ଯୋଡିଶଙ୍ଖ ପାଇଁ ପ୍ରଚାର କଲେ ସୁର ରାଉତରାୟ, ଭିଡିଓ ଭାଇରାଲ
ଭୁବନେଶ୍ୱର,୨୭।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଯୋଡି ଶଙ୍ଖକୁ ଭୋଟ ନାରା ପରେ ସୁର ରାଉତରାୟ ଶନିବାର ଏହାକୁ ନେଇ ପ୍ରଚାର ଆରମ୍ଭ କରିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି କି, ସୁର ଏକ ସଭାରେ ପହଞ୍ଚି କଂଗ୍ରେସ ଓ ବିଜେଡି କର୍ମୀଙ୍କୁ ଯୋଡିଶଙ୍ଖରେ ଭୋଟ ଦେବାକୁ କହିବା ସହ ଶପଥ ପାଠ କରାଇଛନ୍ତି। ଡେଲାଙ୍ଗ ହରିରାଜପୁର ପଶ୍ଚିମାଶମ୍ଭୁ ମନ୍ଦିରରେ କର୍ମୀଙ୍କୁ ଠାକୁରଙ୍କ ପାଦୁକା ଛୁଆଇଁ ଯୋଡିଶଙ୍ଖରେ […] The post ଯୋଡିଶଙ୍ଖ ପାଇଁ ପ୍ରଚାର କଲେ ସୁର ରାଉତରାୟ, ଭିଡିଓ ଭାଇରାଲ appeared first on Dharitri Odia News.
ଭୁବନେଶ୍ୱର,୨୭।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଯୋଡି ଶଙ୍ଖକୁ ଭୋଟ ନାରା ପରେ ସୁର ରାଉତରାୟ ଶନିବାର ଏହାକୁ ନେଇ ପ୍ରଚାର ଆରମ୍ଭ କରିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଇଛି କି, ସୁର ଏକ ସଭାରେ ପହଞ୍ଚି କଂଗ୍ରେସ ଓ ବିଜେଡି କର୍ମୀଙ୍କୁ ଯୋଡିଶଙ୍ଖରେ ଭୋଟ ଦେବାକୁ କହିବା ସହ ଶପଥ ପାଠ କରାଇଛନ୍ତି। ଡେଲାଙ୍ଗ ହରିରାଜପୁର ପଶ୍ଚିମାଶମ୍ଭୁ ମନ୍ଦିରରେ କର୍ମୀଙ୍କୁ ଠାକୁରଙ୍କ ପାଦୁକା ଛୁଆଇଁ ଯୋଡିଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଛନ୍ତି। ଜଟଣୀ ଏମଏଲଏ ସୁର ରାଉତରାୟ ନିଜ ପୁଅ ତଥା ବିଜେଡି ଲୋକ ସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିବା ସହ ନିଜ ପୂର୍ବତନ ପ୍ରତିଦ୍ୱନ୍ଦୀ ବିଭୂତି ବଳବନ୍ତରାୟଙ୍କ ପାଇଁ ମଧ୍ୟ ପ୍ରଚାର କରିଛନ୍ତି।
ସୂଚନାଥାଉ କି, କଂଗ୍ରେସରୁ ବହିଷ୍କାର ହେବା ପରେ ସୁର ବିଜେଡିର କୌଣସି ସଭା, ସମାବେଶ କିମ୍ବା ବିଜେଡି ପତାକା ଧରିବେ ନାହିଁ ବୋଲି ଦାବି କରିଥିଲେ। କିନ୍ତୁ ପୁଅ ମନ୍ମଥ ପାଇଁ ପ୍ରଚାର କରିବେ ପୋଲି କହିଥିଲେ। ହେଲେ ଭାଇରାଳ ଭିଡିଓରେ ଦେଖାଯାଇଛି କି, ବିଜେଡିର ଏକ ସଭା ଆରମ୍ଭ ହେବା ପୂର୍ବରୁ ପହଞ୍ଚି ଯୋଡିଶଙ୍ଖ ନାରା ଦେଇ ଭୋଟ ଦେବାକୁ କହିଛନ୍ତି।
The post ଯୋଡିଶଙ୍ଖ ପାଇଁ ପ୍ରଚାର କଲେ ସୁର ରାଉତରାୟ, ଭିଡିଓ ଭାଇରାଲ appeared first on Dharitri Odia News.