ରକ୍ତ କର୍କଟରେ ଆକ୍ରାନ୍ତ ଟିମ ଇଣ୍ଡିଆର ଖେଳାଳିଙ୍କ ସହାୟତା ନିମନ୍ତେ ଆଗକୁ ଆସିଲେ BCCI, ଦେବେ ୧ କୋଟି ଟଙ୍କା
ବରୋଦା ୧୪।୭: ପୂର୍ବତନ ଭାରତୀୟ କ୍ରିକେଟର ଅଂଶୁମାନ ଗୟକୱାଡ ରକ୍ତ କର୍କଟରେ ଆକ୍ରାନ୍ତ ହୋଇଛନ୍ତି। ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ କପିଲ ଦେବ ଗାୟକୱାଡଙ୍କ ପ୍ରସଙ୍ଗ ଉଠାଇଥିଲେ। ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବଡ଼ ନିଷ୍ପତ୍ତି ନେଇଛନ୍ତି। ଅଂଶୁମାନ ଗାୟକୱାଡଙ୍କ ସହାୟତା ପାଇଁ ବିସିସିଆଇ ଆଗକୁ ଆସିଥିବା ବେଳେ ତାଙ୍କ ଚିକିତ୍ସା ବାବଦ ଖର୍ଚ୍ଚ ନିମନ୍ତେ ୧ କୋଟି ଟଙ୍କାର ପାଣ୍ଠି ଜାରି କରିଛନ୍ତି। ଅଂଶୁମାନ ଗାୟକୱାଡ ଚିକିତ୍ସା ପାଇଁ ଲଣ୍ଡନରେ ଥିଲେ, ଏବେ ସେ ବରୋଦା ଫେରି ଆସିଛନ୍ତି, ଏଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିସିସିଆଇ ଏପେକ୍ସ କାଉନସିଲ କହିଛନ୍ତି ଯେ ବିସିସିଆଇ ସାଧାରଣ ସମ୍ପାଦକ ଜୟ ଶାହ କ୍ୟାନସର ଜୁଝୁଥିବା ଭାରତର ଦିଗ୍ଗଜ କ୍ରିକେଟର ଅଂଶୁମାନ ଗାୟକୱାଡଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଓ ତତ୍କାଳ ପ୍ରଭାବରେ ୧ କୋଟି ଟଙ୍କା ଜାରି କରିବାକୁ ବିସିସିଆଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜୟ ଶାହ ଏ ନେଇ ଗାୟକୱାଡଙ୍କ ପରିବାର ସହ ମଧ୍ୟ କଥା ହୋଇଛନ୍ତି। ପରିସ୍ଥିତିର ଅନୁଧ୍ୟାନ କରିବା ପରେ ବିସିସିଆଇଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗାୟକୱାଡଙ୍କ ସହାୟତା ନିମନ୍ତେ ନିକଟରେ ୧୯୮୩ ୱାର୍ଲଡ କପ ବିଜେତା ଟିମ୍ର କ୍ୟାପ୍ଟେନ କପିଲ ଦେବ ନିଜେ ଆଗକୁ ଆସିବା ସହ ସହାୟତା ନିମନ୍ତେ ବିସିସିଆଇକୁ ମଧ୍ୟ ନିବେଦନ କରିଥ
ବରୋଦା ୧୪।୭: ପୂର୍ବତନ ଭାରତୀୟ କ୍ରିକେଟର ଅଂଶୁମାନ ଗୟକୱାଡ ରକ୍ତ କର୍କଟରେ ଆକ୍ରାନ୍ତ ହୋଇଛନ୍ତି। ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ କପିଲ ଦେବ ଗାୟକୱାଡଙ୍କ ପ୍ରସଙ୍ଗ ଉଠାଇଥିଲେ। ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବଡ଼ ନିଷ୍ପତ୍ତି ନେଇଛନ୍ତି। ଅଂଶୁମାନ ଗାୟକୱାଡଙ୍କ ସହାୟତା ପାଇଁ ବିସିସିଆଇ ଆଗକୁ ଆସିଥିବା ବେଳେ ତାଙ୍କ ଚିକିତ୍ସା ବାବଦ ଖର୍ଚ୍ଚ ନିମନ୍ତେ ୧ କୋଟି ଟଙ୍କାର ପାଣ୍ଠି ଜାରି କରିଛନ୍ତି।
ଅଂଶୁମାନ ଗାୟକୱାଡ ଚିକିତ୍ସା ପାଇଁ ଲଣ୍ଡନରେ ଥିଲେ, ଏବେ ସେ ବରୋଦା ଫେରି ଆସିଛନ୍ତି, ଏଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିସିସିଆଇ ଏପେକ୍ସ କାଉନସିଲ କହିଛନ୍ତି ଯେ ବିସିସିଆଇ ସାଧାରଣ ସମ୍ପାଦକ ଜୟ ଶାହ କ୍ୟାନସର ଜୁଝୁଥିବା ଭାରତର ଦିଗ୍ଗଜ କ୍ରିକେଟର ଅଂଶୁମାନ ଗାୟକୱାଡଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଓ ତତ୍କାଳ ପ୍ରଭାବରେ ୧ କୋଟି ଟଙ୍କା ଜାରି କରିବାକୁ ବିସିସିଆଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜୟ ଶାହ ଏ ନେଇ ଗାୟକୱାଡଙ୍କ ପରିବାର ସହ ମଧ୍ୟ କଥା ହୋଇଛନ୍ତି। ପରିସ୍ଥିତିର ଅନୁଧ୍ୟାନ କରିବା ପରେ ବିସିସିଆଇଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗାୟକୱାଡଙ୍କ ସହାୟତା ନିମନ୍ତେ ନିକଟରେ ୧୯୮୩ ୱାର୍ଲଡ କପ ବିଜେତା ଟିମ୍ର କ୍ୟାପ୍ଟେନ କପିଲ ଦେବ ନିଜେ ଆଗକୁ ଆସିବା ସହ ସହାୟତା ନିମନ୍ତେ ବିସିସିଆଇକୁ ମଧ୍ୟ ନିବେଦନ କରିଥିଲେ। ଏହା ଛଡା ସୁନିଲ ଗାଭାସ୍କର, ରବି ଶାସ୍ତ୍ରୀ, ଦିଲ୍ଲୀପ ଭେଙ୍ଗସରକାର, ମହିନ୍ଦର ଅମରନାଥ, ସନ୍ଦୀପ ପାଟିଲ, ମଦନ ଲାଲ ଓ କିର୍ତ୍ତି ଆଜାଦଙ୍କ ଭଳି ଅନେକ ପୂର୍ବତନ ଟିମ୍ ଇଣ୍ଡିଆ ଖେଳାଳି ନିଜନିଜ ସ୍ତରରେ ଗାୟକୱାଡଙ୍କ ସହାୟତା ନିମନ୍ତେ ଅର୍ଥ ଯୋଗାଡ କରୁଛନ୍ତି।
ଅଂଶୁମାନ ଗାୟକୱାଡ ୧୯୭୫ରୁ ୧୯୮୭ ମସିହା ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ଲାଗି ଖେଳୁଥିଲେ। ସେ ୧୯୭୪ ମସିହାରେ ୱାଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ଗାୟକୱାଡ ତାଙ୍କ କ୍ୟାରିୟରରେ ୪୦ଟି ଟେଷ୍ଟ ଓ ୧୫ଟି ୱାନଡେ ଖେଳିଛନ୍ତି। ଟେଷ୍ଟରେ ସେ ୧୯୮୫ ରନ କରିଥିବା ବେଳେ ୨ଟି ୱିକେଟ ପାଇଥିଲେ। ସେହିପରି ୱାନଡେରେ ସେ ୨୬୯ ରନ କରିଥିଲେ। ଏହା ଛଡା ସେ ୧୯୯୭ରୁ ୧୯୯୯ ଓ ପୁଣି ଥରେ ୨୦୦୦ ମସିହାରେ ଟିମ୍ ଇଣ୍ଡିଆର କୋଚ୍ ମଧ୍ୟ ଥିଲେ।