ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର, କଟାଯାଇଛି ତଣ୍ଟି

କେନ୍ଦୁଝର ୪।୧୦: ତଣ୍ଟି କଟା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିଲା ମୃତଦେହ । କେନ୍ଦୁଝର ଟାଉନ ଥାନା ସ୍ଥିତ ପବିତ୍ର ଡିହା ବରାଳ ଲଜ୍ ଗଳିରେ ଭଡାରେ ରହୁଥିଲେ ।ସୂଚନାଯୋଗ୍ୟ ଯେ, କେନ୍ଦୁଝର ଟାଉନ ଥାନା ସ୍ଥିତ ପବିତ୍ର ଡିହା ବରାଳ ଲଜ୍ ଗଳିରେ ଭଡା ରହୁଥିବା ରବୀନ୍ଦ୍ର ବେହେରାଙ୍କ ବଡ଼ ଝିଅଙ୍କ ତଣ୍ଟି କଟା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ବାପାଙ୍କ କହିବା ଅନୁସାରେ ସେ ଲାବଣ୍ୟ ଛକ ନିକଟରେ ଛତୁ ବେପାର କରନ୍ତି । ସେ ଓ ତାଙ୍କ ସ୍ତ୍ରୀ ଛତୁ ବେପାର କରିବା ପାଇଁ ଯାଇଥିବା ବେଳେ ତାଙ୍କ ସାନ ଝିଅ କଲେଜ ଯାଇଥିଲେ । ମୃତ ଝିଅ ଘରେ ଏକା ଥିଲେ । ଦିନ ୧୧ଟା ସମୟରେ ଝିଅ ଚାଉଳ ନେଇ ଘରକୁ ଫେରିବା ପରେ ବାପା ଓ ମା’କୁ ଫେରିବା ନେଇ ଫୋନ ଯୋଗେ ଜଣାଇଥିଲେ । ହେଲେ ଦ୍ବିପ୍ରହର ସମୟରେ ବାପା-ମା’ ଘରକୁ ଫେରି ଦେଖିଥିଲେ ସେତେବେଳେ ଝିଅର ତଣ୍ଟି କଟାଯାଇଥିବା ବେଳେ ରକ୍ତ ଜୁଡୁବୁଡୁ ହୋଇ ମୁହଁ ମାଡି ତଳକୁ ପଡିଥିଲେ । ଘଟଣାସ୍ଥଳରେ ସଦର ଏସଡିପିଓଙ୍କ ନେତୃତ୍ୱରେ ପୋଲିସ ତଦନ୍ତ ଚଳାଇଥିବା ବେଳେ ତଦନ୍ତ ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ଏସଡିପିଓ ମହେନ୍ଦ୍ର ମୁର୍ମୁ ସୂଚନା ଦେଇଛନ୍ତି ।You Can Read:CMC ଭେଣ୍ଡିଂ ଦୋକାନରେ ଚଢ଼ାଉ, ୨ କ୍ବିଣ୍ଟାଲ ଖାଦ୍ୟ ନଷ୍ଟ କଲା ଏନଫୋର୍ସମେଣ୍ଟ ଟିମ୍  

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର, କଟାଯାଇଛି ତଣ୍ଟି

କେନ୍ଦୁଝର ୪।୧୦: ତଣ୍ଟି କଟା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିଲା ମୃତଦେହ । କେନ୍ଦୁଝର ଟାଉନ ଥାନା ସ୍ଥିତ ପବିତ୍ର ଡିହା ବରାଳ ଲଜ୍ ଗଳିରେ ଭଡାରେ ରହୁଥିଲେ ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଟାଉନ ଥାନା ସ୍ଥିତ ପବିତ୍ର ଡିହା ବରାଳ ଲଜ୍ ଗଳିରେ ଭଡା ରହୁଥିବା ରବୀନ୍ଦ୍ର ବେହେରାଙ୍କ ବଡ଼ ଝିଅଙ୍କ ତଣ୍ଟି କଟା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ବାପାଙ୍କ କହିବା ଅନୁସାରେ ସେ ଲାବଣ୍ୟ ଛକ ନିକଟରେ ଛତୁ ବେପାର କରନ୍ତି । ସେ ଓ ତାଙ୍କ ସ୍ତ୍ରୀ ଛତୁ ବେପାର କରିବା ପାଇଁ ଯାଇଥିବା ବେଳେ ତାଙ୍କ ସାନ ଝିଅ କଲେଜ ଯାଇଥିଲେ । ମୃତ ଝିଅ ଘରେ ଏକା ଥିଲେ । ଦିନ ୧୧ଟା ସମୟରେ ଝିଅ ଚାଉଳ ନେଇ ଘରକୁ ଫେରିବା ପରେ ବାପା ଓ ମା’କୁ ଫେରିବା ନେଇ ଫୋନ ଯୋଗେ ଜଣାଇଥିଲେ । ହେଲେ ଦ୍ବିପ୍ରହର ସମୟରେ ବାପା-ମା’ ଘରକୁ ଫେରି ଦେଖିଥିଲେ ସେତେବେଳେ ଝିଅର ତଣ୍ଟି କଟାଯାଇଥିବା ବେଳେ ରକ୍ତ ଜୁଡୁବୁଡୁ ହୋଇ ମୁହଁ ମାଡି ତଳକୁ ପଡିଥିଲେ । ଘଟଣାସ୍ଥଳରେ ସଦର ଏସଡିପିଓଙ୍କ ନେତୃତ୍ୱରେ ପୋଲିସ ତଦନ୍ତ ଚଳାଇଥିବା ବେଳେ ତଦନ୍ତ ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ଏସଡିପିଓ ମହେନ୍ଦ୍ର ମୁର୍ମୁ ସୂଚନା ଦେଇଛନ୍ତି ।

You Can Read:

CMC ଭେଣ୍ଡିଂ ଦୋକାନରେ ଚଢ଼ାଉ, ୨ କ୍ବିଣ୍ଟାଲ ଖାଦ୍ୟ ନଷ୍ଟ କଲା ଏନଫୋର୍ସମେଣ୍ଟ ଟିମ୍