ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ
ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି ଏହି ଭିଡିଓଟି ମୋବାଇଲରୁ ମୋବାଇଲକୁ ଘୂରିବୁଲୁଛି। ଭିଡିଓରେ ସ୍ବାଇଁ କହିଛନ୍ତି ଯେ, ‘ବିଧାୟକ ସମୀର ରଞ୍ଜନ ଦାଶଙ୍କ ବିରୋଧରେ ଅନେକ ପ୍ରମାଣ ରହିଛି। ଦଳୀୟ ଟିକେଟ ପ୍ରଦାନ କରାଯାଇଥିଲେ ବିଜେଡିର କ୍ଷତି ହୋଇଥାନ୍ତା। ସେଥିପାଇଁ ଦଳ ଜଣେ ନୂଆମୁହଁ ଦିଲ୍ଲୀପ ନାୟକଙ୍କୁ ସୁଯୋଗ ଦେଇଛି। ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଉଦ୍ଦେଶ୍ୟରେ […] The post ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ appeared first on Dharitri Odia News.
ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି ଏହି ଭିଡିଓଟି ମୋବାଇଲରୁ ମୋବାଇଲକୁ ଘୂରିବୁଲୁଛି। ଭିଡିଓରେ ସ୍ବାଇଁ କହିଛନ୍ତି ଯେ, ‘ବିଧାୟକ ସମୀର ରଞ୍ଜନ ଦାଶଙ୍କ ବିରୋଧରେ ଅନେକ ପ୍ରମାଣ ରହିଛି। ଦଳୀୟ ଟିକେଟ ପ୍ରଦାନ କରାଯାଇଥିଲେ ବିଜେଡିର କ୍ଷତି ହୋଇଥାନ୍ତା। ସେଥିପାଇଁ ଦଳ ଜଣେ ନୂଆମୁହଁ ଦିଲ୍ଲୀପ ନାୟକଙ୍କୁ ସୁଯୋଗ ଦେଇଛି। ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ତମେ ସମସ୍ତେ ଶଙ୍ଖ ଚିହ୍ନରୁ ଜିତିଛ।’ ନିର୍ବାଚନରେ ଶଙ୍ଖ ଚିହ୍ନ ପାଇଁ କର। ଅନ୍ୟପକ୍ଷରେ ସମୀରଙ୍କ ବିରୋଧରେ କ’ଣ ପ୍ରମାଣ ରହିଛି, ଯେଉଁଥିପାଇଁ ସମୀରଙ୍କ ଟିକେଟ କାଟିବାକୁ ଦଳର ସଭାପତି ବାଧ୍ୟ ହେଲେ ବୋଲି ପ୍ରଶ୍ନ ହେବାରୁ ସେ ନେଇ ସ୍ବାଇଁ କିଛି ପ୍ରକାଶ କରିନାହାନ୍ତି। ଏହି ଭାଇରାଲ ଭିଡିଓକୁ ନେଇ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ବିଧାୟକ ଦାଶଙ୍କ ସମର୍ଥକମାନେ ଏକତ୍ରିତ ହୋଇ ମାନସ ମନ୍ଥନ ଆରମ୍ଭ କରିଛନ୍ତି। ଜିଲାପରିଷଦ ସଦସ୍ୟ ପ୍ରଦୀପ୍ତ ଖଟୋଇଙ୍କ ସଭାପତିତ୍ୱରେ ଆୟୋଜିତ ନିର୍ବାଚନମଣ୍ଡଳୀସ୍ତରୀୟ ବୈଠକରେ ବିଧାୟକ ଦାଶଙ୍କ ସମେତ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର, ନିମାପଡ଼ା ବ୍ଲକ ସଭାପତି ଅଶୋକ ସାହୁ, ନଗର ସଭାପତି ଜୀବନାନନ୍ଦ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ବ୍ଲକ ଉପାଧ୍ୟକ୍ଷା ଅନୁସୂୟା ମହାନ୍ତି, ଉପନଗରପାଳ ସନ୍ତୋଷ ଦାଶ, ଗୋପ ବ୍ଲକ ସଭାପତି ମଧୁସୂଦନ ପାଇକରାୟ, ବ୍ଲକ ଅଧ୍ୟକ୍ଷ ଝୁନୁ ମଲ୍ଲିକ, ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ, ନିମାପଡ଼ା ଏବଂ ଗୋପ ବ୍ଲକର ୨ ଜିଲାପରିଷଦ ସଦସ୍ୟଙ୍କ ସମେତ ନିର୍ବାଚିତ ସମିତି ସଭ୍ୟାସଭ୍ୟ, ସରପଞ୍ଚମାନେ ଯୋଗଦେଇଥିଲେ। ବୈଠକ ପ୍ରାୟ ୩ଘଣ୍ଟା ଧରି ଚାଲିଥିଲା। ଶେଷ ପର୍ଯ୍ୟନ୍ତ ବିଧାୟକଙ୍କ ସହିତ ରହିବା ପାଇଁ କେତେଜଣ କର୍ମୀ ବୈଠକରେ ମତବ୍ୟକ୍ତ କରିଥିଲେ। ତେବେ ଆଉ କେତେଜଣ କର୍ମୀ ଶଙ୍ଖ ଚିହ୍ନ ସହିତ ରହିବେ ବୋଲି ବୈଠକ ପରେ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କହିଛନ୍ତି।
The post ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ appeared first on Dharitri Odia News.