ଯୌନ ନିର୍ଯାତନା ମାମଲାରେ ଏଚ୍‌ଡି ରେଭନ୍ନାଙ୍କୁ ଅନ୍ତରୀଣ ଜାମିନ

ବେଙ୍ଗାଲୁରୁ: ପ୍ରଥମେ ଅପହରଣ ମାମଲାରେ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମିଳିଲା। ଏବେ ଯୌନ ନିର୍ଯାତନା ମାମଲାରେ ମଧ୍ୟ ଏଚ୍‌ଡି ରେଭନ୍ନାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କାଯାଇଛି। ଅପହରଣ ମାମଲାରେ ବେଲ୍‌ ପାଇ ଜେଲ୍‌ରୁ ବାହାରି ସିଧା ବାପା ଏଚ୍‌ଡି ଦେବେଗୌଡ଼ାଙ୍କ ପାଖକୁ ଯାଇଥିଲେ ରେଭନ୍ନା। ଗୁରୁବାର ତାଙ୍କୁ ଯୌନ ନିର୍ଯାତନା ମାମଲାରେ ବି ଜାମିନ ମିଳିଯାଇଛି। ରେଭନ୍ନାଙ୍କ ଘରୋଇ ସହାୟିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଘଟଣାକୁ ନେଇ ବିଧାୟକ ଏଚ୍‌ଡି ରେଭନ୍ନା ଓ ପୁଅ ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ବିରୋଧରେ ଥାନାରେ ମାମଲା ହୋଇଥିଲା। ଏଥିରେ ବି କୋର୍ଟ ରେଭନ୍ନାଙ୍କୁ ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏଥିସହିତ ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ ଅପହରଣ ମାମଲାରେ ଏମ୍‌ପି ଏମ୍‌ଏଲେ କୋର୍ଟ ରେଭନ୍ନାଙ୍କୁ ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ୧୪ ତାରିଖ ଦିନ ସେ ଜେଲ୍‌ରୁ ବାହାରି ବାପା ଦେବେଗୌଡ଼ାଙ୍କ ଘରକୁ ଯାଇଥିଲେ। ଅପହରଣ ମାମଲାରେ ତାଙ୍କୁ ମେ ୪ ତାରିଖରେ ଗିରଫ କରିଥିଲା କର୍ଣ୍ଣାଟକ ପୁଲିସ୍।ଅପହୃତା ମହିଳାଙ୍କ ପୁଅଙ୍କର ଅଭିଯୋଗ କ୍ରମେ କର୍ଣ୍ଣାଟକ ପୁଲିସ ରେଭନ୍ନାଙ୍କୁ ଗିରଫ କରିଥିଲା। ଏହାପରେ ଅପହୃତା ମହିଳାଙ୍କୁ କର୍ଣ୍ଣାଟକ ପୁଲିସ ଉଦ୍ଧାର କରିବା ପରେ ତାଙ୍କୁ ଦୁଷ୍କର୍

ଯୌନ ନିର୍ଯାତନା ମାମଲାରେ ଏଚ୍‌ଡି ରେଭନ୍ନାଙ୍କୁ ଅନ୍ତରୀଣ ଜାମିନ

ବେଙ୍ଗାଲୁରୁ: ପ୍ରଥମେ ଅପହରଣ ମାମଲାରେ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମିଳିଲା। ଏବେ ଯୌନ ନିର୍ଯାତନା ମାମଲାରେ ମଧ୍ୟ ଏଚ୍‌ଡି ରେଭନ୍ନାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କାଯାଇଛି। ଅପହରଣ ମାମଲାରେ ବେଲ୍‌ ପାଇ ଜେଲ୍‌ରୁ ବାହାରି ସିଧା ବାପା ଏଚ୍‌ଡି ଦେବେଗୌଡ଼ାଙ୍କ ପାଖକୁ ଯାଇଥିଲେ ରେଭନ୍ନା। ଗୁରୁବାର ତାଙ୍କୁ ଯୌନ ନିର୍ଯାତନା ମାମଲାରେ ବି ଜାମିନ ମିଳିଯାଇଛି। 

ରେଭନ୍ନାଙ୍କ ଘରୋଇ ସହାୟିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଘଟଣାକୁ ନେଇ ବିଧାୟକ ଏଚ୍‌ଡି ରେଭନ୍ନା ଓ ପୁଅ ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ବିରୋଧରେ ଥାନାରେ ମାମଲା ହୋଇଥିଲା। ଏଥିରେ ବି କୋର୍ଟ ରେଭନ୍ନାଙ୍କୁ ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏଥିସହିତ ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ଏହା ପୂର୍ବରୁ ଅପହରଣ ମାମଲାରେ ଏମ୍‌ପି ଏମ୍‌ଏଲେ କୋର୍ଟ ରେଭନ୍ନାଙ୍କୁ ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ୧୪ ତାରିଖ ଦିନ ସେ ଜେଲ୍‌ରୁ ବାହାରି ବାପା ଦେବେଗୌଡ଼ାଙ୍କ ଘରକୁ ଯାଇଥିଲେ। ଅପହରଣ ମାମଲାରେ ତାଙ୍କୁ ମେ ୪ ତାରିଖରେ ଗିରଫ କରିଥିଲା କର୍ଣ୍ଣାଟକ ପୁଲିସ୍।

ଅପହୃତା ମହିଳାଙ୍କ ପୁଅଙ୍କର ଅଭିଯୋଗ କ୍ରମେ କର୍ଣ୍ଣାଟକ ପୁଲିସ ରେଭନ୍ନାଙ୍କୁ ଗିରଫ କରିଥିଲା। ଏହାପରେ ଅପହୃତା ମହିଳାଙ୍କୁ କର୍ଣ୍ଣାଟକ ପୁଲିସ ଉଦ୍ଧାର କରିବା ପରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସେ ଅଭିଯୋଗ କରିଥିଲେ। ପୁଲିସ ଆଗରେ ମୁହଁ ଖୋଲିଲେ ତାଙ୍କୁ ହତ୍ୟା କରାଯିବ ବୋଲି ମଧ୍ୟ ଧମକ ଦିଆଯାଇଥିବା ମହିଳା ଅଭିଯୋଗ କରିଥିଲେ। ଏହାପରେ ରେଭନ୍ନାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ମଧ୍ୟ ଲଗାଯାଇଥିଲା।  ଯୌନ ନିର୍ଯତନା ମାମଲାରେ ବାପା ଏଚ୍‌ଡି ରେଭନ୍ନା ଓ ପୁଅ ପ୍ରଜ୍ଜ୍ୱଳ ରେବନ୍ନାଙ୍କ ବିରୋଧରେ ୩ଟି  ମାମଲାର ରୁଜୁ ହୋଇଛି। ଦୁଷ୍କର୍ମ କରିବା ପରେ ବିଜେପି ଓ ଜେଡିଏସ୍ ମିଳିତ ପ୍ରାର୍ଥୀ ପ୍ରଜ୍ଜ୍ୱଳ ରେଭନ୍ନା ଦେଶ ଛାଡ଼ି ପଳାଇଯାଇଛି। ସେ ବର୍ତ୍ତମାନ ଜର୍ମାନୀରେ ଥିବା ସନ୍ଦେହ କରାଯାଉଛି।