ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ରାଶନକାର୍ଡରୁ ଏହିମାନେ ପଡିବେ ବାଦ୍‌

ଭୁବନେଶ୍ୱର,୨୯।୧୦: ୧୦ରୁ ୧୫ ଦିନ ମଧ୍ୟରେ ଶେଷ ହେବ E-KYC। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଯୋଗାଣ ମନ୍ତ୍ରୀ କହିଛନ୍ତି, ଅଯୋଗ୍ୟଙ୍କୁ ଚିହ୍ନଟ ପାଇଁ ଚାଲିଛି E-KYC ପ୍ରକ୍ରିୟା। ରାଶନକାର୍ଡରୁ ବାଂଲାଦେଶୀ ଓ ରୋହିଙ୍ଗ୍ୟା ବାଦ୍‌ ପଡ଼ିବେ। E-KYC ପରେ ନୂଆ ହିତାଧିକାରୀଙ୍କୁ ମିଳିବ କାର୍ଡ। ଭାରତ କେନ୍ଦ୍ର ସରକାର ନିଜ ଦେଶର ଅଭାବୀ ଏବଂ ଗରିବ ନାଗରିକଙ୍କ ପାଇଁ ଅନେକ ଯୋଜନା ଆଣିଛନ୍ତି। ଏଥିରେ ବିଭିନ୍ନ ପ୍ରକାରର ଯୋଜନା ଅନ୍ତର୍ଭୁକ୍ତ […] The post ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ରାଶନକାର୍ଡରୁ ଏହିମାନେ ପଡିବେ ବାଦ୍‌ appeared first on Dharitri Odia News.

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ରାଶନକାର୍ଡରୁ ଏହିମାନେ ପଡିବେ ବାଦ୍‌

ଭୁବନେଶ୍ୱର,୨୯।୧୦: ୧୦ରୁ ୧୫ ଦିନ ମଧ୍ୟରେ ଶେଷ ହେବ E-KYC। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଯୋଗାଣ ମନ୍ତ୍ରୀ କହିଛନ୍ତି, ଅଯୋଗ୍ୟଙ୍କୁ ଚିହ୍ନଟ ପାଇଁ ଚାଲିଛି E-KYC ପ୍ରକ୍ରିୟା। ରାଶନକାର୍ଡରୁ ବାଂଲାଦେଶୀ ଓ ରୋହିଙ୍ଗ୍ୟା ବାଦ୍‌ ପଡ଼ିବେ। E-KYC ପରେ ନୂଆ ହିତାଧିକାରୀଙ୍କୁ ମିଳିବ କାର୍ଡ।

ଭାରତ କେନ୍ଦ୍ର ସରକାର ନିଜ ଦେଶର ଅଭାବୀ ଏବଂ ଗରିବ ନାଗରିକଙ୍କ ପାଇଁ ଅନେକ ଯୋଜନା ଆଣିଛନ୍ତି। ଏଥିରେ ବିଭିନ୍ନ ପ୍ରକାରର ଯୋଜନା ଅନ୍ତର୍ଭୁକ୍ତ । ଏହି ଯୋଜନାରେ ଦେଶର କୋଟି ଲୋକ ଉପକୃତ ହେଉଛନ୍ତି। ଭାରତରେ ଅନେକ ଲୋକ ଦାରିଦ୍ର ସୀମାରେଖା ତଳେ ବାସ କରୁଛନ୍ତି। ଏହିପରି ଅନେକ ଲୋକଙ୍କର ଦୁଇଅଳି ଖାଇବା ମଧ୍ୟ ଟଙ୍କା ନାହିଁ। ଏଭଳି ପରିସ୍ଥିତିରେ ଭାରତ ସରକାର ଏଭଳି ଲୋକଙ୍କୁ କମ ମୂଲ୍ୟରେ ରାଶନ ଯୋଗାଇଥାନ୍ତି। ଏଥିପାଇଁ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଏହି ଲୋକଙ୍କୁ ରାଶନ କାର୍ଡ ମଧ୍ୟ ପ୍ରଦାନ କରୁଛନ୍ତି। ରାଶନ କାର୍ଡ ସାହାଯ୍ୟରେ ନିକଟସ୍ଥ ସରକାରୀ ରାଶନ ଦୋକାନଗୁଡ଼ିକରେ କମ ମୂଲ୍ୟରେ ରାଶନ ମିଳିପାରିବ। କିଛି ମାସ ପୂର୍ବରୁ, ରାଶନ କାର୍ଡଧାରୀଙ୍କ ପାଇଁ E-KYC କରିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ଯେଉଁଥିରେ ସମସ୍ତ ରାଶନ କାର୍ଡଧାରୀଙ୍କ ପାଇଁ E-KYC କରିବା ବାଧ୍ୟତାମୂଳକ କରାଯାଇଥିଲା। ଯଦି ଆପଣ ଏ ପର୍ଯ୍ୟନ୍ତ ଆପଣଙ୍କର E-KYC କରିନାହାଁନ୍ତି। ତେବେ ଆପଣ ନିଜ ଅଞ୍ଚଳର ଯେକୌଣସି ନିକଟତମ ସରକାରୀ ରାଶନ ବଣ୍ଟନ ଦୋକାନକୁ ଯାଇ PoS ମେଶିନ ମାଧ୍ୟମରେ E- KYC କରିପାରିବେ।

The post ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ରାଶନକାର୍ଡରୁ ଏହିମାନେ ପଡିବେ ବାଦ୍‌ appeared first on Dharitri Odia News.