ଯୋଗାଣ ମନ୍ତ୍ରୀଙ୍କ କଡା ଆକ୍ସନ ;ମଣ୍ଡିରେ ଦଲାଲି କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: କଟନୀ ଛଟନୀ ବନ୍ଦ ନହେଲେ ହେବ କଡ଼ା ଆକ୍ସନ । ଏହି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଧାନ ମଣ୍ଡିରେ ଚଳିବନି ଆଉ ଦଲାଲ ରାଜ । ଯେଉଁମାନେ ଦଲାଲି କରିବେ ସେମାନଙ୍କ ଉପରେ ନିଆଯିବ ଦୃଢ଼ ଆକ୍ସନ । ଯେଉଁ ଅଫିସର ଦଲାଲଙ୍କୁ ସହାୟତା କରିବେ, ତାଙ୍କ ଉପରେ ମଧ୍ୟ ହେବ କାର୍ଯ୍ୟାନୁଷ୍ଠାନ। ନୂଆପଡ଼ାରେ ଦଲାଲ ମାନଙ୍କୁ ସହଯୋଗ କରୁଥିବା ଜଣେ ଅଫିସରଙ୍କୁ ଗତକାଲି ନିଲମ୍ବିତ କରାଯାଇଛି । ଆଜି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି, କଟନୀ ଛଟନି ବନ୍ଦ ନହେଲେ ଅଫିସର ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଭାଗକୁ ଦୁର୍ନୀତିମୁକ୍ତ କରାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।