ରଜ ଉତ୍ସବ ଉପଲକ୍ଷେ ପ୍ରତିଯୋଗିତା
ଆଠଗଡ଼ : ଆଠଗଡ ଏନଏସି ଅନ୍ତର୍ଗତ କନ୍ତୋଲ ଜଗନ୍ନାଥ ମଣ୍ଡପଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ୩ଦିନ ବ୍ୟାପୀ ରଜ ଉତ୍ସବ ପାଳିତ ହେଉଛି। ଓଡିଶାର କଳା, ସଂସ୍କୃତି, ପରମ୍ପରା ବଜାୟ ରଖିବା ଲକ୍ଷ୍ୟରେ କନ୍ତୋଲ ଯୁବ ସଂଗଠନ ଏହି ଭଦ୍ୟମ ଜାରି ରଖିଛି। ଏଇ ଅବସରରେ ଶୁକ୍ରବାର ପହିଲି ରଜଠାରୁ ଗ୍ରାମର ସ୍କୁଲ କଲେଜ ଛାତ୍ରୀ, ପ୍ରତି ସାହିର କୁମାରୀ ଓ ଗୃହିଣୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜିତ ହେଉଛି। ସ୍ଥାନୀୟ ଅଞ୍ଚଳର ଛାତ୍ରୀ, […]

ଆଠଗଡ଼ : ଆଠଗଡ ଏନଏସି ଅନ୍ତର୍ଗତ କନ୍ତୋଲ ଜଗନ୍ନାଥ ମଣ୍ଡପଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ୩ଦିନ ବ୍ୟାପୀ ରଜ ଉତ୍ସବ ପାଳିତ ହେଉଛି। ଓଡିଶାର କଳା, ସଂସ୍କୃତି, ପରମ୍ପରା ବଜାୟ ରଖିବା ଲକ୍ଷ୍ୟରେ କନ୍ତୋଲ ଯୁବ ସଂଗଠନ ଏହି ଭଦ୍ୟମ ଜାରି ରଖିଛି। ଏଇ ଅବସରରେ ଶୁକ୍ରବାର ପହିଲି ରଜଠାରୁ ଗ୍ରାମର ସ୍କୁଲ କଲେଜ ଛାତ୍ରୀ, ପ୍ରତି ସାହିର କୁମାରୀ ଓ ଗୃହିଣୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜିତ ହେଉଛି।
ସ୍ଥାନୀୟ ଅଞ୍ଚଳର ଛାତ୍ରୀ, ଯୁବତୀ ଓ ମହିଳାମାନଙ୍କ ମଧ୍ୟରେ ନୃତ୍ୟ, ସଂଗୀତ, ଝୋଟି, ଚିତା, ଶଙ୍ଖନାଦ, ହୁଳହୁଳି, ପିଠା ପ୍ରସ୍ତୁତି ସହିତ ଅନ୍ୟାନ୍ୟ ପ୍ରତିଯୋଗିତା ଆୟୋଜନ ହୋଇଛି। ରବିବାର ରଜ ଉତ୍ସବର ଅନ୍ତିମ ଦିବସରେ ଏନଏ ସି ଅଧ୍ୟକ୍ଷା ସସ୍ମିତା ରାଉତ, ଉପାଧକ୍ଷ ବି ଶୁଭ୍ର ଶଙ୍କର ଜ୍ୟୋତି ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ସଂଗଠନର ସଂପାଦକ କରିମ୍ମ ମହମ୍ମଦ ସୂଚନା ଦେଇଛନ୍ତି।