ରଣଜୀରେ ବି ରୋହିତ୍ ଫେଲ୍; ଦଶନ୍ଧି ପରେ ଦେଖାଇ ପାରିଲେନି ଦମ୍, ଶାନ୍ତ ରହିଲା ହିଟମ୍ୟାନଙ୍କ ବ୍ୟାଟ୍
ମୁମ୍ବାଇ: ଦଶନ୍ଧି ପରେ ଘରୋଇ କ୍ରିକେଟକୁ ଫେରିଲେ ରୋହିତ୍ ଶର୍ମା । ଗୁରୁବାର ରଣଜୀ ମ୍ୟାଚ୍ ଖେଳିଛନ୍ତି ଭାରତୀୟ ଟେଷ୍ଟ ଏବଂ ଦିନିକିଆ ଟିମର ଅଧିନାୟକ । ୨୦୨୪-୨୫ ରଣଜୀ ସିଜିନରେ ସେ ଜାମ୍ମୁ-କାଶ୍ମୀର ବିରୋଧରେ ପଡ଼ିଆକୁ ଓହ୍ଲାଇଛନ୍ତି । କେବଳ ରୋହିତ୍ ନୁହେଁ ମୁମ୍ବାଇ-ଜାମ୍ମୁ-କାଶ୍ମୀର ମ୍ୟାଚରେ ଟିମ୍ ଇଣ୍ଡିଆର ଟେଷ୍ଟ ଓପନର ଯଶ୍ବସୀ ଜୈସ୍ବାଲ ମଧ୍ୟ ମ୍ୟାଚ୍ ଖେଳିଛନ୍ତି । ଗୁରୁବାର ସକାଳୁ ମୁମ୍ବାଇ ଏବଂ ଜାମୁ-କାଶ୍ମୀର ମଧ୍ୟରେ ରଣଜୀ ମ୍ୟାଚ୍ ଆରମ୍ଭ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଆଜଙ୍କେ ରାହାଣେଙ୍କ ମୁମ୍ବାଇ ଟିମ୍ । ଓପନିଂ ଯୋଡ଼ି ଭାବେ ପଡ଼ିଆକୁ ଓହ୍ଲାଇଥିଲେ ରୋହିତ୍ ଶାର୍ମା ଏବଂ ଯଶ୍ବସୀ ଜୈସ୍ବାଲ । ଟିମ୍ ଇଣ୍ଡିଆରେ ଲଗାତାର ଫ୍ଲପ୍ ଖେଳୁଥିବା ରୋହିତଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା । ମାତ୍ର ଦର୍ଶକଙ୍କୁ ନିରାଶ କରିଥିଲେ ହିଟ୍ ମ୍ୟାନ୍ । ମାତ୍ର ୩ ରନ କରି ସେ ଉମର ନାଜିରଙ୍କ ଶିକାର ହୋଇଥିଲେ । ୯ ବର୍ଷ ୩ ମାସ ପରେ ରଣଜୀ କ୍ରିକେଟରେ ୩ ରନ କରି କ୍ୟାଚ୍ ଆଉଟ୍ ହୋଇଛନ୍ତି । ଫେବ୍ରୁଆରୀ ମାସରୁ ଇଂଲଣ୍ଡ ବିରୋଧରେ ଦିନିକିଆ ସିରିଜ୍ ଆରମ୍ଭ ହେଉଥିବାରୁ ଜାମ୍ମୁ-କାଶ୍ମୀର ବିରୋଧରେ ଏହା ତାଙ୍କ ପାଇଁ ଏକମାତ୍ର ରଣଜୀ ମୁକାବିଲା ହେବ ବୋଲି କୁହାଯାଉଛି । ୩୭ ବର୍ଷୀୟ ରୋହିତ ଶର୍ମା ଲଗାତାର ଫେଲ୍ ମାରୁଛନ୍ତି । ପ୍ରଥମେ ନ୍ୟୁଜଲାଣ୍ଡ ବିରୋଧରେ ତାଙ୍କର ନୈରାଶ୍ୟଜନକ ପ୍ରଦ
ମୁମ୍ବାଇ: ଦଶନ୍ଧି ପରେ ଘରୋଇ କ୍ରିକେଟକୁ ଫେରିଲେ ରୋହିତ୍ ଶର୍ମା । ଗୁରୁବାର ରଣଜୀ ମ୍ୟାଚ୍ ଖେଳିଛନ୍ତି ଭାରତୀୟ ଟେଷ୍ଟ ଏବଂ ଦିନିକିଆ ଟିମର ଅଧିନାୟକ । ୨୦୨୪-୨୫ ରଣଜୀ ସିଜିନରେ ସେ ଜାମ୍ମୁ-କାଶ୍ମୀର ବିରୋଧରେ ପଡ଼ିଆକୁ ଓହ୍ଲାଇଛନ୍ତି । କେବଳ ରୋହିତ୍ ନୁହେଁ ମୁମ୍ବାଇ-ଜାମ୍ମୁ-କାଶ୍ମୀର ମ୍ୟାଚରେ ଟିମ୍ ଇଣ୍ଡିଆର ଟେଷ୍ଟ ଓପନର ଯଶ୍ବସୀ ଜୈସ୍ବାଲ ମଧ୍ୟ ମ୍ୟାଚ୍ ଖେଳିଛନ୍ତି ।
ଗୁରୁବାର ସକାଳୁ ମୁମ୍ବାଇ ଏବଂ ଜାମୁ-କାଶ୍ମୀର ମଧ୍ୟରେ ରଣଜୀ ମ୍ୟାଚ୍ ଆରମ୍ଭ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଆଜଙ୍କେ ରାହାଣେଙ୍କ ମୁମ୍ବାଇ ଟିମ୍ । ଓପନିଂ ଯୋଡ଼ି ଭାବେ ପଡ଼ିଆକୁ ଓହ୍ଲାଇଥିଲେ ରୋହିତ୍ ଶାର୍ମା ଏବଂ ଯଶ୍ବସୀ ଜୈସ୍ବାଲ । ଟିମ୍ ଇଣ୍ଡିଆରେ ଲଗାତାର ଫ୍ଲପ୍ ଖେଳୁଥିବା ରୋହିତଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା । ମାତ୍ର ଦର୍ଶକଙ୍କୁ ନିରାଶ କରିଥିଲେ ହିଟ୍ ମ୍ୟାନ୍ । ମାତ୍ର ୩ ରନ କରି ସେ ଉମର ନାଜିରଙ୍କ ଶିକାର ହୋଇଥିଲେ । ୯ ବର୍ଷ ୩ ମାସ ପରେ ରଣଜୀ କ୍ରିକେଟରେ ୩ ରନ କରି କ୍ୟାଚ୍ ଆଉଟ୍ ହୋଇଛନ୍ତି । ଫେବ୍ରୁଆରୀ ମାସରୁ ଇଂଲଣ୍ଡ ବିରୋଧରେ ଦିନିକିଆ ସିରିଜ୍ ଆରମ୍ଭ ହେଉଥିବାରୁ ଜାମ୍ମୁ-କାଶ୍ମୀର ବିରୋଧରେ ଏହା ତାଙ୍କ ପାଇଁ ଏକମାତ୍ର ରଣଜୀ ମୁକାବିଲା ହେବ ବୋଲି କୁହାଯାଉଛି ।
୩୭ ବର୍ଷୀୟ ରୋହିତ ଶର୍ମା ଲଗାତାର ଫେଲ୍ ମାରୁଛନ୍ତି । ପ୍ରଥମେ ନ୍ୟୁଜଲାଣ୍ଡ ବିରୋଧରେ ତାଙ୍କର ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ପରେ ଅଷ୍ଟ୍ରେଲିଆ ବିରୋଧରେ ଫ୍ଲପ୍ ଶୋ ଦେଖିବାକୁ ମିଳିଥିଲା । ବର୍ଡର ଗାଭସ୍କର ଟ୍ରଫିର ୩ଟି ମ୍ୟାଚର ୫ଟି ଇନିଂସରୁ ମାତ୍ର ୩୧ ରନ ସଂଗ୍ରହ କରିଥିଲେ । ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ଶେଷ ମ୍ୟାଚରେ ଡ୍ରପ୍ କରାଯାଇଥିଲା । ସେହିପରି ଟିମ୍ ଇଣ୍ଡିଆର ଧୂଆଁଦାର ଓପନର ଯଶ୍ବସୀ ଜୈସ୍ବାଲ ମଧ୍ୟ ଜାମ୍ମୁ-କାଶ୍ମୀର ବିରୋଧରେ ଫେଲ୍ ମାରିଛନ୍ତି । ସେ ୮ ବଲ୍ ଖେଳି ମାତ୍ର ୪ ଆଉଟ୍ ହୋଇଛନ୍ତି । ଆକ୍ୟୁବ୍ ନାଜି ତାଙ୍କୁ ଏଲବିଡବ୍ଲୁ କରି ଦେଇଥିଲେ ।