‘ଯୋଡ଼ି ଶଙ୍ଖ’ ନେଇ ନେଟ୍‌ରେ ମଜା

ଭିଡିଓଟି ଭାଇରାଲ ହେଉଥିବାବେଳେ 77 ବର୍ଷ ବୟସ୍କ ରାଜନେତା ନବୀନ ପଟ୍ଟନାୟକଙ୍କୁ ଏଭଳି ପରିହାସର ପାତ୍ର କରିବା ଉଚିତ ନୁହେଁ ବୋଲି କେତେକ ମତ ଦେଇଛନ୍ତି।

‘ଯୋଡ଼ି ଶଙ୍ଖ’ ନେଇ ନେଟ୍‌ରେ ମଜା

‘ଏଥର ଯୋଡ଼ି ଶଙ୍ଖ। ଏମଏଲଏ ପାଇଁ-ଏମପି ପାଇଁ। ଆପଣମାନେ ଆଶୀର୍ବାଦ କରନ୍ତୁ! ଧନ୍ୟବାଦ!’- ବିଜେଡି ସଭାପତି ତଥା ନବୀନ ପଟ୍ଟନାୟକ ଗତକାଲି ରାତିରେ ତାଙ୍କର ଦୁଇ ହାତରେ ଦୁଇଟି ଶଙ୍ଖ ଧରି ଏଭଳି ରିଲ୍ ଛାଡ଼ିବା ପରେ ଅଧିକାଂଶ ନେଟ୍ ବ୍ୟବହାରକାରୀ ଏହାର ମଜାକ ଉଡ଼ାଯାଇଛନ୍ତି। ଏହି ଭିଡିଓଟି ଭାଇରାଲ ହେଉଥିବାବେଳେ 77 ବର୍ଷ ବୟସ୍କ ରାଜନେତା ନବୀନ ପଟ୍ଟନାୟକଙ୍କୁ ଏଭଳି ପରିହାସର ପାତ୍ର କରିବା ଉଚିତ ନୁହେଁ ବୋଲି କେତେକ ମତ ଦେଇଛନ୍ତି।

ବିଜେଡି ନେତା ଓ ଅନ୍ୟ କିଛି ସୋସଲ ମିଡିଆ ଆକାଉଣ୍ଟରେ କିଛି ଲୋକଙ୍କ ମତ ଏଭଳି ରହିଛି-

-`ସେ ଜଣେ ସମ୍ମାନନୀୟ ବ୍ୟକ୍ତିତ୍ବ। ତାଙ୍କୁ ଏମିତି ମେମ୍ ଭଳି ସଜାନ୍ତୁ ନାହିଁ। ଗତ 3-4 ପାଳିରେ ତାଙ୍କୁ ଏଭଳି କଣ୍ଢେଇ ନାଚ (ପପେଟ୍ରି) କରିବାକୁ ପଡ଼ିନଥିଲା।‘

Postଏକ ଏକ୍ସ ପୋଷ୍ଟ

-`ଏ ଅବସ୍ଥା ଦେଖି ଦୁଃଖ ଲାଗୁଛି। ଯଦି ଆପଣମାନେ ସତରେ ନବୀନ ବାବୁଙ୍କର ଶୁଭ ଚିନ୍ତକ ତାଙ୍କ ଉପରେ ଟିକେ ଦୟା କରନ୍ତୁ।‘

Samir Postଏକ ଏକ୍ସ ପୋଷ୍ଟ

-`ମୋଟୁ ପତଲୁ କମେଡି ଭଳି ଲାଗୁଛି।‘

-`ସାର ଏବେ ଟିକେ ରେଷ୍ଟ ନିଅନ୍ତୁ। ବହୁତ ଦିନ ଖଟିଲେଣି।‘

-`ଆପଣ ତ ଏମିତି କେନ୍ଦ୍ରରେ ଯିଏ ଆଇଲା ସେ ଆଡ଼କୁ ଆଉଜି ଯାଉଛନ୍ତି। ଆପଣଙ୍କୁ ଦେବା ଅପେକ୍ଷା ସେମାନଙ୍କୁ ସିଧାସଳଖ ଦେଲେ ଅସୁବିଧା କଣ?...’

-`ପୂରା କାର୍ଟୁନ୍ ସୋ ଟେ ଚାଲିଛି।’

-`ଆରେ, ଶଙ୍ଖ ଥରୁଛି’

-`ଏମିତି ଅବସ୍ଥାରେ ତାଙ୍କୁ ରାତି ଅଧରେ ଆଣି ସୁଟିଂ କଲ, ଲୁଙ୍ଗିଟା ବଦଳାଇବାକୁ ସମୟ ଦେଲ ନାହିଁ...’

Tweetଏକ୍ସ ପୋଷ୍ଟ

-`ଯାହାଙ୍କୁ ଥର୍ମୋକଲ ଉଠାଇବାକୁ କଷ୍ଟ ଲାଗୁଛି, ସେ କିଭଳି ରାଜ୍ୟ ସମ୍ଭାଳିବେ?’

-`ଏ ମୁଖ୍ୟମନ୍ତ୍ରୀ କେବଳ ସିଂହାସନ ଲୋଭୀ, ତେଣିକି ଓଡ଼ିଶାବାସୀ ଭାସିଯାଆନ୍ତୁ!’ ଇତ୍ୟାଦି।