ରଣଜୀ ଟ୍ରଫି ଖେଳିବେ ଶାମି; ଦେବେ ଫିଟନେସ ପରୀକ୍ଷା
ନୂଆଦିଲ୍ଲୀ,୧୮ା୮: ଭାରତୀୟ ପେସ ବୋଲର ମହମ୍ମଦ ଶାମି ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଜରିଆରେ ପ୍ରତ୍ୟାବର୍ତ୍ତନ କରିବେ। ଦିନିକିଆ କ୍ରିକେଟ ବିଶ୍ୱକପ ପରଠାରୁ ଆହତ ହୋଇଥିବା ଶାମି ବର୍ତ୍ତମାନ ରିହାବରେ ରହିଛନ୍ତି। ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ଆଗରୁ ଶାମି ବେଙ୍ଗଲ ଦଳ ସହିତ ରଣଜୀ ଟ୍ରଫି ମ୍ୟାଚ୍ ଖେଳିବେ। ବେଙ୍ଗଲ ଏହାର ପ୍ରଥମ ୨ ରଣଜୀ ମ୍ୟାଚ ଉତ୍ତର ପ୍ରଦେଶ(ଅକ୍ଟୋବର ୧୧) ଓ ବିହାର(ଅକ୍ଟୋବର ୧୮) ବିପକ୍ଷରେ ଖେଳିବ। ଶାମିଙ୍କୁ ନିଜର ଫିଟନେସ ପ୍ରମାଣିତ କରିବା […] The post ରଣଜୀ ଟ୍ରଫି ଖେଳିବେ ଶାମି; ଦେବେ ଫିଟନେସ ପରୀକ୍ଷା appeared first on Dharitri Odia News.
ନୂଆଦିଲ୍ଲୀ,୧୮ା୮: ଭାରତୀୟ ପେସ ବୋଲର ମହମ୍ମଦ ଶାମି ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଜରିଆରେ ପ୍ରତ୍ୟାବର୍ତ୍ତନ କରିବେ। ଦିନିକିଆ କ୍ରିକେଟ ବିଶ୍ୱକପ ପରଠାରୁ ଆହତ ହୋଇଥିବା ଶାମି ବର୍ତ୍ତମାନ ରିହାବରେ ରହିଛନ୍ତି। ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ଆଗରୁ ଶାମି ବେଙ୍ଗଲ ଦଳ ସହିତ ରଣଜୀ ଟ୍ରଫି ମ୍ୟାଚ୍ ଖେଳିବେ। ବେଙ୍ଗଲ ଏହାର ପ୍ରଥମ ୨ ରଣଜୀ ମ୍ୟାଚ ଉତ୍ତର ପ୍ରଦେଶ(ଅକ୍ଟୋବର ୧୧) ଓ ବିହାର(ଅକ୍ଟୋବର ୧୮) ବିପକ୍ଷରେ ଖେଳିବ। ଶାମିଙ୍କୁ ନିଜର ଫିଟନେସ ପ୍ରମାଣିତ କରିବା ପାଇଁ ଏହା ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ଯାକ ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡିବ ବୋଲି ଜଣାପଡିଛି।
୩୪ ବର୍ଷୀୟ ଶାମି ଶେଷ ଥର ପାଇଁ ନଭେମ୍ବର ୧୯ ତାରିଖରେ ଭାରତୀୟ ଜର୍ସିରେ ନଜର ଆସିଥିଲେ। ବର୍ତ୍ତମାନ ବିସିସିଆଇର ରିଟର୍ନ ଟୁ ପ୍ଲେ ନିୟମ ଅନୁସାରେ ଆହତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରୁଥିବା ଖେଳାଳିଙ୍କ ପାଇଁ ମ୍ୟାଚ୍ ଫିଟନେସ ପ୍ରମାଣିତ କରିବା ଅନିବାର୍ଯ୍ୟ। ବର୍ତ୍ତମାନ ଶାମି ନ୍ୟାଶନାଲ କ୍ରିକେଟ ଏକାଡେମୀରେ ରିହାବ୍ କରୁଥିବା ବେଳେ ତାଙ୍କୁ ଦୁଲୀପ ଟ୍ରଫି ଦଳରେ ସାମିଲ କରାଯାଇ ନାହିଁ।
The post ରଣଜୀ ଟ୍ରଫି ଖେଳିବେ ଶାମି; ଦେବେ ଫିଟନେସ ପରୀକ୍ଷା appeared first on Dharitri Odia News.