‘ଯୌନକାର୍ଯ୍ୟ ଦେଖିବାକୁ ବାଧ୍ୟ କରିଥିଲେ’
ଥିରୁଭାନନ୍ତପୁରମ, ୩୦।୯: ମଲିଉଡ୍ର ବରିଷ୍ଠ ଫିଲ୍ମ ନିର୍ମାତା ବାଲଚନ୍ଦ୍ର ମେନନ୍ଙ୍କ ବିରୋଧରେ ରବିବାର ଅଭିନେତ୍ରୀ ମିନୁ ମୁନିର ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ୨୦୦୭ରେ ଅନ୍ୟମାନଙ୍କ ସହ ମିଶି ସେକ୍ସୁଆଲ ଆକ୍ଟ ଦେଖିବାକୁ ତାଙ୍କୁ ମେନନ୍ ବାଧ୍ୟ କରିଥିଲେ ବୋଲି ମିନୁ ଅଭିଯୋଗ ଆଣିଛନ୍ତି। ଏକ ସାକ୍ଷାତ୍କାରରେ ସେ କହିଛନ୍ତି, ସେତେବେଳେ ମେନନ୍ ତାଙ୍କୁ ତାଙ୍କ ରୁମ୍କୁ ନେଇଥିଲେ। ସେଠାରେ ପୂର୍ବରୁ ଯୌନ କାର୍ଯ୍ୟକଳାପ ଚାଲୁଥିଲା। କେତେଜଣ ପୁରୁଷ ଓ ଯୁବତୀ ମଧ୍ୟ ଉକ୍ତ ରୁମ୍ରେ ଉପସ୍ଥିତ ଥିଲେ। […] The post ‘ଯୌନକାର୍ଯ୍ୟ ଦେଖିବାକୁ ବାଧ୍ୟ କରିଥିଲେ’ appeared first on Dharitri Odia News.
ଥିରୁଭାନନ୍ତପୁରମ, ୩୦।୯: ମଲିଉଡ୍ର ବରିଷ୍ଠ ଫିଲ୍ମ ନିର୍ମାତା ବାଲଚନ୍ଦ୍ର ମେନନ୍ଙ୍କ ବିରୋଧରେ ରବିବାର ଅଭିନେତ୍ରୀ ମିନୁ ମୁନିର ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ୨୦୦୭ରେ ଅନ୍ୟମାନଙ୍କ ସହ ମିଶି ସେକ୍ସୁଆଲ ଆକ୍ଟ ଦେଖିବାକୁ ତାଙ୍କୁ ମେନନ୍ ବାଧ୍ୟ କରିଥିଲେ ବୋଲି ମିନୁ ଅଭିଯୋଗ ଆଣିଛନ୍ତି। ଏକ ସାକ୍ଷାତ୍କାରରେ ସେ କହିଛନ୍ତି, ସେତେବେଳେ ମେନନ୍ ତାଙ୍କୁ ତାଙ୍କ ରୁମ୍କୁ ନେଇଥିଲେ। ସେଠାରେ ପୂର୍ବରୁ ଯୌନ କାର୍ଯ୍ୟକଳାପ ଚାଲୁଥିଲା। କେତେଜଣ ପୁରୁଷ ଓ ଯୁବତୀ ମଧ୍ୟ ଉକ୍ତ ରୁମ୍ରେ ଉପସ୍ଥିତ ଥିଲେ। ସେ ରୁମ୍ ମଧ୍ୟରେ ପହଞ୍ଚିବା ପରେ ମେନନ୍ ୩ ଜଣ ଯୁବତୀଙ୍କ ସହ ସେଠାରେ ଯୌନ କାର୍ଯ୍ୟକଳାପରେ ଲିପ୍ତ ରହିଲେ। ଏହାସହ ଅନ୍ୟ ପୁରୁଷଙ୍କ ସହ ଏକାଠି ବସି ତାଙ୍କର ଯୌନ କାର୍ଯ୍ୟକଳାପକୁ ଉପଭୋଗ କରିବାକୁ ମେନନ୍ ବାଧ୍ୟ କରିଥିବା ମିନୁ କହିଛନ୍ତି।
ତେବେ ହେମା କମିଟି ରିପୋର୍ଟ ଆସିବା ପରେ ତାଙ୍କୁ ଦିଆଯାଇଥିବା ପୁରୁଣା ନିର୍ଯାତନାଗୁଡ଼ିକୁ ସେ ଲୋକଲୋଚନକୁ ଆଣିବାକୁ ସକ୍ଷମ ହୋଇପାରୁଛନ୍ତି ବୋଲି ଏହି ସାକ୍ଷାତ୍କାରରେ ଅଭିନେତ୍ରୀ ଜଣଙ୍କ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ମିନୁ ପୂର୍ବରୁ ମାଲୟାଲମ ଅଭିନେତା ଜୟସୁରିୟାଙ୍କ ସମେତ ୭ ଜଣଙ୍କ ବିରୋଧରେ ଶାରୀରିକ ନିର୍ଯାତନାର ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲାରେ ଏଫ୍ଆଇଆର୍ ରୁଜୁ କରିଥିଲା।
The post ‘ଯୌନକାର୍ଯ୍ୟ ଦେଖିବାକୁ ବାଧ୍ୟ କରିଥିଲେ’ appeared first on Dharitri Odia News.