ଯୋଗ୍ୟ ହୋଇ ବି ଆପଣଙ୍କୁ ମିଳିନି କି ‘ସୁଭଦ୍ରା ଟଙ୍କା’? ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଲେ …..

ଭୁବନେଶ୍ବର : ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଅପଡେଟ୍‌। ଦୁଇଟି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୬୦ ଲକ୍ଷ ମହିଳାଙ୍କୁ ଟଙ୍କା ମିଳିଥିବା ବେଳେ ଏବେ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚାଲିଛି। ତେବେ ଏହାରି ମଧ୍ୟରେ ବହୁ ଯୋଗ୍ୟ ହିତାଧିକାରୀଙ୍କୁ ଏଯାଏଁ ଟଙ୍କା ମିଳିନି। ଯାହାକୁ ନେଇ ସେମାନେ ସନ୍ଦେହ ଘେରରେ ରହୁଛନ୍ତି କି ସେମାନଙ୍କୁ ଟଙ୍କା ମିଳିବ କି ନାହିଁ। ଯାହାକୁ ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ଯୋଗ୍ୟ ହିତାଧିକାରୀ […]

ଯୋଗ୍ୟ ହୋଇ ବି ଆପଣଙ୍କୁ ମିଳିନି କି ‘ସୁଭଦ୍ରା ଟଙ୍କା’? ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଲେ …..
subhadra

ଭୁବନେଶ୍ବର : ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଅପଡେଟ୍‌। ଦୁଇଟି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୬୦ ଲକ୍ଷ ମହିଳାଙ୍କୁ ଟଙ୍କା ମିଳିଥିବା ବେଳେ ଏବେ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚାଲିଛି। ତେବେ ଏହାରି ମଧ୍ୟରେ ବହୁ ଯୋଗ୍ୟ ହିତାଧିକାରୀଙ୍କୁ ଏଯାଏଁ ଟଙ୍କା ମିଳିନି। ଯାହାକୁ ନେଇ ସେମାନେ ସନ୍ଦେହ ଘେରରେ ରହୁଛନ୍ତି କି ସେମାନଙ୍କୁ ଟଙ୍କା ମିଳିବ କି ନାହିଁ।

ଯାହାକୁ ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ଯୋଗ୍ୟ ହିତାଧିକାରୀ ହୋଇ ଟଙ୍କା ପାଇନଥିଲେ ସେମାନଙ୍କୁ କଲ୍ ଯିବ। ସୁଭଦ୍ରା ଆବେଦନରେ କିଛି ତ୍ରୁଟି ଥିଲେ କିମ୍ବା କିଛି କମି ଥିଲେ ତାଙ୍କୁ ଫୋନ୍ ଯିବ। ଶେଷ ହିତାଧିକାରୀ ଯାଏଁ ସମସ୍ତ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। କୌଣସି ଯୋଗ୍ୟ ହିତାଧିକାରୀଙ୍କ ଆବେଦନପତ୍ର ଖାରଜ କରାଯିବନି। ଯେଉଁ ହିତାଧିକାରୀଙ୍କ ଆବେଦନରେ ତ୍ରୁଟି ଥିବ ଘରକୁ ଘର ଯାଇ, ବ୍ଲକ ବା ଜିଲ୍ଲା ପ୍ରଶାସନ ଜରିଆରେ ସଂଶୋଧନ କରାଯିବ। ଯେଉଁମାନେ ଟଙ୍କା ପାଇନାହାଁନ୍ତି ବାରମ୍ବାର ଆବେଦନ କରିବା ଅନାବଶ୍ୟକ। ଆଉ ଆବେଦନ ନକରି ତ୍ରୁଟି କଣ ରହିଛି ତାକୁ ସଂଶୋଧନ କରିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହୁରି କହିଛନ୍ତି, ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟରେ ଟଙ୍କା ପଠାଯିବ। ଠିକଣା ସମୟରେ ଏନେଇ ତାରିଖ ଘୋଷଣା କରାଯିବ। ଏଯାଏ ୧ କୋଟି ୬୦ ହଜାର ମହିଳା ଆବେଦନ କରିସାରିଲେଣି। ଶେଷ ହିତାଧିକାରୀ ‘ସୁଭଦ୍ରା ‘ଟଙ୍କା ପାଇବା ଯାଏ ଏହି ପ୍ରକ୍ରିୟା ଜାରି ରହିବ। ଏବେ ବି ଯାଞ୍ଚ ପ୍ରକ୍ରିୟା ଚାଲିଛି। ଏଯାଏ ପ୍ରାୟ ୬୦ ଲକ୍ଷ ମହିଳା ‘ସୁଭଦ୍ରା’ ଟଙ୍କା ପାଇସାରିଲେଣି। ସରକାରଙ୍କ ପାଖରେ ବଜେଟ୍ ଅଛି। ଟଙ୍କା ପାଇବାରେ କିଛି ଅସୁବିଧା ନାହିଁ।

ସୂଚନାଯୋଗ୍ୟ ୨ଟି ପର୍ଯ୍ୟାୟରେ ମୋଟ ୬୦ଲକ୍ଷ ମହିଳାଙ୍କୁ ସହାୟତା ପ୍ରଦାନ କରାଯାଇଛି। ଗତ ମାସ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଗତ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ଏହାପରେ ଚଳିତ ମାସ ୯ ତାରିଖରେ ବାରିପଦାର ଛଉ ପଡ଼ିଆରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଦ୍ବିତୀୟ ପର୍ୟ୍ୟାୟ ଟଙ୍କା ପ୍ରଦାନ କରିଥିଲେ। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ୩୫ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିଲା।  ସରକାର ପ୍ରତି ବର୍ଷ ୨ଟି କିସ୍ତିରେ ୧ କୋଟି ଯୋଗ୍ୟ ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବେ। ଏହି ପରି ୫ ବର୍ଷରେ ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବେ।