ରଙ୍ଗରୁଟ ହେଲା କାଳ: ଟ୍ରକକୁ ପଛରୁ ପିଟିଲା ବାଇକ୍, ବାପା ମୃତ; ପୁଅ ଗୁରୁତର

ଭଦ୍ରକ: ରଙ୍ଗରୁଟ ହେଲା କାଳ । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ନୂତନ ବସଷ୍ଟାଣ୍ଡ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ବାପ ମୃତ ପୁଅ ଗୁରୁତର ହୋଇଛନ୍ତି । ମୃତକ ହେଲେ ଯାଜପୁର ଜିଲ୍ଲା ଅହିଆସ ଅଞ୍ଚଳର ଧନେଶ୍ୱର ବେହେରା ଓ ଗୁରୁତର ପୁଅ ହେଲେ ଚନ୍ଦ୍ରଶେଖର ବେହେରା । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ବାପ ପୁଅ ଗୋଟିଏ ମୋଟର ସାଇକେଲରେ ଭଦ୍ରକର ଚରମ୍ପାରୁ ଯାଜପୁର ଅଞ୍ଚଳକୁ ବାଇକ୍‌ରେ ଯାଉଥିଲେ […] The post ରଙ୍ଗରୁଟ ହେଲା କାଳ: ଟ୍ରକକୁ ପଛରୁ ପିଟିଲା ବାଇକ୍, ବାପା ମୃତ; ପୁଅ ଗୁରୁତର appeared first on KNews Odisha.

ରଙ୍ଗରୁଟ ହେଲା କାଳ: ଟ୍ରକକୁ ପଛରୁ ପିଟିଲା ବାଇକ୍, ବାପା ମୃତ; ପୁଅ ଗୁରୁତର
accident 22

ଭଦ୍ରକ: ରଙ୍ଗରୁଟ ହେଲା କାଳ । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ନୂତନ ବସଷ୍ଟାଣ୍ଡ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ବାପ ମୃତ ପୁଅ ଗୁରୁତର ହୋଇଛନ୍ତି । ମୃତକ ହେଲେ ଯାଜପୁର ଜିଲ୍ଲା ଅହିଆସ ଅଞ୍ଚଳର ଧନେଶ୍ୱର ବେହେରା ଓ ଗୁରୁତର ପୁଅ ହେଲେ ଚନ୍ଦ୍ରଶେଖର ବେହେରା ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ବାପ ପୁଅ ଗୋଟିଏ ମୋଟର ସାଇକେଲରେ ଭଦ୍ରକର ଚରମ୍ପାରୁ ଯାଜପୁର ଅଞ୍ଚଳକୁ ବାଇକ୍‌ରେ ଯାଉଥିଲେ । ଏହି ସମୟରେ ରଙ୍ଗରୁଟରେ ଆସି ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ନୂତନ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରଥମେ ଡିଭାଇଡରକୁ ଧକ୍କା ଦେଇଥିଲେ ।  ଫଳରେ ମୋଟେଇ ସାଇକେଲ ପଛରେ ବସିଥିବା ବାପ ରାସ୍ତା ଉପରେ ପଡି ଯାଇଥିଲା ବେଳେ ବିପରୀତ ଦିଗରୁ ଦ୍ରୁତ ଗତି ରେ ଆସୁଥିବା ଗୋଟିଏ ଟ୍ରକ ତାଙ୍କ ଉପରେ ଚଢି ଯାଇଥିଲା ।  ଫଳରେ ଧନେଶ୍ୱରଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା ବେଳେ ପୁଅ ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲେ । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା ।

ତେବେ ସ୍ଥାନୀୟ ଯୁବକ ମାନେ ଚନ୍ଦ୍ରଶେଖର ବେହେରାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଡାକ୍ତରଖାନାରେ ଆଣିଥିଲା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।  ଭଦ୍ରକ ଟାଉନ ପୋଲିସ ପହଁଞ୍ଚି ମୃତ ଧନେଶ୍ୱରଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

The post ରଙ୍ଗରୁଟ ହେଲା କାଳ: ଟ୍ରକକୁ ପଛରୁ ପିଟିଲା ବାଇକ୍, ବାପା ମୃତ; ପୁଅ ଗୁରୁତର appeared first on KNews Odisha.