ଯୌନ ଉତ୍ପୀଡ଼ନ ମାମଲାରେ ଦୋଷୀ ସିଆରପିଏଫ ଅଧିକାରୀ ଚାକିରିରୁ ବିଦା, ଗୃହ ମନ୍ତ୍ରଣାଳୟ ଜାରି କଲା ଆଦେଶ
ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆସିଛି । ସୂତ୍ର ଅନୁସାରେ ସିଆରପିଏଫ ଡିଆଇଜିଙ୍କ ବିରୋଧରେ ଅସଦାଚରଣ ନେଇ ମହିଳାମାନେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଅଧିକାରୀଙ୍କୁ ବହିଷ୍କାର କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ଯାଞ୍ଚରେ ଅଭିଯୋଗର ସତ୍ୟତା ମିଳିବା ପରେ ୟୁପିଏସସିର ସୁପାରିସ ଏବଂ ଗୃହ ମନ୍ତ୍ରଣାଳୟର ମଞ୍ଜୁରୀ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅନେକ ମହିଳା ସିଆରପିଏଫ କର୍ମୀ ଦ୍ୱାରା ଯୌନ ଉତ୍ପୀଡ଼ନର ଅଭିଯୋଗ ପରେ ଦେଶର ସବୁଠୁ ବଡ଼ ଅର୍ଦ୍ଧ ସାମରିକ ବାହିନୀ ୟୁପିଏସସିକୁ ଏକ ରିପୋର୍ଟ ଦେଇଥିଲା, ଯାହାପରେ ଏମଏଚଏ ତାଙ୍କୁ ବହିଷ୍କାର କରିବା ପାଇଁ ଅନୁରୋଧ କରିଥିଲା ।ଜଣେ ବରିଷ୍ଠ ଅଧିକାରୀ ନ୍ୟୁଜ୍ ଏଜେନ୍ସି ଏଏନଆଇକୁ କହିଛନ୍ତି ଯେ ସିଆରପିଏଫ ସେହି ଅଧିକାରୀଙ୍କ ଆଚରଣ ଯାଞ୍ଚ କରିଥିଲା, ନିୟମ ଅନୁସାରେ ପ୍ରକ୍ରିୟା ପୂରା କରିଛି ଏବଂ ୟୁପିଏସସିକୁ ରିପୋର୍ଟ ପଠାଇଛି । ୟୁପିଏସସି ପରେ ସେବାରୁ ବହିଷ୍କାର ପାଇଁ ପରାମର୍ଶ ଦେଇଛି, ଯାହାକୁ ଗୃହ ମନ୍ତ୍ରଣାଳୟ ମଧ୍ୟ ମଞ୍ଜୁରୀ ଦେଇଛି । ଏହି ଆଧାରରେ ସିଆରପିଏଫ ବହିଷ୍କାର ପାଇଁ ନୋଟିସ୍ ଜାରି କରିଛି । ଉଲ୍ଲେଖଯୋଗ୍ୟ ଯେ ସିଆରପିଏଫର ମୁଖ୍ୟ ଖେଳ ଅଧିକାରୀ ହେବା ପୂର୍ବରୁ ଖଜାନ ସିଂ ୧୯୮୬ରେ ସିଓଲ ଏସିଆନ୍ ଖେଳରେ ୨୦୦ ମିଟର ବଟରଫ୍ଲାଇ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ
ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆସିଛି । ସୂତ୍ର ଅନୁସାରେ ସିଆରପିଏଫ ଡିଆଇଜିଙ୍କ ବିରୋଧରେ ଅସଦାଚରଣ ନେଇ ମହିଳାମାନେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଅଧିକାରୀଙ୍କୁ ବହିଷ୍କାର କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ଯାଞ୍ଚରେ ଅଭିଯୋଗର ସତ୍ୟତା ମିଳିବା ପରେ ୟୁପିଏସସିର ସୁପାରିସ ଏବଂ ଗୃହ ମନ୍ତ୍ରଣାଳୟର ମଞ୍ଜୁରୀ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅନେକ ମହିଳା ସିଆରପିଏଫ କର୍ମୀ ଦ୍ୱାରା ଯୌନ ଉତ୍ପୀଡ଼ନର ଅଭିଯୋଗ ପରେ ଦେଶର ସବୁଠୁ ବଡ଼ ଅର୍ଦ୍ଧ ସାମରିକ ବାହିନୀ ୟୁପିଏସସିକୁ ଏକ ରିପୋର୍ଟ ଦେଇଥିଲା, ଯାହାପରେ ଏମଏଚଏ ତାଙ୍କୁ ବହିଷ୍କାର କରିବା ପାଇଁ ଅନୁରୋଧ କରିଥିଲା ।
ଜଣେ ବରିଷ୍ଠ ଅଧିକାରୀ ନ୍ୟୁଜ୍ ଏଜେନ୍ସି ଏଏନଆଇକୁ କହିଛନ୍ତି ଯେ ସିଆରପିଏଫ ସେହି ଅଧିକାରୀଙ୍କ ଆଚରଣ ଯାଞ୍ଚ କରିଥିଲା, ନିୟମ ଅନୁସାରେ ପ୍ରକ୍ରିୟା ପୂରା କରିଛି ଏବଂ ୟୁପିଏସସିକୁ ରିପୋର୍ଟ ପଠାଇଛି । ୟୁପିଏସସି ପରେ ସେବାରୁ ବହିଷ୍କାର ପାଇଁ ପରାମର୍ଶ ଦେଇଛି, ଯାହାକୁ ଗୃହ ମନ୍ତ୍ରଣାଳୟ ମଧ୍ୟ ମଞ୍ଜୁରୀ ଦେଇଛି । ଏହି ଆଧାରରେ ସିଆରପିଏଫ ବହିଷ୍କାର ପାଇଁ ନୋଟିସ୍ ଜାରି କରିଛି । ଉଲ୍ଲେଖଯୋଗ୍ୟ ଯେ ସିଆରପିଏଫର ମୁଖ୍ୟ ଖେଳ ଅଧିକାରୀ ହେବା ପୂର୍ବରୁ ଖଜାନ ସିଂ ୧୯୮୬ରେ ସିଓଲ ଏସିଆନ୍ ଖେଳରେ ୨୦୦ ମିଟର ବଟରଫ୍ଲାଇ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରି ବ୍ରୋଞ୍ଜ ପଦକ ଜିତିଥିଲେ । ଉଲ୍ଲେଖଯୋଗ୍ୟ ଯେ ଏହି ପଦକ ଭାରତ ପାଇଁ ୧୯୫୧ ପରେ ଏହି ଖେଳରେ ପ୍ରଥମ ପଦକ ଥିଲା ।
ଖଜାନ ସିଂ ଏବେ ମୁମ୍ୱାଇରେ ମୁତୟନ ଅଛନ୍ତି । ଏହି ଘଟଣା ଉପରେ ତାଙ୍କ ଦ୍ୱାରା କୌଣସି ବୟାନ ଜାରି କରାଯାଇ ନାହିଁ । ତାଙ୍କୁ ବହିଷ୍କାର ନୋଟିସର ଜବାବ ଦେବା ପାଇଁ ୧୫ ଦିନର ସମୟ ଦିଆଯାଇଛି । ତାଙ୍କ ବିରୋଧରେ ଦୁଇଟି ଅଭିଯୋଗ ରହିଛି, ଯେଉଁଥିରୁ ଗୋଟିଏ ମାମଲାରେ ବହିଷ୍କାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି, ଅନ୍ୟ ମାମଲାର ତଦନ୍ତ ଚାଲିଛି । ସେ ପ୍ରଥମେ ଏହି ଅଭିଯୋଗକୁ ପୂରା ମିଛ କହି ଖଣ୍ଡନ କରିଥିଲେ ଏବଂ ଦାବି କରିଥିଲେ ଯେ ତାଙ୍କ ଛବିକୁ ମଳିନ କରିବା ପାଇଁ ଉଦ୍ୟମ କରାଯାଉଛି ।