ରଖେ ହରି, ମାରେ କିଏ: ପାଣି ଭିତରେ ୫୦ କିଲୋମିଟର

ମହିଳାଙ୍କ ଗୋଡ଼ରେ ବେଡି ପଡ଼ିଥିଲେ ବି ସେ ଛତିଶଗଡ଼ରୁ ଆସି ଓଡ଼ିଶାରେ ଲାଗିଥିବା ବେଳେ ମତ୍ସ୍ୟଜୀବୀଙ୍କ ଦ୍ୱାରା ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଏହାକୁ ଦେଖି ଲୋକେ କହୁଛନ୍ତି, ଯାହାକୁ ରଖେ ହରି ତାକୁ ମାରେ କିଏ।

ରଖେ ହରି, ମାରେ କିଏ: ପାଣି ଭିତରେ ୫୦ କିଲୋମିଟର

କୁହନ୍ତି ଯାହାକୁ ଦଇବ ସାହା ତାର କିଏ ବା କଣ କରିପାରିବ ? କାରଣ ମହାନଦୀର ଅତଳାତଳ ପାଣି ଡରାଇ ପାରିନଥିଲା ତାଙ୍କୁ, ଦମ୍ଭର ସହ ମୁକାବିଲା କରିଥିଲେ ଅକାତକାତ ପାଣିକୁ, ପାଣି ଭିତରେ ପ୍ରାୟ ୫୦ କିଲୋମିଟର ସେ ଲଢେଇ କରିଥିଲେ ଆଉ ଜୀବନକୁ ଜିତିଥିଲେ ସେ। ଛତିଶଗଡ଼ ପୁରଥରୁ ଝାରସୁଗୁଡ଼ା ପଲସଦା, ପାଣି ଭିତରେ ପ୍ରାୟ ୫୦ କିଲୋମିଟର, ପୁଣି ହାତରେ ପାଦରେ ଲୁହା ବେଡି, ତଥାପି ଜିତିଥିଲେ ଜୀବନର ଯୁଦ୍ଧ। ଭାବିଲେ ଯେତିକି ଅଜବ ଲାଗୁଛି ମହିଳାଙ୍କୁ ଜୀବିତ ଦେଖି ତାଠୁ ବି ଅଧିକ ଆଶ୍ଚର୍ଯ୍ୟ ଲୋକେ ।