ରକେଟ୍‌ ସ୍ପିଡ୍‌ରେ ପଢ଼ନ୍ତି …

ପରୀକ୍ଷା ବେଳେ ଅନେକଙ୍କର ଇଚ୍ଛା ହୁଏ ଏମିତି ହୁଅନ୍ତା କି ବହିର ପୃଷ୍ଠା ଓଲଟେଇ ଦେବାମାତ୍ରେ ସବୁ ପୃଷ୍ଠା ଫଟାଫଟ୍‌ ପଢିହେଇ ଯାଆନ୍ତା ଓ ସବୁ ମନେ ରହିଯାଆନ୍ତା। ହେଲେ ଏଭଳି କ’ଣ କେବେ ସମ୍ଭବ? ମଣିଷ କ’ଣ ରୋବୋ ଯେ ଏଭଳି ହୋଇପାରିବ? ତେବେ ଏଭଳି ଚମତ୍କାର କରିବା ଜଣେ ବ୍ୟକ୍ତିଙ୍କ ପକ୍ଷେ ସମ୍ଭବ ହୋଇପାରିଛି। ସେଥିପାଇଁ ତାଙ୍କ ନାମ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ବି ସ୍ଥାନ ପାଇଛି। ସେ ହେଉଛନ୍ତି ଆମେରିକାର ହାଓ୍ବାର୍ଡ ଷ୍ଟିଫେନ୍‌ […] The post ରକେଟ୍‌ ସ୍ପିଡ୍‌ରେ ପଢ଼ନ୍ତି … appeared first on Dharitri Odia News.

ରକେଟ୍‌ ସ୍ପିଡ୍‌ରେ  ପଢ଼ନ୍ତି …

ପରୀକ୍ଷା ବେଳେ ଅନେକଙ୍କର ଇଚ୍ଛା ହୁଏ ଏମିତି ହୁଅନ୍ତା କି ବହିର ପୃଷ୍ଠା ଓଲଟେଇ ଦେବାମାତ୍ରେ ସବୁ ପୃଷ୍ଠା ଫଟାଫଟ୍‌ ପଢିହେଇ ଯାଆନ୍ତା ଓ ସବୁ ମନେ ରହିଯାଆନ୍ତା। ହେଲେ ଏଭଳି କ’ଣ କେବେ ସମ୍ଭବ? ମଣିଷ କ’ଣ ରୋବୋ ଯେ ଏଭଳି ହୋଇପାରିବ? ତେବେ ଏଭଳି ଚମତ୍କାର କରିବା ଜଣେ ବ୍ୟକ୍ତିଙ୍କ ପକ୍ଷେ ସମ୍ଭବ ହୋଇପାରିଛି। ସେଥିପାଇଁ ତାଙ୍କ ନାମ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ବି ସ୍ଥାନ ପାଇଛି। ସେ ହେଉଛନ୍ତି ଆମେରିକାର ହାଓ୍ବାର୍ଡ ଷ୍ଟିଫେନ୍‌ ବର୍ଗ। ସେ ଏକ ମିନିଟ୍‌ରେ ୮୦ ପୃଷ୍ଠା ଅବା ୨୫୦୦୦-୩୫୦୦୦ ଶବ୍ଦ ପଢିପାରନ୍ତି। ହାଓ୍ବାର୍ଡ ୩୦୦୦୦ରୁ ଊର୍ଦ୍ଧ୍ୱ ବହି ପଢିଛନ୍ତି। ସେ କୁହନ୍ତି, ପୃଷ୍ଠାର ଆକାର ଓ ଫଣ୍ଟ ସାଇଜ୍‌ ଉପରେ ନିର୍ଭର କରେ କେତେ ପଢିପାରିବି। ଯଦି ବଡ଼ ପୃଷ୍ଠାରେ ଛୋଟ ଫଣ୍ଟରେ ଲେଖା ଯାଇଥାଏ ତେବେ ଅଧିକ ଶବ୍ଦ ଗୋଟିଏ ପୃଷ୍ଠାରେ ଥାଏ, ଯାହାଫଳରେ ଅଧିକ ଶବ୍ଦ ଖୁବ୍‌ କମ୍‌ ସମୟରେ ପଢିହେବ। ଏଭଳି ଦ୍ରୁତବେଗରେ ପଢିବାର ଶୈଳୀକୁ ପରଫେକ୍ଟ କରିବା ପାଇଁ ହାଓ୍ବାର୍ଡଙ୍କୁ ୩୫ ବର୍ଷ ଲାଗି ଯାଇଥିଲା। ଖୁବ୍‌ ଅଭ୍ୟାସ କରି ସେ ଏ ସ୍ତରରେ ପହଞ୍ଚତ୍ଛନ୍ତି।

The post ରକେଟ୍‌ ସ୍ପିଡ୍‌ରେ ପଢ଼ନ୍ତି … appeared first on Dharitri Odia News.