ରଙ୍ଗପାଳି ଠାରେ କିସ୍ ଓ କମ୍ୟୁନିଟି ସେଣ୍ଟରର ଭୂମିପୂଜନ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ
କଣ୍ଟାମାଳ : ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ଆଉ ଏକ ପାଦ ଆଗକୁ ନେଇଛନ୍ତି କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଯୋଗୀନ୍ଦ୍ରପୁର ପଞ୍ଚାୟତ ରଙ୍ଗପାଳି ଠାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସହାୟତାରେ କିସ୍ ଓ କମ୍ୟୁନିଟି ସେଣ୍ଟରର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଛି l ଏଥିରେ ଡ଼ ଅଚ୍ୟୁତ ସାମନ୍ତ ଓ କଣ୍ଟାମାଳ ବିଧାୟକ ମହୀଧର ରଣା, ବୟାନିକ ସଭାପତି ପ୍ରକାଶ […] The post ରଙ୍ଗପାଳି ଠାରେ କିସ୍ ଓ କମ୍ୟୁନିଟି ସେଣ୍ଟରର ଭୂମିପୂଜନ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ appeared first on KNews Odisha.

କଣ୍ଟାମାଳ : ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ଆଉ ଏକ ପାଦ ଆଗକୁ ନେଇଛନ୍ତି କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଯୋଗୀନ୍ଦ୍ରପୁର ପଞ୍ଚାୟତ ରଙ୍ଗପାଳି ଠାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସହାୟତାରେ କିସ୍ ଓ କମ୍ୟୁନିଟି ସେଣ୍ଟରର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଛି l
ଏଥିରେ ଡ଼ ଅଚ୍ୟୁତ ସାମନ୍ତ ଓ କଣ୍ଟାମାଳ ବିଧାୟକ ମହୀଧର ରଣା, ବୟାନିକ ସଭାପତି ପ୍ରକାଶ ଚନ୍ଦ୍ର ମେହେର,ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ଶଙ୍କର୍ଷଣ ପ୍ରଧାନ,କଣ୍ଟାମାଲ ବ୍ଲକ ଅଧକ୍ଷl ସସ୍ମିତା ସେନାପତି,ଏକ ନଂ ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ସାହୁ, ଯୁଗୀନ୍ଦ୍ରପୁର ସରପଞ୍ଚ ଝୁନୁ ପ୍ରଧାନ, ବରିଷ୍ଟ ବିଜେଡି ନେତା ରମଣୀ ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମରେ ହଜାର ହଜାର ମହିଳା ଯୋଗ ଦେଇଥିଲେ ।
ଏଥିରେ ବୌଦ୍ଧ ଜିଲ୍ଲାର ପ୍ରାୟ ହଜାର ହଜାର ରୋଗୀ ଉପକୃତ ହେବେ l ଏଥିସହ ଆଉ ଏକ ଯୁକ୍ତ ଦୁଇ ବିଦ୍ୟାଳୟର ଭୂମି ପୂଜନ କରାଯାଇଛି l ଏଥିରେ ଗରିବ ଶ୍ରେଣୀର ପିଲାମାନେ ଉପକୃତ ହେବେ ବୋଲି ଡ଼ ସାମନ୍ତ କହିଛନ୍ତି l ଏହି ଅବସରରେ ୧୫ ଜଣ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା ।
The post ରଙ୍ଗପାଳି ଠାରେ କିସ୍ ଓ କମ୍ୟୁନିଟି ସେଣ୍ଟରର ଭୂମିପୂଜନ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ appeared first on KNews Odisha.