୁ ସତ୍ୟ ନାରାୟଣ ବହିଦାର ଏବଂ ସହୀଦ ମାଧୋ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହାପରେ ଚଳିତ ବର୍ଷରେ ଯୋଗ ସାଧନା ଦ୍ବାରା କଣସବୁ ଲାଭ ହୋଇଛି ସେ ବିଷୟରେ ସମସ୍ତ ସଦସ୍ୟ ସଦସ୍ୟା ମାନଂକ […] The post ଯୋଗ ପରିବାର ପକ୍ଷରୁ ସଦଭାବ ନିରାମୟ କାର୍ଯ୍ୟକ୍ରମ appeared first on Odisha.News.

ସମ୍ବଲପୁର:ଯୋଗ ପରିବାର ପକ୍ଷରୁ ଜେଲ ଛକ ନିକଟସ୍ଥ ଗୁରୁ ସତ୍ୟ ନାରାୟଣ ସମ୍ବଲପୁରୀ ଡେରା ରେ ମଙ୍ଗଳବାର ସନ୍ଧ୍ୟାରେ ସଦଭାବ ନିରାମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁଧୀର ମିଶ୍ରଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ସମ୍ବଲପୁରୀ ପ୍ରଚାରକ ଗୁରୁ ସତ୍ୟ ନାରାୟଣ ବହିଦାର ଏବଂ ସହୀଦ ମାଧୋ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହାପରେ ଚଳିତ ବର୍ଷରେ ଯୋଗ ସାଧନା ଦ୍ବାରା କଣସବୁ ଲାଭ ହୋଇଛି ସେ ବିଷୟରେ ସମସ୍ତ ସଦସ୍ୟ ସଦସ୍ୟା ମାନଂକ ଠାରୁ ମତାମତ ଉପସ୍ଥାପନା କରାଯାଇଥିଲା। ଯୋଗ ମାଧ୍ୟମରେ ମନରେ ସଦଭାବନା ସୃଷ୍ଟି ହେବା ସହ ଶରୀର ନିରାମୟ ରହିଥାଏ ବୋଲି ଯୋଗ ଗୁରୁ ଟିକେଲାଲ୍ ଭୋଇ କହିଥିଲେ। ଏହି ଅବସରରେ ଯୋଗ ପରିବାର ର ସମସ୍ତ ସଦସ୍ୟ ଆଗାମୀ ବର୍ଷରେ ସକ୍ରୀୟ ଏବଂ ନିୟମିତ ଯୋଗ ସାଧନା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ବିରଞ୍ଚି ନାରାୟଣ ନାୟକ ,ହରିହର ମିଶ୍ର ,ଶଶୀକାନ୍ତ ଜେନା ,ରାଖୀ ମିଶ୍ର ମାନସ ହୋତା,ପ୍ରଜ୍ଞା ହୋତା ,ବିକାଶ ତ୍ରିପାଠୀ ,ପ୍ରଦୀପ୍ତ କିଶୋର ସୁଶାରୀ ,ନରେନ୍ଦ୍ର କୁମାର ପଟେଲ ,ଅଶୋକ କୁମାର ସାହୁ, ବିଚିତ୍ରାନନ୍ଦ ଆଚାର୍ଯ୍ୟ ,ଉଦୀପ୍ତ ତ୍ରିପାଠୀ
ପୁଷ୍ପାଞ୍ଜଳି ଭୋଇ ,କିଶୋର ଧରେଇ,ରାଜେନ୍ଦ୍ର କୁମାର ବାଗ ,କ୍ଷିତୀଶ ବିଶ୍ୱାଳ ,ଭାବନୀଷ ଭୋଇ ,ସୁବାଷ ମହାପାତ୍ର ପ୍ରମୁଖ ଯୋଗ ପରିବାର ର ୨୫ରୁ ଊର୍ଦ୍ଧ୍ବ ସଦସ୍ୟ ସଦସ୍ୟା ଏଥିରେ ସାମିଲ ହୋଇଥିଲେ।
The post ଯୋଗ ପରିବାର ପକ୍ଷରୁ ସଦଭାବ ନିରାମୟ କାର୍ଯ୍ୟକ୍ରମ appeared first on Odisha.News.