ରଣବୀର ଆହ୍ଲାବାଦିଆଙ୍କୁ ମିଳିଲା ଧମକ, WWE ରେସଲର କହିଲେ- ସେ ମିଳିଗଲେ..
ନୂଆଦିଲ୍ଲୀ: କମେଡିଆନ ସମୟ ରେନାଙ୍କ ଶୋ Indias Got Latentରେ ଅଶ୍ଳୀଳ କମେଣ୍ଟ କରିବା ପାଇଁ ରଣବୀର ଆହ୍ଲାବାଦିଆ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ରଣବୀର ନିଜ ବିବୃତ୍ତି ପାଇଁ କ୍ଷମା ପ୍ରାର୍ଥନା ବି କରିସାରିଛନ୍ତି। କିନ୍ତୁ ଟ୍ରୋଲର୍ସ ଏବେ ବି ତାଙ୍କୁ ଟାର୍ଗେଟ କରିଛନ୍ତି। ଏହାରି ମଧ୍ୟରେ ବର୍ତ୍ତମାନ ରଣବୀର ଆହ୍ଲାବାଦିଆଙ୍କୁ WWE ରେସଲର ସାଙ୍ଗା ଓରଫ ସୌରଭ ଗୁର୍ଜର ଧମକ ଦେଇଛନ୍ତି। ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ମାଧ୍ୟମରେ କହିଛନ୍ତି ଯେ, ରଣବୀର […]

ନୂଆଦିଲ୍ଲୀ: କମେଡିଆନ ସମୟ ରେନାଙ୍କ ଶୋ Indias Got Latentରେ ଅଶ୍ଳୀଳ କମେଣ୍ଟ କରିବା ପାଇଁ ରଣବୀର ଆହ୍ଲାବାଦିଆ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।
ରଣବୀର ନିଜ ବିବୃତ୍ତି ପାଇଁ କ୍ଷମା ପ୍ରାର୍ଥନା ବି କରିସାରିଛନ୍ତି। କିନ୍ତୁ ଟ୍ରୋଲର୍ସ ଏବେ ବି ତାଙ୍କୁ ଟାର୍ଗେଟ କରିଛନ୍ତି।
ଏହାରି ମଧ୍ୟରେ ବର୍ତ୍ତମାନ ରଣବୀର ଆହ୍ଲାବାଦିଆଙ୍କୁ WWE ରେସଲର ସାଙ୍ଗା ଓରଫ ସୌରଭ ଗୁର୍ଜର ଧମକ ଦେଇଛନ୍ତି। ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ମାଧ୍ୟମରେ କହିଛନ୍ତି ଯେ, ରଣବୀର ଆହ୍ଲାବାଦିଆ ମୋ ହାବୁଡରେ କେବେ ପଡିଲେ ତାଙ୍କୁ ତାଙ୍କ ସିକ୍ୟୁରିଟିମାନେ ବି ବଞ୍ଚାଇବାକୁ ଅସମର୍ଥ ହେବେ।
ଏହି ପୂର୍ବତନ WWE ରେସଲରଙ୍କ କହିବାନୁଯାୟୀ, ରଣବୀର ଆହ୍ଲାବାଦିଆଙ୍କୁ ଅଭଦ୍ର କମେଣ୍ଟ ପାଇଁ କ୍ଷମା କରାଯାଇପାରିବନି। ଏଥିସହ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ।