ରକ୍ତପ୍ରବାହରେ ବାୟୁ ପ୍ରଦୂଷଣ ବାଧକ
ନୂଆଦିଲ୍ଲୀ,୧୪ା୧୨(ପି.ଟି.): ଦୀର୍ଘଦିନ ବାୟୁ ପ୍ରଦୂଷଣ ସମସ୍ୟା ଲାଗିରହିଲେ, ଶରୀରର ଆଭ୍ୟନ୍ତରୀଣ ଶିରାପ୍ରଶିରାରେ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ୩୯ ବଢ଼ି ୧୦୦ ପ୍ରତିଶତ ଉପରକୁ ଯାଇପାରେ ବୋଲି ଆମେରିକାରେ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି। ୧୭ ବର୍ଷ ଧରି ୬,୬୫୦ ଜଣ ପ୍ରାପ୍ତବୟସ୍କଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ଗଭୀର ଶିରାପ୍ରଶିରାରେ ରକ୍ତ ଜମାଟ ବାନ୍ଧିବା ସ୍ଥିତି ସାମୂହିକ ଭାବେ ‘ଭେନସ୍ ଥ୍ରୋମ୍ବୋଏମ୍ବୋଲିଜମ୍’ ଭାବେ ଜଣାଶୁଣା। ଏହାର ଚିକିତ୍ସା କରା ନ ଗଲେ ରକ୍ତ ପ୍ରବାହ ଅବରୋଧ […] The post ରକ୍ତପ୍ରବାହରେ ବାୟୁ ପ୍ରଦୂଷଣ ବାଧକ appeared first on Dharitri Odia News.
ନୂଆଦିଲ୍ଲୀ,୧୪ା୧୨(ପି.ଟି.): ଦୀର୍ଘଦିନ ବାୟୁ ପ୍ରଦୂଷଣ ସମସ୍ୟା ଲାଗିରହିଲେ, ଶରୀରର ଆଭ୍ୟନ୍ତରୀଣ ଶିରାପ୍ରଶିରାରେ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ୩୯ ବଢ଼ି ୧୦୦ ପ୍ରତିଶତ ଉପରକୁ ଯାଇପାରେ ବୋଲି ଆମେରିକାରେ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି। ୧୭ ବର୍ଷ ଧରି ୬,୬୫୦ ଜଣ ପ୍ରାପ୍ତବୟସ୍କଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ଗଭୀର ଶିରାପ୍ରଶିରାରେ ରକ୍ତ ଜମାଟ ବାନ୍ଧିବା ସ୍ଥିତି ସାମୂହିକ ଭାବେ ‘ଭେନସ୍ ଥ୍ରୋମ୍ବୋଏମ୍ବୋଲିଜମ୍’ ଭାବେ ଜଣାଶୁଣା। ଏହାର ଚିକିତ୍ସା କରା ନ ଗଲେ ରକ୍ତ ପ୍ରବାହ ଅବରୋଧ କରି ଗମ୍ଭୀର ଜଟିଳତା ସୃଷ୍ଟି କରିପାରେ। ଭେନସ୍ ଥ୍ରୋମ୍ବୋଏମ୍ବୋଲିଜ୍ ଏବଂ ବାୟୁ ପ୍ରଦୂଷଣରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ତଥ୍ୟକୁ ମିନେସୋଟା ୟୁନିଭର୍ସିଟିର ଗବେଷକଙ୍କ ସମେତ ଅନ୍ୟମାନେ ବିଶ୍ଳେଷଣ କରିଥିଲେ। ନ୍ୟୁୟର୍କ, ଶିକାଗୋ, ଲସ୍ ଆଞ୍ଜେଲସ୍ ସମେତ ୬ଟି ବୃହତ୍ ମେଟ୍ରୋପଲିଟାନ୍ ଅଞ୍ଚଳରୁ ପ୍ରାପ୍ତବୟସ୍କମାନଙ୍କୁ ଏହି ଅଧ୍ୟୟନରେ ସାମିଲ କରାଯାଇଥିଲା। ପିଏମ୍ ୨.୫ ଏବଂ ନାଇଟ୍ରୋଜେନ୍ ଅକ୍ସାଇଡ୍ଗୁଡ଼ିକ ସଂସ୍ପର୍ଶରେ ଆସିଥିବା ଏହି ଲୋକମାନଙ୍କ ମଧ୍ୟରୁ ୩.୭ ପ୍ରତିଶତଙ୍କ ଗଭୀର ଶିରା ପ୍ରଶିରାରେ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ୩୯ ପ୍ରତିଶତ ବଢ଼ି ୧୦୦ ପ୍ରତିଶତରୁ ଅଧିକ ହେବା ସମ୍ଭାବନା ଦେଖାଦେଇଥିଲା।
The post ରକ୍ତପ୍ରବାହରେ ବାୟୁ ପ୍ରଦୂଷଣ ବାଧକ appeared first on Dharitri Odia News.