ଯୋଗ୍ୟତା ଥାଇ ବି ମିଳୁନି ଚାକିରି ; ପଇସା ନଦେବାରୁ କଟିଗଲା ୧୫ମାର୍କ
କନକ ବ୍ୟୁରୋ : ଜେଲ୍ ୱାର୍ଡର ଚାକିରୀ ପାଇଁ ଆସି ପାଲଟିଗଲେ ଆଇନଜୀବୀ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ,ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ୱଲପୁରରେ । ପୂର୍ବ ସରକାରରେ କେମତି ଚାଲିଥିଲା ନିଯୁକ୍ତି ତାର ପୋଲ୍ ଖୋଲିଛନ୍ତି ସମ୍ୱଲପୁର ସିନ୍ଦୁରପଙ୍କାର ଦୀପକ ନାଥ । ୧୨ବର୍ଷ ଧରି ନିଜ୍ ହକ୍ ପାଇଁ ନ୍ୟାୟିକ ଲଢେଇ କରି ଶେଷରେ ବିଜୟୀ ହୋଇଛନ୍ତି । କୋର୍ଟ କଚେରୀ ଧାଇଁ ଧାଇଁ ଶେଷରେ ନିଜେ ଓକିଲାତି ପଢି ଆଇନଜୀବୀ ହେଇଗଲେ । କିନ୍ତୁ ବିଡମ୍ୱନା ଯେ, ଏବେ ବି ଦୀପକ ଚାକିରି ଅପେକ୍ଷାରେ । ୨୦୧୨ରେ ଜେଲ ଓ୍ବାର୍ଡର ଚାକିରିରେ କେମିତି ଦୁର୍ନୀତି ହୋଇଥିଲା ତାର ପର୍ଦ୍ଦାଫାଶ କରିଛନ୍ତି । କେମିତି ନିଯୁକ୍ତି ବୋର୍ଡ ଟଙ୍କା ମାଗିଥିଲା, ଆଉ ସେ ଦେଇ ନପାରିବାରୁ ୧୫ ମାର୍କ କାଟି ଦିଆଗଲା । ରାଜ୍ୟରେ ଅନେକ ଚାକିରି ଆଶାୟୀ ଯୋଗ୍ୟତା ଥାଇ ବି ଦୁର୍ନୀତିଖୋରଙ୍କ ଶିକାର ହେଉଛନ୍ତି ଦୀପକ ତାର ଏକ ଉଦାହରଣ । ୨୦୧୨ ମସିହାରେ ସମ୍ବଲପୁର ଜିଲ୍ଲାରେ କାରାରକ୍ଷୀ ପଦବୀ ପାଇଁ ହୋଇଥିବା ପରୀକ୍ଷାରେ ଅଣସରଂକ୍ଷିତ ବର୍ଗ ପାଇଁ ୭୬ ମାର୍କ କଟଅପ୍ ଥିବାବେଳେ, ଦୀପକ ୭୪ ମାର୍କ ପାଇଥିଲେ । ହେଲେ ଚାକିରି ପାଇଁ ଟଙ୍କା କାରବାର କଥା ଜାଣିବା ପରେ, ନିଜ ମାର୍କସିଟ୍ ଓ ଚାକିରି ପାଇଥିବା ପିଲାଙ୍କ ମାର୍କସିଟ ଦେଖିବା ପରେ ସତ ସାମ୍ନାକୁ ଆସିଥିଲା । ଖାତା ମଗାଇ ଦେଖିବା ପରେ ଜଣାପଡ଼ିଲା ପ୍ରକୃତରେ ଦୀପକ ପାଇଥିଲେ ୮୯ ମାର୍କ । ତେଣୁ ସେ ଟ୍ର

କନକ ବ୍ୟୁରୋ : ଜେଲ୍ ୱାର୍ଡର ଚାକିରୀ ପାଇଁ ଆସି ପାଲଟିଗଲେ ଆଇନଜୀବୀ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ,ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ୱଲପୁରରେ । ପୂର୍ବ ସରକାରରେ କେମତି ଚାଲିଥିଲା ନିଯୁକ୍ତି ତାର ପୋଲ୍ ଖୋଲିଛନ୍ତି ସମ୍ୱଲପୁର ସିନ୍ଦୁରପଙ୍କାର ଦୀପକ ନାଥ ।
୧୨ବର୍ଷ ଧରି ନିଜ୍ ହକ୍ ପାଇଁ ନ୍ୟାୟିକ ଲଢେଇ କରି ଶେଷରେ ବିଜୟୀ ହୋଇଛନ୍ତି । କୋର୍ଟ କଚେରୀ ଧାଇଁ ଧାଇଁ ଶେଷରେ ନିଜେ ଓକିଲାତି ପଢି ଆଇନଜୀବୀ ହେଇଗଲେ । କିନ୍ତୁ ବିଡମ୍ୱନା ଯେ, ଏବେ ବି ଦୀପକ ଚାକିରି ଅପେକ୍ଷାରେ । ୨୦୧୨ରେ ଜେଲ ଓ୍ବାର୍ଡର ଚାକିରିରେ କେମିତି ଦୁର୍ନୀତି ହୋଇଥିଲା ତାର ପର୍ଦ୍ଦାଫାଶ କରିଛନ୍ତି । କେମିତି ନିଯୁକ୍ତି ବୋର୍ଡ ଟଙ୍କା ମାଗିଥିଲା, ଆଉ ସେ ଦେଇ ନପାରିବାରୁ ୧୫ ମାର୍କ କାଟି ଦିଆଗଲା । ରାଜ୍ୟରେ ଅନେକ ଚାକିରି ଆଶାୟୀ ଯୋଗ୍ୟତା ଥାଇ ବି ଦୁର୍ନୀତିଖୋରଙ୍କ ଶିକାର ହେଉଛନ୍ତି ଦୀପକ ତାର ଏକ ଉଦାହରଣ ।
୨୦୧୨ ମସିହାରେ ସମ୍ବଲପୁର ଜିଲ୍ଲାରେ କାରାରକ୍ଷୀ ପଦବୀ ପାଇଁ ହୋଇଥିବା ପରୀକ୍ଷାରେ ଅଣସରଂକ୍ଷିତ ବର୍ଗ ପାଇଁ ୭୬ ମାର୍କ କଟଅପ୍ ଥିବାବେଳେ, ଦୀପକ ୭୪ ମାର୍କ ପାଇଥିଲେ । ହେଲେ ଚାକିରି ପାଇଁ ଟଙ୍କା କାରବାର କଥା ଜାଣିବା ପରେ, ନିଜ ମାର୍କସିଟ୍ ଓ ଚାକିରି ପାଇଥିବା ପିଲାଙ୍କ ମାର୍କସିଟ ଦେଖିବା ପରେ ସତ ସାମ୍ନାକୁ ଆସିଥିଲା । ଖାତା ମଗାଇ ଦେଖିବା ପରେ ଜଣାପଡ଼ିଲା ପ୍ରକୃତରେ ଦୀପକ ପାଇଥିଲେ ୮୯ ମାର୍କ । ତେଣୁ ସେ ଟ୍ରିବ୍ୟୁନାଲ, ହାଇକୋର୍ଟ, ସୁପ୍ରିମକୋର୍ଟ ଯାଏଁ ଯାଇଥିଲେ । ହାଇକୋର୍ଟ ଚାକିରି ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଫଳ ଶୂନ୍ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଚାକିରି ପାଇଁ ଗୁହାରୀ କରିଛନ୍ତି ଦୀପକ ।
ଏ ଲଢେଇ ଏଇଠି ସରିନି । ନିଜ ଲଢେଇ କରି ସିନା ଦୀପକ ଜିତିଲେ, ହେଲେ ଆଗକୁ ସେ ଅନ୍ୟ ମାନଙ୍କ ପାଇଁ ମଧ୍ୟ ଏମିତି ଲଢିବାର ନିଷ୍ପତି ନେଇଛନ୍ତି । ଆଉ ସେଥିପାଇଁ ଓକିଲାତି ପଢି ଆଇନଜୀବୀ ପାଲଟିଥିବା କହିଛନ୍ତି ।