ରକ୍ତ ବିକ୍ରି ମନା

ଭୁବନେଶ୍ୱର, ୬।୧(ଅସମାପିକା ସାହୁ): ଏବେ ରକ୍ତ ଆଉ ବିକ୍ରି ହୋଇପାରିବ ନାହିଁ। କେବଳ ରକ୍ତ ଯୋଗାଇବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଆଦାୟ କରାଯିବ। ଏନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ) ଗାଇଡ୍‌ଲାଇନ୍‌ ଜାରି କରିବା ସହ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି। ଏପରିକି ରକ୍ତ ସଂଗ୍ରହ କେନ୍ଦ୍ରରେ ଆଦାୟ ହେଉଥିବା ଅନ୍ୟାନ୍ୟ ଦେୟକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି। ସୂଚନାଯୋଗ୍ୟ, ଜଣେ ବ୍ୟକ୍ତି ରକ୍ତ ଦାନ କଲେ, ତାହା ସିଧାସଳଖ […] The post ରକ୍ତ ବିକ୍ରି ମନା appeared first on Dharitri Odia News.

ରକ୍ତ ବିକ୍ରି ମନା

ଭୁବନେଶ୍ୱର, ୬।୧(ଅସମାପିକା ସାହୁ): ଏବେ ରକ୍ତ ଆଉ ବିକ୍ରି ହୋଇପାରିବ ନାହିଁ। କେବଳ ରକ୍ତ ଯୋଗାଇବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଆଦାୟ କରାଯିବ। ଏନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ) ଗାଇଡ୍‌ଲାଇନ୍‌ ଜାରି କରିବା ସହ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି। ଏପରିକି ରକ୍ତ ସଂଗ୍ରହ କେନ୍ଦ୍ରରେ ଆଦାୟ ହେଉଥିବା ଅନ୍ୟାନ୍ୟ ଦେୟକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି।
ସୂଚନାଯୋଗ୍ୟ, ଜଣେ ବ୍ୟକ୍ତି ରକ୍ତ ଦାନ କଲେ, ତାହା ସିଧାସଳଖ ଅନ୍ୟ ବ୍ୟକ୍ତିଙ୍କୁ ଦିଆଯାଇ ନ ଥାଏ। ସଂଗୃହୀତ ରକ୍ତରୁ ବିଭିନ୍ନ ଉପାଦାନ ରେଡ୍‌ ବ୍ଲଡ୍‌ ସେଲ୍‌, ପ୍ଲେଟ୍‌ଲେଟ୍‌ ଓ ପ୍ଲାଜ୍‌ମା ପୃଥକୀକରଣ କରାଯାଇଥାଏ। ଏଥିପାଇଁ ଯେତିକି ଟଙ୍କା ଖର୍ଚ୍ଚ ତା’ର ଦୁଇ ତିନିଗୁଣା ଟଙ୍କା ଆଦାୟ କରାଯାଇଥାଏ। ବିଶେଷ କରି ଘରୋଇ ହସ୍ପିଟାଲଗୁଡ଼ିକ ଚଢ଼ା ଦରରେ ରକ୍ତ ବିକ୍ରି କରିଥାନ୍ତି। ୩ ହଜାରରୁ ୮ହଜାର ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି। ରକ୍ତ ଅଭାବ ସମୟରେ ଓ ବିରଳ ରକ୍ତର ଆବଶ୍ୟକ ବେଳେ ଆହୁରି ଅଧିକ ଦରରେ ବିକ୍ରି କରାଯାଇଥାଏ ବୋଲି ଅଭିଯୋଗ ଆସିବା ପରେ ଡିସିଜିଆଇ ଏଭଳି କଟକଣା ଲଗାଇଛନ୍ତି। ଡିସିଜିଆଇ ରାଜୀବ ସିଂହ ରଘୁବଂଶୀ କହିଛନ୍ତି, ରକ୍ତ ବିକ୍ରି କରିବା ପାଇଁ ନୁହେଁ। ନୂଆ ଗାଇଡ୍‌ଲାଇନ ଅନୁସାରେ, ରକ୍ତ ଯୋଗାଇବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଆଦାୟ କରାଯିବ। ଏହା ୨୫୦ ରୁ ୧,୫୫୦ ଟଙ୍କା ଭିତରେ ରହିବ।

The post ରକ୍ତ ବିକ୍ରି ମନା appeared first on Dharitri Odia News.