ରକୁଲ୍ ଏବଂ ଜ୍ୟାକିଙ୍କୁ ବିବାହ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ଚିଠିରେ ଲେଖିଲେ ଖାସ୍ ସନ୍ଦେଶ
ନୂଆଦିଲ୍ଲୀ: ରକୁଲ୍ ପ୍ରୀତ ସିଂ ଏବଂ ଜ୍ୟାକି ଭଗନାନୀ ପରସ୍ପରଙ୍କୁ ଜୀବନସାଥି କରିଛନ୍ତି । ଦୁହେଁ ବୁଧବାର ପରିବାର ଏବଂ ନିଜ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁଇ ସେଲିବ୍ରେଟିଙ୍କ ବିବାହ ଫଟୋ ସାମନାକୁ ଆସିବା ପରେ ଏବେ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି । ସୋସିଆଲ୍ ମିଡିଆରେ ନବଦମ୍ପତିଙ୍କ ଫଟୋ ପୋଷ୍ଟ କରି ସେମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିଠି ଲେଖି ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ରକୁଲ ଏବଂ ଜ୍ୟାକି ନିଜ ବିବାହ ନିମନ୍ତ୍ରଣ ପତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଠାଇଥିଲେ । କିନ୍ତୁ, କୌଣସି କାରଣରୁ ପ୍ରଧାନମନ୍ତ୍ରୀ ଦୁହିଁଙ୍କ ବିବାହରେ ସାମିଲ ହୋଇପାରି ନଥିଲେ । ଏପରି ସ୍ଥିତିରେ ଏବେ ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଜ୍ୟାକିଙ୍କ ମାଆ ପୂଜା ଏବଂ ବାପା ବାଶୁ ଭଗନାନୀଙ୍କୁ ସମ୍ୱୋଧିତ କରି ଲେଖିଛନ୍ତି, ଜ୍ୟାକି ଏବଂ ରକୁଲଙ୍କ ବିବାହର ଶୁଭ ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା । Thankyou so much Honorable Prime Minister @narendramodi ji. Your blessings mean a lot to us
ନୂଆଦିଲ୍ଲୀ: ରକୁଲ୍ ପ୍ରୀତ ସିଂ ଏବଂ ଜ୍ୟାକି ଭଗନାନୀ ପରସ୍ପରଙ୍କୁ ଜୀବନସାଥି କରିଛନ୍ତି । ଦୁହେଁ ବୁଧବାର ପରିବାର ଏବଂ ନିଜ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁଇ ସେଲିବ୍ରେଟିଙ୍କ ବିବାହ ଫଟୋ ସାମନାକୁ ଆସିବା ପରେ ଏବେ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି । ସୋସିଆଲ୍ ମିଡିଆରେ ନବଦମ୍ପତିଙ୍କ ଫଟୋ ପୋଷ୍ଟ କରି ସେମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିଠି ଲେଖି ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଉଲ୍ଲେଖଯୋଗ୍ୟ ରକୁଲ ଏବଂ ଜ୍ୟାକି ନିଜ ବିବାହ ନିମନ୍ତ୍ରଣ ପତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଠାଇଥିଲେ । କିନ୍ତୁ, କୌଣସି କାରଣରୁ ପ୍ରଧାନମନ୍ତ୍ରୀ ଦୁହିଁଙ୍କ ବିବାହରେ ସାମିଲ ହୋଇପାରି ନଥିଲେ । ଏପରି ସ୍ଥିତିରେ ଏବେ ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଜ୍ୟାକିଙ୍କ ମାଆ ପୂଜା ଏବଂ ବାପା ବାଶୁ ଭଗନାନୀଙ୍କୁ ସମ୍ୱୋଧିତ କରି ଲେଖିଛନ୍ତି, ଜ୍ୟାକି ଏବଂ ରକୁଲଙ୍କ ବିବାହର ଶୁଭ ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ।
Thankyou so much Honorable Prime Minister @narendramodi ji. Your blessings mean a lot to us