ଯୋବ୍ରା ବ୍ରିଜରେ ସିରିଜ୍ ଦୁର୍ଘଟଣା ! ବୋଲେରୋ ପରେ ଅଟୋକୁ ପିଟିଲା ସ୍କର୍ପିଓ

ସିରିଜ୍ ଦୁର୍ଘଟଣାରେ ୩ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା ।

ଯୋବ୍ରା ବ୍ରିଜରେ ସିରିଜ୍ ଦୁର୍ଘଟଣା ! ବୋଲେରୋ ପରେ ଅଟୋକୁ ପିଟିଲା ସ୍କର୍ପିଓ

କଟକ ଯୋବ୍ରା ବ୍ରିଜରେ ସିରିଜ୍ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓରୁ ମିଳିଛି ବିପୁଳ ମଦ। ପିକ୍ ଅପ୍ ଭ୍ୟାନକୁ ପିଟିବା ସହ ଅଟୋକୁ ଧକ୍କା ଦେଇଥିଲା ଏହି ସ୍କର୍ପିଓଟି। ଦୁର୍ଘଟଣା ପରେ ବ୍ରିଜ୍ ବାଡ଼ ଭାଙ୍ଗି ସ୍କର୍ପିଓ ଅଧାରେ ଅଟକି ରହିଥିଲା। ସିରିଜ୍ ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବାବେଳେ ଘଟଣାସ୍ଥଳରେ ଦେଖାଦେଇଥିଲା ଉତ୍ତେଜନା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଗାଡ଼ିର ଆଗରେ ଏବଂ ପଛରେ ଭିନ୍ନ ଭିନ୍ନ ନମ୍ବର ରହିଥିବାବେଳେ ପୋଲିସ ସଂପୃକ୍ତ ଗାଡ଼ି ସହ ଡ୍ରାଇଭରକୁ ଧରି ତଦନ୍ତ କରୁଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ, ସଂପୃକ୍ତ ଡ୍ରାଇଭର ମଦ ପିଇ ଗାଡ଼ି ଚଳାଉଥିଲେ। ତେବେ ଏତେ ପରିମାଣର ମଦ କୁଆଡ଼େ ନେଉଥିଲେ ? କାହିଁକି ନେଉଥିଲେ ସ୍ପଷ୍ଟ ହୋଇନଥିବାବେଳେ ଗାଡ଼ିରେ ପୃଥକ ପୃଥକ ନମ୍ବରକୁ ନେଇ ଉଠିଛି ପ୍ରଶ୍ନ।  

ଅନ୍ୟପଟେ ଆଜି ରାଜଧାନୀରେ ବି ଦେଖିବାକୁ ମିଳିଛି ବେପରୁଆ ଗାଡିଚାଳନା ଏହି ଘଟଣାରେ ବନ୍ଧା ହୋଇଛନ୍ତି ୫ ଜଣ। ସେମାନଙ୍କ ନିକଟରୁ ୩ଟି ଗାଡ଼ିକୁ ଜବତ କରିଛି ପୋଲିସ। ଆଜି ଭୁବନେଶ୍ବର ଜନପଥରେ ଟ୍ରାଫିକ ନିୟମର ଧଜ୍ଜିଆ ଉଡ଼ାଇ ବେପରୁଆ ଭାବେ ଗାଡି ଚାଳନା କରିଥିଲେ କିଛି ଯୁବକ। ୪ଟି କାର୍ ରାସ୍ତାରେ ବେପରୁଆ ଡ୍ରାଇଭିଂ କରି ଆତଙ୍କ ଖେଳାଉଥିଲେ। ୪ଟିରୁ ଗୋଟିଏ କାର୍ ଫୁଟ୍ ପାଥ୍ କୁ ମାଡ଼ିଯାଇ ଚାଲୁଥିବା ଭିଡିଓ ଭାଇରାଲ୍ ହୋଇଥିଲା। କିଛି ଯୁବକ କାର୍ ସନ୍ ରୁଫ୍ ଖୋଲି ଉପରେ ବସିବା ସହ ଜୋରରେ ଚିତ୍କାର କରି ଯାଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଭାଇରାଲ୍ ହେବା ପରେ ଆକ୍ସନ ନେଇଛି କମିଶନରେଟ୍ ପୋଲିସ।