ରଙ୍ଗର ପର୍ବ ହୋଲି, ପୁରୀରେ ଚାଲିଛି ଧୁମ୍ଧାମ୍ରେ ସେଲିବ୍ରେସନ୍
ପୁରୀ ୨୬।୦୩: ଆଜି ହେଉଛି ରଙ୍ଗର ପର୍ବ ହୋଲି। ପୁରୀରେ ଏହି ପର୍ବକୁ ବେଶ୍ ଧୁମଧାମରେ ପାଳନ କରୁଛନ୍ତି ପର୍ଯ୍ୟଟକ ଓ ପୁରୀ ବାସୀ। ରଂଗର ପର୍ବ ହୋଲିରେ ପରିବାର ସହ ରଙ୍ଗ ଖେଳି ଏହାର ମଜା ନେବା ପାଇଁ ପୁରୀରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମିଛି । ତେବେ ସହରବାସୀଙ୍କ ସହ ପର୍ଯ୍ୟଟକମାନେ ଅନେକ ଉତ୍ସାହର ସହ ପରସ୍ପରକୁ ବିଭିନ୍ନ ପ୍ରକାରର ହର୍ବାଲ୍ ରଙ୍ଗ ବୋଳି ହୋଲି ପର୍ବକୁ ଅଭିନବ ଢ଼ଙ୍ଗରେ ପାଳନ କରୁଛନ୍ତି। ହୋଲିର ପର୍ବକୁ ସ୍ମରଣୀୟ କରି ରଖିବା ପାଇଁ ପର୍ଯ୍ୟଟକ ଓ ଭକ୍ତ ମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ବଡ଼ଦାଣ୍ଡ ଓ ବେଳାଭୂମି ଠାରେ ପରସ୍ପରକୁ ବିଭିନ୍ନ ରଙ୍ଗ ବୋଳି ଅଭିନବ ଢ଼ଙ୍ଗରେ ଏହି ପର୍ବକୁ ପାଳନ କରୁଛନ୍ତି। ହୋଲିକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସହର ସମେତ ଶ୍ରୀମନ୍ଦିର ଓ ସମୁଦ୍ରକୂଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ପୁରୀ ୨୬।୦୩: ଆଜି ହେଉଛି ରଙ୍ଗର ପର୍ବ ହୋଲି। ପୁରୀରେ ଏହି ପର୍ବକୁ ବେଶ୍ ଧୁମଧାମରେ ପାଳନ କରୁଛନ୍ତି ପର୍ଯ୍ୟଟକ ଓ ପୁରୀ ବାସୀ। ରଂଗର ପର୍ବ ହୋଲିରେ ପରିବାର ସହ ରଙ୍ଗ ଖେଳି ଏହାର ମଜା ନେବା ପାଇଁ ପୁରୀରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମିଛି ।

ତେବେ ସହରବାସୀଙ୍କ ସହ ପର୍ଯ୍ୟଟକମାନେ ଅନେକ ଉତ୍ସାହର ସହ ପରସ୍ପରକୁ ବିଭିନ୍ନ ପ୍ରକାରର ହର୍ବାଲ୍ ରଙ୍ଗ ବୋଳି ହୋଲି ପର୍ବକୁ ଅଭିନବ ଢ଼ଙ୍ଗରେ ପାଳନ କରୁଛନ୍ତି। ହୋଲିର ପର୍ବକୁ ସ୍ମରଣୀୟ କରି ରଖିବା ପାଇଁ ପର୍ଯ୍ୟଟକ ଓ ଭକ୍ତ ମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ବଡ଼ଦାଣ୍ଡ ଓ ବେଳାଭୂମି ଠାରେ ପରସ୍ପରକୁ ବିଭିନ୍ନ ରଙ୍ଗ ବୋଳି ଅଭିନବ ଢ଼ଙ୍ଗରେ ଏହି ପର୍ବକୁ ପାଳନ କରୁଛନ୍ତି। ହୋଲିକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସହର ସମେତ ଶ୍ରୀମନ୍ଦିର ଓ ସମୁଦ୍ରକୂଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।