ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର: ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ
ବଡବିଲ,୨୮।୭(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ଥାନା ଅଧୀନ କାଶିଆ-କ, ତଳସାହି ନିକଟ ଜଗଦା ସାହିସ୍ଥିତ ମୋରମ ରାସ୍ତା କଡ଼ରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଜବତ କରିଛି। ପାରିପାଶର୍ବିକ ପରିସ୍ଥିତିକୁ ଅନୁଧ୍ୟାନ ପରେ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଇଛି। ଅନ୍ୟପକ୍ଷେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ମୃତ ଯୁବକଙ୍କ ବୟସ ପ୍ରାୟ ୩୦ ବର୍ଷ ହେବ ବୋଲି ପୋଲିସ ଅନୁମାନ କରୁଛି। ପୋଲିସ ଘଟଣାସ୍ଥଳରୁ ଏକ ସାଇକେଲ ଜବତ […] The post ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର: ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ appeared first on Dharitri Odia News.
ବଡବିଲ,୨୮।୭(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ଥାନା ଅଧୀନ କାଶିଆ-କ, ତଳସାହି ନିକଟ ଜଗଦା ସାହିସ୍ଥିତ ମୋରମ ରାସ୍ତା କଡ଼ରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଜବତ କରିଛି। ପାରିପାଶର୍ବିକ ପରିସ୍ଥିତିକୁ ଅନୁଧ୍ୟାନ ପରେ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଇଛି। ଅନ୍ୟପକ୍ଷେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ମୃତ ଯୁବକଙ୍କ ବୟସ ପ୍ରାୟ ୩୦ ବର୍ଷ ହେବ ବୋଲି ପୋଲିସ ଅନୁମାନ କରୁଛି।
ପୋଲିସ ଘଟଣାସ୍ଥଳରୁ ଏକ ସାଇକେଲ ଜବତ କରିଛି। ବଡବିଲ ଥାନା ଆଇଆଇସି ରମାକାନ୍ତ ମୁଦୁଲି କହିଛନ୍ତି ଯେ, ଜଗଦାସାହିରେ ମୃତଦେହ ପଡ଼ିଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହ ଜଗଦା ସାହିରୁ ବରପଦା ଖଣି ଆଡ଼କୁ ଯାଇଥିବା ମୋରମ ରାସ୍ତା କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ସାଇକେଲ ଖସି ପଡିଥିବା ଚିହ୍ନ ରହିଥିବାବେଳେ ମୃତଦେହର ଆଖି ପତା ଓ ମୁଣ୍ଡ ପଛ ପାଖରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି।
ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଯାଞ୍ଚ କରିଥିବା ବେଳେ, ପୋଲିସ ପକ୍ଷରୁ ବଡବିଲ ଥାନାରେ ଏକ ମାମଲା(ନଂ.୨୯) ରୁଜୁ ହୋଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଆଇଆଇସି ମୁଦୁଲି କହିଛନ୍ତି।
The post ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର: ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ appeared first on Dharitri Odia News.